ଆମେରିକାକୁ ବଡ଼ ଝଟ୍‌କା ଦେଲା ଭାରତ, ବନ୍ଦ କଲା… 

ନୂଆଦିଲ୍ଲୀ,୨୩।୮: ଭାରତୀୟ ଡାକ ବିଭାଗ ଆମେରିକା ସରକାରଙ୍କ ନିକଟରେ ଜାରି ହୋଇଥିବା ଏକ୍ଜିକ୍ୟୁଟିଭ ଅର୍ଡର ନମ୍ବର ୧୪୩୨୪ (୩୦ ଜୁଲାଇ) ଅନୁଯାୟୀ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଆଦେଶ ଅନୁସାରେ, ଆମେରିକାକୁ ପଠାଯାଉଥିବା ସାମଗ୍ରୀ ଉପରେ ୮୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଡ୍ୟୁଟି-ମୁକ୍ତ ଛାଡ଼ ସୁବିଧା ୨୯ ଅଗଷ୍ଟରୁ ବନ୍ଦ ହୋଇଯିବ। ଅର୍ଥାତଏବେ ଭାରତରୁ ଆମେରିକାକୁ ପଠାଯାଉଥିବା ପ୍ରତ୍ୟେକ ପାର୍ସଲ, ମୂଲ୍ୟ ଯାହା ହେଉନା କାହିଁକି, କଷ୍ଟମ ଡ୍ୟୁଟି ଲାଗୁ ହେବ। ତେବେ ୧୦୦ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଉପହାର ସାମଗ୍ରୀ ଉପରେ ଏହି ଛାଡ଼ ସୁବିଧା ଜାରି ରହିବ।
ଆମେରିକୀୟ ନିୟମ ଅନୁଯାୟୀ, ଡାକ ନେଟୱାର୍କ ମାଧ୍ୟମରେ ପଠାଯାଉଥିବା ସାମଗ୍ରୀ ଉପରେ ଏବେ ଟ୍ରାନ୍ସପୋର୍ଟ କ୍ୟାରିୟର କିମ୍ବା US Customs and Border Protection (CBP) ଦ୍ୱାରା ମାନ୍ୟତା ପ୍ରାପ୍ତ ଏଜେନ୍ସିମାନେ ଡ୍ୟୁଟି ଆଦାୟ କରିବେ। କିନ୍ତୁ ସମସ୍ୟା ହେଉଛି ଯେ CBP ଏପର୍ଯ୍ୟନ୍ତ କ୍ୱାଲିଫାଏଡ ପାର୍ଟି ଚୟନ ଓ ଡ୍ୟୁଟି ଆଦାୟ ପ୍ରକ୍ରିୟାକୁ ସ୍ପଷ୍ଟ କରିନାହିଁ। ଏହି କାରଣରୁ ଆମେରିକାକୁ ଯାଉଥିବା ଏୟାରଲାଇନ୍ସମାନେ ୨୫ ଅଗଷ୍ଟ ପରେ ଭାରତୀୟ ଡାକରୁ ପାର୍ସଲ ଗ୍ରହଣ କରିବାକୁ ମନା କରିଦେଇଛନ୍ତି, କାରଣ ସେମାନେ ଏହା ପାଇଁ ଟେକ୍ନିକାଲ ଓ ଅପରେସନାଲ ଦିଗରୁ ପ୍ରସ୍ତୁତ ନାହାନ୍ତି।
ଏହି ପରିସ୍ଥିତିକୁ ଦେଖି ଭାରତୀୟ ଡାକ ବିଭାଗ ୨୫ ଅଗଷ୍ଟରୁ ଆମେରିକା ପାଇଁ ସମସ୍ତ ପ୍ରକାର ଡାକ ଆର୍ଟିକଲର ବୁକିଂ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ତେବେ, ପତ୍ର/ଡକ୍ୟୁମେଣ୍ଟ ଏବଂ ୧୦୦ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଉପହାର ଏବେ ମଧ୍ୟ ଗ୍ରହଣ ଓ ପଠାଯିବ।
ଡାକ ବିଭାଗ କହିଛି ଯେ ଏହି ମାମଲା ଉପରେ ନଜର ରଖାଯାଇଛି ଏବଂ ସମସ୍ତ ସମ୍ପୃକ୍ତ ଏଜେନ୍ସିଙ୍କ ସହ ମିଳିତ ଭାବେ ଶୀଘ୍ର ସେବା ପୁନଃପ୍ରାରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ଗ୍ରାହକମାନେ ପୂର୍ବରୁ ପାର୍ସଲ ବୁକ କରିଛନ୍ତି କିନ୍ତୁ ଏବେ ତାହା ଆମେରିକାକୁ ପଠାଯାଇ ପାରିବ ନାହିଁ, ସେମାନେ ପୋଷ୍ଟେଜ ରିଫଣ୍ଡ ପାଇପାରିବେ। ଡାକ ବିଭାଗ ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛ। ଶୀଘ୍ର ସମ୍ପୂର୍ଣ୍ଣ ସେବା ପୁନଃସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri