କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା

ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସେହି ଗ୍ରାମର ବୁଲୁ ସ୍ବାଇଁ। ଆହତମାନେ ବଳରାମ ପୋଲାଇ, ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ଅବିନାଶ ବରାଡ। ସମସ୍ତ ଆହତଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୁଲୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବିନାସଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି। ଏହି ଘଟଣା ପରେ କେନ୍ଦୁପଦର ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ମୃତ ଓ ଆହତଙ୍କ ସହ ସେମାନଙ୍କ ସମର୍ଥକଙ୍କ ବହୁ ବାଇକ ମଧ୍ୟ ଭଙ୍ଗାରୁଜା ହୋଇଛି ା ଖବର ପାଇ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଶୁଂ ଶେଖର ମିଶ୍ର, ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ଗାଙ୍ଗପୁର ଅଧିକାରୀ ଦେବ କୁମାର ଗମାଙ୍ଗ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ସଶସ୍ତ୍ର ପୋଲିସ ସହ ସଂପୃକ୍ତ ଗ୍ରାମରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ା ଏ ନେଇ ନବୀନ ପଣ୍ଡାଙ୍କ ଅଭିଯୋଗ କ୍ରମେ ପୋଲିସ ନଂ.୧୦୧/୨୨ରେ ମାମଲା ରୁଜୁ କରିଥିବା ବେଳେ ଅନ୍ୟଗୋଷ୍ଠୀର ଦିବ୍ୟଲତା ସ୍ବାଇଁଙ୍କ ଏତଲାକୁ ଭିତ୍ତି କରି ୧୦୨/୨୨ରେ ମାମଲା ରୁଜୁ ହୋଇଛି। ସମ୍ଭାବ୍ୟ ଅଶାନ୍ତି ଆଶଙ୍କାରେ ସେହି ଗ୍ରାମରେ ୨ ସେକ୍ସନ ପୋଲିସ ମୁତୟନ କରାଯାଇଛି। ଏହି ଘଟଣାରେ ପୋଲିସ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ରବିବାର ଗଞ୍ଜାମ ଜିଲା ଅତିରିକ୍ତ ଏସ୍‌ପି. ବିଜୟ ମଲ୍ଲିକ ଗାଙ୍ଗପୁର ଥାନାରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ୨ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ତୀବ୍ର ଉତ୍ତେଜନାର ପରିଣତି ବୋଲି କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri