Posted inଫୁରସତ

ପୋର୍ଟେବଲ ଏସି: ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ…

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଲାଗି ଅନେକ ସମୟରେ ଘରୁ ବାହାରିବାକୁ ଇଛା ହୁଏନା। କାରଣ ବାହାରର ଗରମ ଝାଞ୍ଜି ପବନ ଓ ଝାଳ ପାଇଁ ଭାରି ଅସ୍ତବ୍ୟସ୍ତ ଲାଗେ। ଆଉ ଏମିତିରେ ଯେତେବେଳେ ବାହାରିବାକୁ ପଡେ ଅନେକଙ୍କ ମନକୁ ଆସିଥାଏ ଏଭଳି ଏକ ଏସି(ଏୟାର କଣ୍ଡିସନର୍‌) ଥାଆନ୍ତା କି ଯାହା ଆମ ସହ ଯାଇପାରୁଥାନ୍ତା। ଆଉ ଏଇ ଭାବନାକୁ ବାସ୍ତବରେ ପରିଣତ କରିଛି ମାଚ୍ୟୁରା ପ୍ରୋ ନାମକ କମ୍ପାନୀ। ଉକ୍ତ କମ୍ପାନୀ ପ୍ରଥମକରି ଏଭଳି ଏସି ତିଆାରି କରିଛି, ଯାହାକୁ ଜଣେ ନିଜ ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ। ଏହା ହେଉଛି ପୃଥିବୀର ପ୍ରଥମ ପୋର୍ଟେବଲ ଏୟାର କଣ୍ଡିଶନର୍‌। ଏହାକୁ ବେକରେ ପକାଇଲେ ଥଣ୍ଡା ଥଣ୍ଡା ପବନ ବାହାରି ବେଶ୍‌ ଥଣ୍ଡା ଅନୁଭୂତ କରାଇବ। ଏହାକୁ ଉଭୟ ଫ୍ୟାନ୍‌ ଓ କୁଲିଂ ମୋଡରେ ବ୍ୟବହାର କରିହେବ। କୁଲିଂ ମୋଡରେ ୧୮ ଡିଗ୍ରି ଫାରେନହାଇଟ୍‌ ପର୍ଯ୍ୟନ୍ତ ଥଣ୍ଡା ପବନ ଦିଏ। ଏହି ଡିଭାଇସକୁ ଚଳାଇବା ଲାଗି ଏକ ଆପ୍‌ ରହିଛି, ଯାହାଦ୍ୱାରା ପବନକୁ ନିୟନ୍ତ୍ରଣ କରିହେବ। ଉକ୍ତ ଓ୍ବେରେବଲ୍‌ ଏସିକୁ ଟ୍ବିଟ ଟର୍ବୋ ପିଡବଲ୍ୟୁଏମ୍‌ ମୋଟର ଦ୍ୱାରା ଚଲାଯାଏ। ଏଥିରେ ଥିବା ୨୬ଟି ଛୋଟ ଛୋଟ ଫ୍ୟାନ ପିନ୍ଧିଥିବା ବ୍ୟକ୍ତିଙ୍କ ବେକ ପାଖର ଉଷ୍ମତାକୂ ଦୂର କରି ଥଣ୍ଡା ପବନ ଦେବ। ଏହା ଭିତରେ ଏକ ଭିସି ପ୍ଲେଟ୍‌, ଲିକ୍ୱିଡ କୁଲ୍ଡ , ହିଟ ଇକ୍ୱାଲାଇଜିଂ ମେକାନିଜିମ୍‌ ଅଛି। ତାସହ ୧୨୧ ଯୋଡି ସେମିକଣ୍ଡକ୍ଟର ବି ଲାଗିଛି। ଏହାର ବ୍ୟାଟେରୀ ଖୁବ୍‌ ଶୀଘ୍ର ଚାର୍ଜ ହେବା ସହ ଥରେ ଚାର୍ଜ ହେଲେ ୮ ଘଣ୍ଟା ବ୍ୟବହାର କରିହେବ। ଏହି ଏସିର ଓଜନ ମାତ୍ର ୪୩୫ ଗ୍ରାମ। ଆଉ ଏହା ଗରମ ତାପମାତ୍ରାକୁ ଥଣ୍ଡା କରିବାରେ ସମ୍ପୂର୍ଣ୍ଣ ସକ୍ଷମ। ଅଧିକ ଭାରି ହୋଇ ନ ଥିବାରୁ ବେକକୁ କଷ୍ଟ ବି ହେବ ନାହିଁ। ଏହାର ମୂଲ୍ୟ ୧୨୦୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri