କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ

ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା। ଗନ୍ଧ ହରାଇବା ବ୍ୟକ୍ତିଙ୍କ ଜୀବନଶୈଳୀକୁ ଏହା ବିଶେଷ ଭାବରେ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟର ସ୍ବାଦ ଚାଖିବା, ପରିବେଶରେ ବାୟୁବାହକ ବିପଦ ଚିହ୍ନଟ କରିବା ଏବଂ ଇନ୍ଦ୍ରିୟ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ।

ଫ୍ରାନ୍ସର ଷ୍ଟ୍ରାସବର୍ଗର ୟୁନିଭର୍ସିଟି ହସ୍ପିଟାଲର ଅନୁସନ୍ଧାନକାରୀମାନେ ୯୭ ଜଣଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଯେଉଁମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ଗନ୍ଧ ଏବଂ ସ୍ବାଦ ହରାଇଥିଲେ। ଏହି ସମସ୍ୟା ସେମାନଙ୍କ ମଧ୍ୟରେ ଏକ ବର୍ଷ ପର୍ଯ୍ୟନ୍ତ ଦେଖାଗଲା। ଅଧ୍ୟୟନ ସମୟରେ, ଏହି ଲୋକମାନଙ୍କୁ ପ୍ରତି ୪ ମାସରେ ଏକ ସର୍ଭେ କରିବାକୁ କୁହାଯାଇଥିଲା। ଏଥିମଧ୍ୟରୁ ୫୧ ଜଣ ପ୍ରତି ଚାରି ମାସରେ କରାଯାଇଥିବା ସର୍ଭେରେ ଅଂଶଗ୍ରହଣ କରିଥିବାବେଳେ ଅବଶିଷ୍ଟ ୪୬ ଜଣ ପୂରା ବର୍ଷ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏହା ଜଣାଇଥିଲେ। ୮ ମାସ ପରେ ୫୧ଟି ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବାବେଳେ ଅବଶିଷ୍ଟ ଦୁଇ ରୋଗୀଙ୍କ ମଧ୍ୟରୁ ଜଣେ ଅସ୍ବାଭାବିକ ଭାବରେ ଗନ୍ଧ ଚିହ୍ନଟ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟଜଣକ ଅଧ୍ୟୟନ ଶେଷ ସୁଦ୍ଧା ଗନ୍ଧ ବାରିବାରେ ସକ୍ଷମ ହୋଇ ନ ଥିଲେ।

ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ସଂକ୍ରମଣ ପରେ ପୋଷ୍ଟ-କୋଭିଡ୍‌ ସମସ୍ୟା ରୋଗୀଙ୍କୁ ଘାରିଛି। ଏହାକୁ ରୋକିବା ପାଇଁ କିଛି କଥା ପ୍ରତି ଗୁରତ୍ୱ ଦେବା ଆବଶ୍ୟକ। ରୋଗୀ ଅଧିକ ଚାପଗ୍ରସ୍ତ ହେବା ଉଚିତ୍‌ ନୁହେଁ। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ଅଧିକ ପାନୀୟ ସାମିଲ କରନ୍ତୁ। ଏହି ସମୟରେ, ଇଣ୍ଟରନେଟ୍‌ ଏବଂ ନ୍ୟୁଜ୍‌ ଚ୍ୟାନେଲରେ କରୋନା ସମ୍ବନ୍ଧୀୟ ସୂଚନା ପଢ଼ନ୍ତୁ ନାହିଁ କିମ୍ବା ଦେଖନ୍ତୁ ନାହିଁ। କେବଳ ବୈଜ୍ଞାନିକଙ୍କ ସୂଚନା ରଖନ୍ତୁ। ଅଧିକ ଚାପ ନିଅନ୍ତୁ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା ରୋଗୀଙ୍କୁ ସାଧାରଣ ଜନତା ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବା ଉଚିତ୍‌। ଯଦି ଏହି ସବୁର ଯତ୍ନ ନିଆଯାଏ ତେବେ ରୋଗୀମାନେ କରୋନାକୁ ମାତ୍‌ ଦେବାରେ ସମ୍ପୂର୍ଣ୍ଣ ସକ୍ଷମ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri