ପପ ଷ୍ଟାର ତଥା ଅଭିନେତ୍ରୀ ଓଲିଭିଆ ନିଉଟନ ଜନଙ୍କ ପରଲୋକ

ୱାଶିଂଟନ,୯ ।୮: ଚାରି ଥର ଗ୍ରାମି ଆୱାର୍ଡ ବିଜେତା ଗାୟିକା ତଥା ଅଭିନେତ୍ରୀ ଓଲିଭିଆ ନ୍ୟୁଟନ ଜନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ସ୍ୱାମୀ ଜନ ଇଷ୍ଟରଲିଙ୍ଗ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।
ଇଷ୍ଟରଲିଙ୍ଗ କହିଛନ୍ତି, ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ଓଲିଭିଆ କ୍ୟାନସରରେ ପୀଡିତ ଥିଲେ । ତେବେ ସ୍ୱାମୀ, ଝିଅ, ଭଉଣୀ, ଭାଇ ସମେତ ଏକ ବଡ ପରିବାରକୁ ଛାଡି ସେ ସବୁଦିନ ପାଇଁ ଚାଲିଯାଇଛନ୍ତି ବୋଲି ଇଷ୍ଟରଲିଙ୍ଗ କହିଛନ୍ତି ।
ୟୁଏସ ଟୁଡେର ରିପୋର୍ଟ ଅନୁଯାୟୀ, ୨୬ ସେପ୍ଟେମ୍ବର ୧୯୪୮ରେ ଓଲିଭିଆ ଇଂଲଣ୍ଡର କେମ୍ବ୍ରିଜରେ ଜନ୍ମଲାଭ କରିଥିଲେ । ମାତ୍ର ୫ ବର୍ଷ ବୟସରେ ସେ ତାଙ୍କ ପରିବାର ସହ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ସେଠାରେ ସେ ଗୀତ ଶିକ୍ଷା କରିବା ସହ ମାତ୍ର ୧୬ ବର୍ଷ ବୟସରେ ଏକ ଟ୍ୟାଲେଣ୍ଟ ଶୋ’ ବିଜେତା ହୋଇଥିଲେ । ଏହାପରେ ସେ ପୁଣି ଇଂଲଣ୍ଡ ଚାଲି ଆସିଥିଲେ । ଏହାପରେ ସେ ଗୀତକୁ ପେଶା ଓ ନିଶାରେ ପରିଣତ କରି ପାଠପଢା ଛାଡି ଦେଇଥିଲେ ।

Share