Posted inଜାତୀୟ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୨ା୬: ପଶ୍ଚିମବଙ୍ଗର ନଦିଆ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକମାନେ ଜଣେ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ଭାଜପା ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରିଛି।

ଅନ୍ୟପକ୍ଷରେ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଟିଏମ୍‌ସି କହିଛି। ପୋଲିସ କହିବା ଅନୁଯାୟୀ ନଦିଆ ଜିଲାର କାଳିଗଞ୍ଜଠାରେ ଭାଜପା ର୍କମୀ ହଫିଜୁର ଶେଖ୍‌ ଅନ୍ୟମାନଙ୍କ ସହ କ୍ୟାରମ ଖେଳୁଥିଲେ। ଏହି ସମୟରେ ୧୦-୧୨ ଜଣ ମୋଟରସାଇକେଲ୍‌ରେ ଆସି ଶେଖ୍‌ଙ୍କୁ ପ୍ରଥମେ ଗୁଳି କରିବା ପରେ ହାଣି ହତ୍ୟା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସକୁ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ବହୁ ବୁଝାସୁଝା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ଟିଏମ୍‌ସି ଗୁଣ୍ଡାମାନେ ଭାଜପା କର୍ମୀଙ୍କୁ ହତ୍ୟା କରିଥିବା ଦଳର ଉତ୍ତର ନଦିଆ ସଭାପତି ଅର୍ଜୁନ ବିଶ୍ୱାସ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ଅନିୟମିତତା ମାମଲା: ପେପର୍‌ ଲିକ୍‌ ହୋଇଥିବା ମାନିଲେ ପରିକ୍ଷାର୍ଥୀ

ନୂଆଦିଲ୍ଲୀ,୨୦।୬: ନିଟ୍‌ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ୍‌...

ମକ୍କାରେ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୬୮ ଭାରତୀୟ ସାମିଲ

ମକ୍କା,୨୦।୬: ଚଳିତ ବର୍ଷ ହଜ୍‌ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଘଟିଥିଲା। ହେଲେ ଭୀଷଣ...

ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ…

ନୂଆଦିଲ୍ଲୀ,୨୦।୬: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼...

କେନ୍ଦ୍ରମନ୍ତ୍ରୀ ଲେଖିଲେ, ‘ବେଢ଼ି ପଡାଓ ବଚ୍ଚାଓ୍ବ’

ଭୋପାଳ,୨୦ା୬: କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ହିନ୍ଦୀରେ ‘ବେଟି ପଢ଼ାଓ, ବେଟି ବଚାଓ’ ସ୍ଲୋଗାନ ଲେଖିବା ଜାଣିନାହାନ୍ତି। ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ...

ଅପାରଗ ଏନ୍‌ଟିଏ, ଅନ୍ଧାରରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିଫ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି...

UGC-NET ଜୁନ୍ ୨୦୨୪ ପରୀକ୍ଷା ବାତିଲ, ଅନିୟମିତତା ଭୟ ପରେ ଏନଟିଏ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୯।୬: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ...

ଓଡ଼ିଶାରେ କାହିଁକି ଫେଲ୍ ମାରିଲା କଂଗ୍ରେସ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଖୋଜିବ କାରଣ

ନୂଆଦିଲ୍ଲୀ, ୧୯।୬: କିଛି ରାଜ୍ୟରେ ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏହି ସବୁ ରାଜ୍ୟରେ...

ଧାନ ସମେତ ୧୪ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବଢାଇଲେ ସରକାର

ନୂଆଦିଲ୍ଲୀ, ୧୯।୬: ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri