Categories: ଜାତୀୟ

‘ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ, କେବଳ ଦୁଃଖ’

ମୁମ୍ବାଇ,୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ ବରଂ ଏହି ପଦବୀରେ ରହିବାରେ ବହୁତ ଦୁଃଖ ଅଛି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ରାଜଭବନରେ ଆୟୋଜିତ ଜୈନ ସମୁଦାୟର ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶାରୀ କହିଛନ୍ତି, ଯଦିଓ ଏହି ପଦବୀରେ କୌଣସି ସୁଖ ନାହିଁ, ତଥାପି ଆଧ୍ୟାତ୍ମିକ ନେତାମାନେ ରାଜ୍ୟପାଳ ଭବନକୁ ଆସିଲେ ଏବଂ ଏଭଳି କାର୍ଯ୍ୟକ୍ରମରେ ଭାଗ ନେଲେ ବହୁତ ଖୁସି ମିଳେ ବୋଲି ସେ କହିଛନ୍ତି।

ତେବେ ବୟାନକୁ ନେଇ ପଚରାଯିବାରେ ଭାଜପା ନେତା ମଙ୍ଗଳ ପ୍ରଭାତ ଲୋଡା କହିଛନ୍ତି ଯେ, ଏହାକୁ ନେଇ ବିବାଦ ଉପୁଜିବା କଥା ନୁହେଁ। କାରଣ ରାଜ୍ୟପାଳ ଏଭଳି ଅନ୍ୟ ପ୍ରସଙ୍ଗରେ କହିଥାଇପାରନ୍ତି।

Share