Categories: ଜାତୀୟ

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡି ଦାଖଲ କଲା ଏଫଆଇଆର

ମୁମ୍ବାଇ,୧୮ ।୫: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ତାଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରିଛି । ଗତବର୍ଷ ଚର୍ଚ୍ଚାରେ ଥିବା ପର୍ନ ର‌୍ୟାକେଟ ମାମଲାରେ ଏବେ ମନି ଲଣ୍ଡରିଂର ଯାଞ୍ଚ ଇଡି ଆରମ୍ଭ କରିଛି । ଇଡିର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡି ମନିଲଣ୍ଡରିଂ ମାମଲା ଦାୟର କରିବା ସହ ଯାଞ୍ଚ ଆରମ୍ଭ କରିଦେଇଛି ।
ସୂଚନାଯୋଗ୍ୟ, ୨୦୨୧ରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପ୍ରପଟି ସେଲ ଗିରଫ କରିଥିଲା । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ଫେବୃୟାରୀ ୨୦୧୯ରେ କୁନ୍ଦ୍ରା ଆମର୍ସ ପ୍ରାଇମ ମିଡିଆ ଲିମିଟେଡ ନାମରେ ଏକ କମ୍ପାନୀ ଖୋଲିଥିଲେ ଓ ହଟସଟର୍ସ ନାମକ ଏକ ଆପ ଡେଭଲପ କରିଥିଲେ । ଏହି ହଟସଟର୍ସ ଆପକୁ ରାଜ କୁନ୍ଦ୍ରା ୟୁକେ ବେସଡ ଫର୍ମ କେନରିନ ନାମକ କମ୍ପାନୀକୁ ୨୫ ହଜାର ଡଲାରରେ ବିକ୍ରି କରିଥିଲେ । ଏହି କମ୍ପାନୀର ସିଇଓ ପ୍ରଦୀପ ବକ୍ସି ଥିଲେ ଯିଏକି ରାଜଙ୍କ ଭିଣୋଇ ।

Share