ଶ୍ରଦ୍ଧାଞ୍ଜଳି ପାଇଁ ଏମ୍‌ପି ପଦ ଗଲା

ଟରଣ୍ଟୋ, ୫ା୧: ସମ୍ପର୍କୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଜଣେ ଏମ୍‌ପିଙ୍କୁ ଇସ୍ତଫା ଦେବାକୁ ପଡିଛି। କାନାଡ଼ାର ଜଣେ ଭାରତୀୟ ବଂଶୋଦ୍ଭବ କାନାଡ଼ା ମହିଳା ଏମ୍‌ପି କମଲ ଖେରା ଏଥିପାଇଁ ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଛନ୍ତି। କମଲ ଡିସେମ୍ବର ୨୩ରେ ଆମେରିକାରେ ରହୁଥିବା ଜଣେ ସମ୍ପର୍କୀୟ ଦାଦାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ କାନାଡ଼ାରୁ ଯାଇଥିଲେ। ୩୧ ତାରିଖରେ ଆମେରିକାରୁ ଫେରିବା ପରେ ଏହି ଯାତ୍ରାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ବ୍ୟାପକ ଟ୍ରୋଲର ଶିକାର ହେବାକୁ ପଡିଥିଲା। କରୋନା ଯୋଗୁ କମଲ ସେଠାକୁ ଯାତ୍ରା କରିବା ଆବଶ୍ୟକ ନ ଥିଲା ବୋଲି ସମାଲୋଚନା କରାଯାଇଥିଲା। ଏକ ଦୁଃଖଦ ପରିସ୍ଥିତିରେ ସେ ଆମେରିକା ଯାଇଥିବା ନେଇ କମଲ ଜବାବ ରଖିଥିଲେ ହେଁ ପରେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି।

Share