କେନ୍ଦୁପତ୍ର କାରବାର ହ୍ରାସ ପାଇବା ସମ୍ଭାବନା

ଝାରସୁଗୁଡ଼ା,୧୫।୬(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲାର କେନ୍ଦୁପତ୍ର ୩୦ ବର୍ଷ ତଳେ ଚାହିଦା ବେଶ ରହିଥିବା ବେଳେ ଶିଳ୍ପାୟନ ପ୍ରଭାବରେ କେନ୍ଦୁପତ୍ର ଆଗାମୀ ଦିନରେ ହ୍ରାସ ପାଇବା ସହ ବନ୍ଦ ହେବା ନେଇ ସମ୍ଭାବନା ରହିଛି। ଝାରସୁଗୁଡ଼ା ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟ ଅଧୀନରେ ୬ଟି ରେଞ୍ଜ ଅଫିସ ଝାରସୁଗୁଡ଼ା, ବେଲପାହାଡ଼, କଦମଡିହି, କନିକା, ଡୁଡୁକା ଓ ଗୋପାଳପୁର ରହିଛି। ଓଡ଼ିଶା କେନ୍ଦୁପତ୍ର ୧୯୭୩ରେ ପ୍ରତିଷ୍ଠା ହୋଇଥିବାବେଳେ ସେ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ରହିଥିଲେ। ଓଡ଼ିଶାରେ ୧୯ଟି କେନ୍ଦୁପତ୍ର ଡିଭିଜନ ରହିଥିବା ବେଳେ ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ ଅନ୍ୟତମ। ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ ଅଧୀନରେ ହଜାର ହଜାର କେନ୍ଦୁପତ୍ର ତୋଳାଳି କାମ କରୁଥିବା ବେଳେ ଶହ ଶହ ସିଜିନାଲ କର୍ମଚାରୀ କାମ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ଏବେ ଦିନକୁ ଦିନ ଝାରସୁଗୁଡ଼ାରେ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଛି। ପ୍ରତିବର୍ଷ ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳାମାନେ କେନ୍ଦୁପତ୍ର କାମରେ ନିୟୋଜିତ ହୋଇ ଦୁଇ ପଇସା ରୋଜଗାର କରିଥାନ୍ତି। କେନ୍ଦୁପତ୍ର ସିଜନ ବର୍ଷର ମାର୍ଚ୍ଚରେ ଏବଂ ଗୋଛ କଟା ଏପ୍ରିଲରେ, ଫଡି ମରାମତି ମେ ମାସରେ, କେନ୍ଦୁପତ୍ର ତୋଳା ଜୁନରୁ, କେନ୍ଦୁପତ୍ର ବନ୍ଧେଇ ଅକ୍ଟୋବର ପର୍ଯ୍ୟନ୍ତ ହୋଇଥାଏ। କେନ୍ଦୁପତ୍ର ସିଜନରେ ସିଜିନାଲ କର୍ମଚାରୀ ନିୟୋଜିତ ହେଉଥିବା ବେଳେ ରେଞ୍ଜର, ଡେପୁଟି ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ତଦାରଖ କରିଥାନ୍ତି। ବର୍ତ୍ତମାନ ଝାରସୁଗୁଡ଼ା କେନ୍ଦୁପତ୍ର ବନଖଣ୍ଡ ଅଧୀନରେ ୩୦୩ ଫଡି ରହିଛି। ଦିନ ଥିଲା ଝାରସୁଗୁଡ଼ା କେନ୍ଦୁପତ୍ର ଚାହିଦା କାହିଁରୁ କାହିଁ ଥିଲା। ୨୦୦୦ ବେଳକୁ ଝାରସୁଗୁଡ଼ା ଜିଲାରେ ଅନେକେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ସହିତ ଲକ୍ଷ ଲକ୍ଷ ଗଛ କାଟିବା ଦ୍ବାରା ପରିବେଶ ପ୍ରଦୂଷଣ ଅନୁକୂଳ ପାଗ ନ ହେବାରୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇଛି। ଆଗ ଭଳି କେନ୍ଦୁପତ୍ରରେ ପୁରୁଷ ମହିଳା କାମ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଚଳିତବର୍ଷ ଫେବୃଆରୀ ୨୦ ତାରିଖରୁ କେନ୍ଦୁପତ୍ର ଗୋଛାକଟା ଆରମ୍ଭ ହୋଇଥିବା ବେଳେ କିଛି ଦିନ ତଳେ ଝାରସୁଗୁଡ଼ା ଜିଲାରେ ଗତ କିଛିଦିନ ତଳେ ହୋଇଥିବା କାଳବୈଶାଖୀ ଯୋଗୁ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ଦେଖିବାକୁ ଗଲେ ଜିଲାର ବିଭିନ୍ନ ଜଙ୍ଗଲରୁ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଉଥିବାରୁ ଜଙ୍ଗଲ କେନ୍ଦୁପତ୍ର ନିଆଁ ଯୋଗୁ ଜଳି ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଝାରସୁଗୁଡ଼ା କେନ୍ଦୁପତ୍ର ବନଖଣ୍ଡ ଅଧୀନର ଝାରସୁଗୁଡ଼ା ରେଞ୍ଜ ଅଧୀନ ବାଗଡିହି ରେଳଷ୍ଟେଶନରୁ ଦୀର୍ଘ ବର୍ଷରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି। ଗତ ୩ ମାସ ତଳେ ବାଗଡିହି ରେଳଷ୍ଟେଶନରୁ କେନ୍ଦୁପତ୍ର ଚୋରା ଚାଲାଣ ନେଇ କୌଣସି ସୂତ୍ରରୁ ଜଙ୍ଗଲ ବିଭାଗ ଅଧିକାରୀ ଖବର ପାଇ କେନ୍ଦୁପତ୍ର ସିଜ କରିବାରେ ସକ୍ଷମ ହୋଇଥିଲେ। ପ୍ରତିବର୍ଷ କେନ୍ଦୁପତ୍ର ଉତ୍ପାଦନର ଲାଭରୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି ଓ ସିଜନାଲ କର୍ମଚାରୀଙ୍କୁ ନୋସ ପଇସା ଦେଇ ଆସୁଛନ୍ତି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ଟିଟିଲାଗଡ଼, ପଦ୍ମପୁର, ରାଉରକେଲା ଅଞ୍ଚଳର କେନ୍ଦୁପତ୍ର ଉତ୍ପାଦନ ବେଶ ଉଚ୍ଚ କୋଟିର। କେନ୍ଦୁପତ୍ର ଉତ୍ପାଦନକୁ ସିଜନାଲ କର୍ମଚାରୀ, ମୁନସୀ, ଚଉରାଶି ଚେକର, ବାଇଡିଙ୍ଗ ଚେକର, ସାରକିଲ ଚେକର, ହେଡଚେକରମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏମାନଙ୍କ ପାଇଁ କେନ୍ଦୁପତ୍ର ବଞ୍ଚିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୭ରେ ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନରେ ୧୧୮୦୦.୮୦ କୁଇଣ୍ଟାଲ, ୨୦୧୮ରେ ୮୩୮୦.୮୦ କୁଇଣ୍ଟାଲ, ୨୦୧୯ରେ ୫୯୮୮.୬୦ କୁଇଣ୍ଟାଲ, ୨୦୨୦ରେ ୫୦୮୨.୬୦ କୁଇଣ୍ଟାଲ, ୨୦୨୧ରେ ୮୦୫୯.୨୦ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ହୋଇଥିବା ସୂଚନା ମିଳିଛି। ୨୦୨୨ ଓ ୨୦୨୩ରେ ପାଖାପାଖି ୧୦ ହଜାର କୁଇଣ୍ଟାଲ ଉତ୍ପାଦନର ଟାର୍ଗେଟ ଦେଇଥିବା ବେଳେ ୮୬୩୨.୮୦ ଓ ୫୨୦୪ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ହୋଇଥିବା ଅନୁମାନ କରାଯାଇଛି। ବିଗତ ବର୍ଷରେ ଅଦିନିଆ ବର୍ଷା, କରାମାଡ଼, ମେଘୁଆ ପାଗ ତଥା ଶିଳ୍ପ ପ୍ରତିଷ୍ଠା ଦ୍ବାରା ପରିବେଶ ପ୍ରଦୂଷଣ ଓ ଗଛ କାଟିବା ଯୋଗୁ ଝାରସୁଗୁଡ଼ା କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଉଥିବା ବେଳେ ଆଗାମୀ ଦିନରେ ଏପରି ସ୍ଥିତି ଉପଜେ ତାହା ହେଲେ କେନ୍ଦୁପତ୍ର ଉତ୍ପାଦନ ଆହୁରି ଦ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri