ଅନିଶ୍ଚିତତାରେ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌

ସୋନପୁର,୨।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂ ରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏପର୍ଯ୍ୟନ୍ତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇନି। ସହରବାସୀଙ୍କ ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକା ସଂସ୍ଥା ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟସ୍‌ ଲିମିଟେଡ୍‌ କିଛି ମାସ ହେବ କାମ ବନ୍ଦ କରି ଦେଇଛି। ମହାନଦୀର ଜଳସ୍ତର ହ୍ରାସ ପାଇଥିଲା ବେଳେ ଠିକାସଂସ୍ଥା କାମ ନ କରି କ୍ୟାମ୍ପକୁ ଏବେ ଅନ୍ୟତ୍ର ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ନିର୍ମାଣ ସାମଗ୍ରୀର ଦର ବଢିଛି, ପୁରୁଣା ଚୁକ୍ତିନାମା ଅନୁଯାୟୀ ଆଉ ଏହି କାମ କରି ପାରିବ ନାହିଁ। ତେଣୁ ଚୁକ୍ତିନାମା ବାତିଲ କରି ଇଏମଡି ଓ ଏପିଏସ ଫେରସ୍ତ କରିବାକୁ ଠିକାସଂସ୍ଥା ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତଙ୍କୁ ଚିଠି ଲେଖି ଅନୁରୋଧ କରିଛି। ୨୦୨୨ରେ ଏହି ବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ସରିଛି। ଏଭଳି ସ୍ଥିତିରେ ଠିକାସଂସ୍ଥା କାମ ବନ୍ଦ କରିବା ସହରବାସୀଙ୍କ ଚିନ୍ତା ବଢାଇଛି। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଟ୍ରାଫିକ୍‌ ସମସ୍ୟା ତଥା ସହରବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା ପାଇଁ ପ୍ରଥମେ ଜଳସମ୍ପଦ ବିଭାଗ ପକ୍ଷରୁ ମାଟିବନ୍ଧ ନିର୍ମାଣ ହୋଇଥିଲା। ତେବେ ରିଂ ରୋଡର ମିସିଂ ଲିଙ୍କ୍‌ ପୋର୍ଟାଲ ବ୍ରିଜ୍‌ର ଡିଜାଇନିଂ ହୋଇ ନ ପାରିବା ଓ ଅନୁଦାନ ନ ମଳିବାରୁ ପୂର୍ତ୍ତ ବିଭାଗକୁ ଏହି କାମ ହସ୍ତାନ୍ତର ହୋଇଥିଲା। ପୂର୍ତ୍ତ ବିଭାଗ ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ମିଟର ମାଟିବନ୍ଧ ରାସ୍ତା ଓ ତେଲନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ କରିବା ସହିତ ରିଟେନିଂ ଓ୍ବାଲ୍‌ ଓ ୨ଟି ପୋଲ ନିର୍ମାଣ କରିଛି। ତେବେ ଗୁରୁତ୍ୱପର୍ଣ୍ଣ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ କୁମ୍ଭାରପଡାରୁ ଦଶମତିଘାଟ ୧୧୫୦ ମିଟର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନି। ଏଥିପାଇଁ ୪ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଥିଲା। ଏଥିରେ ୪୫ଟି ପିଅର ଓ ୨ଟି ଆବଡମେଣ୍ଟ ନିର୍ମାଣ ଯୋଜନା ଥିଲା। କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ପିଅର ପଏଣ୍ଟ ପାଇଁ ଡ୍ରଇଂ ଓ ଡିଜାଇନିଂ ଦେବାରେ ବିଳମ୍ବ କଲେ। ସେହିପରି ଠିକାସଂସ୍ଥାର ଅବହେଳା ପାଇଁ ଏପର୍ଯ୍ୟନ୍ତ ଅଳ୍ପ କେତୋଟି ପିଅର ନିର୍ମାଣ ହୋଇଛି। ଫଳରେ ଠିକାସଂସ୍ଥାକୁ କେବଳ ୫ କୋଟି ଟଙ୍କାର ବିଲ ପେମେଣ୍ଟ ହୋଇଛି। ଧିମା ଚାଲିଥିବା ଏହି କାମକୁ ନେଇ ଗତ ଅକ୍ଟୋବର ମାସରେ ଧରିତ୍ରୀରେ ଖବର ପ୍ରକାଶ ପରେ ବ୍ରିଜ୍‌ ନିର୍ମାଣ କାମ ତ୍ୱରାନ୍ବିତ ପାଇଁ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଠିକା ସଂସ୍ଥାକୁ ତାଗିଦ୍‌ କରିଥିଲେ ା କିନ୍ତୁ କ୍ଷତି ହୋଇଥିବା ଦର୍ଶାଇ ଠିକାସଂସ୍ଥା ଏହି କାମ କରୁନି। ଏ ସମ୍ପର୍କରେ ଜିଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ର କୁହନ୍ତି, ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ଆଳରେ ଠିକା ସଂସ୍ଥା କାମ ବନ୍ଦ କରିବା ଦୁର୍ଭାଗ୍ୟଜନକ। କାମ ପାଇଲା ପରେ ମନ୍ଥର ଗତିରେ କାମ ଚାଲିଲା। ପୂର୍ତ୍ତ ବିଭାଗ ପ୍ରକଳ୍ପର ଡିଜାଇନିଂ ଓ ଡ୍ରଇଂ ପ୍ରଦାନ କରିବାରେ ଅହେତୁକ ଅବହେଳା ପ୍ରଦର୍ଶନ କଲେ। ପ୍ରଶାସନ ଓ ଠିକାସଂସ୍ଥା ପାଇଁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?