Categories: ଜାତୀୟ

ଆଜି ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀଙ୍କୁ ବଣ୍ଟାଯିବ ବିଭାଗ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ରାଜନୈତିକ ଅଦଳବଦଳ ଦେଖାଯାଇଛି। ଏସବୁ ମଧ୍ୟରେ ଏନସିପି ନେତା ଅଜିତ ପାୱାର ତାଙ୍କ ଦଳର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସମ୍ପର୍କରେ ଦେବେନ୍ଦ୍ର ଫଡନ୍‌ବିସଙ୍କୁ ଭେଟିଛନ୍ତି। ତେବେ ମଙ୍ଗଳବାର ସା ସୁଦ୍ଧା ବିଭାଗ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ଶରଦ ପାୱାର ଦଳ ନଅ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାର ଚିଠି ପଠାଇଥିବା ବେଳେ ଅଜିତ ପାଓ୍ବାର ଦଳ ଜୟନ୍ତ ପାଟିଲ ଏବଂ ଜିତେନ୍ଦ୍ର ଆହାଡଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚିଠି ପଠାଇଛନ୍ତି। ଏହା ଉପରେ ବିଧାନସଭା ବାଚସ୍ପତି ରାହୁଲ ନାବର୍ର୍କର କହିଛନ୍ତି ଯେ ତାଙ୍କୁ ଉଭୟ ପକ୍ଷରୁ ଚିଠି ଆସିଛି। ଏହାକୁ ପଢିବା ପରେ ହିଁ ନିଷ୍ପତ୍ତି ନିଆଯିବ।

ଅଜିତ ପାଓ୍ବାର ଦଳର ଏନସିପି ରାଜ୍ୟ ଅଧ୍ୟକ୍ଷ ସୁନୀଲ ତଟକରେ ମଧ୍ୟ ନୂତନ ନିଯୁକ୍ତି ଆରମ୍ଭ କରିଛନ୍ତି। ସେ ରୁପାଲି ଚାକଣକରଙ୍କୁ ମହିଳା ୟୁନିଟ ଅଧ୍ୟକ୍ଷ ଏବଂ ସୁରଜ ଚାବନଙ୍କୁ ଏନସିପି ରାଜ୍ୟ ଯୁବ ୟୁନିଟ ସଭାପତି କରିଛନ୍ତି।

Share