ଅଧରାତିରେ ରିଲିଜ୍‌ ହେଲା ଆନିମଲର ପୋଷ୍ଟର…

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କ ହିନ୍ଦୀ ଚଳଚ୍ଚିତ୍ର ଆନିମଲର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି। ୨୦୨୨ ଡିସେମ୍ବର ୩୦ ରେ ଏହାର ଏହି ପ୍ରଥମ ଲୁକ ପୋଷ୍ଟରର ରିଲିଜ ତାରିଖ ଘୋଷଣା କରାଯାଇଥିଲା।

ଏହାର ପ୍ରଥମ ଲୁକ ପୋଷ୍ଟର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଚଳଚ୍ଚିତ୍ର ସମୀକ୍ଷକ ତାରନ ଆଦର୍ଶଙ୍କ ଦ୍ୱାରା ନୂଆ ବର୍ଷର ଅଧରାତି ୧୨ ଟା ସମୟରେ ଶେୟାର କରାଯାଇଛି। ଏହି ପୋଷ୍ଟରରେ ରଣବୀର କପୁର ହାତରେ କୁରାଢି, ସିଗାରେଟ ଧରିଥିବାବେଳେ ତାଙ୍କର ଦେହ ଏବଂ ପୋଷାକ ରକ୍ତରେ ଭିଜି ଯାଇଥିବାର ଦେଖିବାକୁ ମିଳୁଛି। ରଣବୀର କପୁର ଅତ୍ୟନ୍ତ ଭୟଙ୍କର ଦେଖାଯାଉଛନ୍ତି। ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି ।

୨୦୨୩ ଅଗଷ୍ଟ ୧୧ରେ ରଣବୀର କପୁରଙ୍କ ଆନିମଲ ପ୍ରେକ୍ଷାଳୟକୁ ଆସିବ। ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ଅଛନ୍ତି। ବଲିଉଡର ଭେଟେରାନ ଅଭିନେତା ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ଫିଲ୍ମରେ ଅଭିନୟ କରିବେ। ଜଣାଶୁଣା ଯେ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Share