ଅନିଶ୍ଚିତତାରେ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌

ସୋନପୁର,୨।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂ ରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏପର୍ଯ୍ୟନ୍ତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇନି। ସହରବାସୀଙ୍କ ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକା ସଂସ୍ଥା ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟସ୍‌ ଲିମିଟେଡ୍‌ କିଛି ମାସ ହେବ କାମ ବନ୍ଦ କରି ଦେଇଛି। ମହାନଦୀର ଜଳସ୍ତର ହ୍ରାସ ପାଇଥିଲା ବେଳେ ଠିକାସଂସ୍ଥା କାମ ନ କରି କ୍ୟାମ୍ପକୁ ଏବେ ଅନ୍ୟତ୍ର ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ନିର୍ମାଣ ସାମଗ୍ରୀର ଦର ବଢିଛି, ପୁରୁଣା ଚୁକ୍ତିନାମା ଅନୁଯାୟୀ ଆଉ ଏହି କାମ କରି ପାରିବ ନାହିଁ। ତେଣୁ ଚୁକ୍ତିନାମା ବାତିଲ କରି ଇଏମଡି ଓ ଏପିଏସ ଫେରସ୍ତ କରିବାକୁ ଠିକାସଂସ୍ଥା ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତଙ୍କୁ ଚିଠି ଲେଖି ଅନୁରୋଧ କରିଛି। ୨୦୨୨ରେ ଏହି ବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ସରିଛି। ଏଭଳି ସ୍ଥିତିରେ ଠିକାସଂସ୍ଥା କାମ ବନ୍ଦ କରିବା ସହରବାସୀଙ୍କ ଚିନ୍ତା ବଢାଇଛି। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଟ୍ରାଫିକ୍‌ ସମସ୍ୟା ତଥା ସହରବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା ପାଇଁ ପ୍ରଥମେ ଜଳସମ୍ପଦ ବିଭାଗ ପକ୍ଷରୁ ମାଟିବନ୍ଧ ନିର୍ମାଣ ହୋଇଥିଲା। ତେବେ ରିଂ ରୋଡର ମିସିଂ ଲିଙ୍କ୍‌ ପୋର୍ଟାଲ ବ୍ରିଜ୍‌ର ଡିଜାଇନିଂ ହୋଇ ନ ପାରିବା ଓ ଅନୁଦାନ ନ ମଳିବାରୁ ପୂର୍ତ୍ତ ବିଭାଗକୁ ଏହି କାମ ହସ୍ତାନ୍ତର ହୋଇଥିଲା। ପୂର୍ତ୍ତ ବିଭାଗ ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ମିଟର ମାଟିବନ୍ଧ ରାସ୍ତା ଓ ତେଲନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ କରିବା ସହିତ ରିଟେନିଂ ଓ୍ବାଲ୍‌ ଓ ୨ଟି ପୋଲ ନିର୍ମାଣ କରିଛି। ତେବେ ଗୁରୁତ୍ୱପର୍ଣ୍ଣ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ କୁମ୍ଭାରପଡାରୁ ଦଶମତିଘାଟ ୧୧୫୦ ମିଟର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନି। ଏଥିପାଇଁ ୪ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଥିଲା। ଏଥିରେ ୪୫ଟି ପିଅର ଓ ୨ଟି ଆବଡମେଣ୍ଟ ନିର୍ମାଣ ଯୋଜନା ଥିଲା। କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ପିଅର ପଏଣ୍ଟ ପାଇଁ ଡ୍ରଇଂ ଓ ଡିଜାଇନିଂ ଦେବାରେ ବିଳମ୍ବ କଲେ। ସେହିପରି ଠିକାସଂସ୍ଥାର ଅବହେଳା ପାଇଁ ଏପର୍ଯ୍ୟନ୍ତ ଅଳ୍ପ କେତୋଟି ପିଅର ନିର୍ମାଣ ହୋଇଛି। ଫଳରେ ଠିକାସଂସ୍ଥାକୁ କେବଳ ୫ କୋଟି ଟଙ୍କାର ବିଲ ପେମେଣ୍ଟ ହୋଇଛି। ଧିମା ଚାଲିଥିବା ଏହି କାମକୁ ନେଇ ଗତ ଅକ୍ଟୋବର ମାସରେ ଧରିତ୍ରୀରେ ଖବର ପ୍ରକାଶ ପରେ ବ୍ରିଜ୍‌ ନିର୍ମାଣ କାମ ତ୍ୱରାନ୍ବିତ ପାଇଁ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଠିକା ସଂସ୍ଥାକୁ ତାଗିଦ୍‌ କରିଥିଲେ ା କିନ୍ତୁ କ୍ଷତି ହୋଇଥିବା ଦର୍ଶାଇ ଠିକାସଂସ୍ଥା ଏହି କାମ କରୁନି। ଏ ସମ୍ପର୍କରେ ଜିଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ର କୁହନ୍ତି, ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ଆଳରେ ଠିକା ସଂସ୍ଥା କାମ ବନ୍ଦ କରିବା ଦୁର୍ଭାଗ୍ୟଜନକ। କାମ ପାଇଲା ପରେ ମନ୍ଥର ଗତିରେ କାମ ଚାଲିଲା। ପୂର୍ତ୍ତ ବିଭାଗ ପ୍ରକଳ୍ପର ଡିଜାଇନିଂ ଓ ଡ୍ରଇଂ ପ୍ରଦାନ କରିବାରେ ଅହେତୁକ ଅବହେଳା ପ୍ରଦର୍ଶନ କଲେ। ପ୍ରଶାସନ ଓ ଠିକାସଂସ୍ଥା ପାଇଁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri