ପୋଷ୍ଟ ଅଫିସର ଏହି ଯୋଜନା ଦେଉଛି ସର୍ବାଧିକ ସୁଧ, ସଞ୍ଚୟ ପାଇଁ ସବୁଠୁ ବେଷ୍ଟ

ନୂଆଦିଲ୍ଲୀ,୫।୧୦: ଯଦି ଆପଣ ଏକ ଚିନ୍ତାମୁକ୍ତ ଓ ଗ୍ୟାରେଣ୍ଟି ରିଟର୍ଣ୍ଣ ଦେଉଥିବା ସଞ୍ଚୟ ଯୋଜନା ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଭାରତ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ବିକଳ୍ପ ହୋଇପାରେ। ଯେଉଁଠାରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଓ ନ୍ୟାସନାଲ ସେଭିଂସ ସାର୍ଟିଫିକେଟ (NSC) ଭଳି ଯୋଜନାଗୁଡ଼ିକ ଲୋକଙ୍କ ମଧ୍ୟରେ ଲୋକପ୍ରିୟ, ସେହିପରି ଏହି ଯୋଜନା ବର୍ତ୍ତମାନ ୮.୨% ବାର୍ଷିକ ସୁଧ ହାର ପ୍ରଦାନ କରୁଛି, ଯାହା ସମସ୍ତ ଛୋଟ ସଞ୍ଚୟ ଯୋଜନା ମଧ୍ୟରେ ସର୍ବାଧିକ।

ସୁକନ୍ୟା ସମୃଦ୍ଧି ଯୋଜନା କ’ଣ?
ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ୱାରା ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଏକ ସଞ୍ଚୟ ଯୋଜନା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କର ଶିକ୍ଷା ଓ ବିବାହ ଭଳି ବଡ଼ ଆର୍ଥିକ ଆବଶ୍ୟକତା ପୂରଣ କରିବା। ଏହି ଯୋଜନା ଅଧୀନରେ ୧୦ ବର୍ଷରୁ କମ ବୟସର ଝିଅଙ୍କ ନାମରେ ଖାତା ଖୋଲାଯାଇପାରିବ। ଖାତାଟି ଝିଅର ପିତାମାତା କିମ୍ବା ଆଇନଗତ ଅଭିଭାବକ ଖୋଲିପାରିବେ।

କେତେ ଟଙ୍କା ନିବେଶ କରିପାରିବେ?
ଏହି ଯୋଜନାରେ ଆପଣ ବର୍ଷକୁ ନ୍ୟୁନତମ ୨୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧.୫ ଲକ୍ଷ ଟଙ୍କା ଯାଏ ଜମା କରିପାରିବେ। ଅର୍ଥାତ ଛୋଟ ଓ ବ ସ୍ତରର ସଞ୍ଚୟକାରୀଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଏହି ଯୋଜନାରେ ନିବେଶ ଉପରେ ୮.୨% ବାର୍ଷିକ ସୁଧ ମିଳିଥାଏ, ଯାହା PPF (୭.୧%) ଓ NSC (୭.୭%) ତୁଳନାରେ ଅଧିକ।ମିଆଦ ଓ ନିକାସ ନିୟମ:
ଏହି ଯୋଜନାର ପରିପକ୍ୱତା ଅବଧି ୨୧ ବର୍ଷ, ଯାହା ଖାତା ଖୋଲିବା ତାରିଖରୁ ଗଣାଯାଏ। ତେବେ, ଝିଅ ୧୮ ବର୍ଷ ବୟସରେ ପହଞ୍ଚିଲେ ଉଚ୍ଚଶିକ୍ଷା କିମ୍ବା ବିବାହ ପାଇଁ ଆଂଶିକ ନିକାସର ଅନୁମତି ମିଳିଥାଏ। ଯଦି ଝିଅର ବିବାହ ୧୮ ବର୍ଷ ପରେ ହୁଏ, ତେବେ ଖାତାଟି ର୍ନିଦ୍ଦିଷ୍ଟ ସମୟ ପୂର୍ବରୁ ବନ୍ଦ କରାଯାଇପାରିବ।
ସୁଧ ହାର:
ନିକଟରେ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ ଏହି ଯୋଜନାର ସୁଧ ହାର ୮.୨% ରେ ସ୍ଥିର ରହିବ। ଏହା ଅର୍ଥ ବର୍ତ୍ତମାନ ସମସ୍ତ ସରକାରୀ ଛୋଟ ସଞ୍ଚୟ ଯୋଜନା ମଧ୍ୟରେ ଏହା ସର୍ବାଧିକ ସୁଧ ହାର ପ୍ରଦାନ କରୁଛି।

ଟ୍ୟାକ୍ସ ସୁବିଧା:
ସୁକନ୍ୟା ସମୃଦ୍ଧି ଯୋଜନା EEE (Exempt-Exempt-Exempt) ଶ୍ରେଣୀରେ ଆସେ। ଅର୍ଥାତ ଏଥିରେ ଜମା କରାଯାଇଥିବା ରାଶି, ତା’ ଉପରେ ମିଳୁଥିବା ସୁଧ ଏବଂ ମ୍ୟାଚୁରିଟି ସମୟରେ ମିଳୁଥିବା ମୋଟ ରାଶି ସମ୍ପୂର୍ଣ୍ଣ ଟ୍ୟାକ୍ସ ମୁକ୍ତ। ଏହା ବ୍ୟତୀତ, ଧାରା ୮୦C ଅଧୀନରେ ଆପଣ ବର୍ଷକୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟ୍ୟାକ୍ସ ଛା ଲାଭ କରିପାରିବେ।

କେଉଁଠାରେ ଖୋଲିପାରିବେ ଖାତା?
ଆପଣ ଏହି ଖାତା ଡାକଘର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI), HDFC, ICICI ଏବଂ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବ୍ୟାଙ୍କମାନଙ୍କରେ ଖୋଲିପାରିବେ। ଖାତାକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିମ୍ବା ବ୍ୟାଙ୍କରୁ ଡାକଘରକୁ ସହଜରେ ସ୍ଥାନାନ୍ତର କରାଯାଇପାରିବ।

ପରାମର୍ଶ: ନିବେଶ ପୂର୍ବରୁ ସୁଧ ହାର ଓ ଯୋଜନା ସମ୍ବନ୍ଧୀୟ ସର୍ବଶେଷ ସୂଚନା ପାଇଁ ନିକଟସ୍ଥ ଡାକଘର କିମ୍ବା ଅଧିକାର ପ୍ରାପ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ…

ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

ଆକ୍ଟିଭ୍‌ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍‌

ନୂଆଦିଲ୍ଲୀ,୩୦।୧: ହଠାତ୍‌ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍‌ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଆଆଷ୍ଟିଭେଟ୍‌ କରିଦେଇଥିବା ପ୍ରଶଂସକ ଭାବୁଥିଲେ। କିନ୍ତୁ ଏହା…

ମହେନ୍ଦ୍ର ସିଂହ ଧୋନିଙ୍କୁ ହଠାତ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜନୈତିକ ମହଲରେ ଖୁବ ଚର୍ଚ୍ଚା

ରାଞ୍ଚି,୩୦।୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’

ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍‌ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri