Posted inଫୁରସତ

ଲୋକପ୍ରିୟ ହନିମୁନ୍‌ ଡେଷ୍ଟିନେଶନ୍‌: କେରଳର କଶ୍ମୀର ପୋନମୁଡ଼ି

କେରଳସ୍ଥିତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ପୋନମୁଡ଼ି। ପାହାଡ, ଜଙ୍ଗଲ ତଥା ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟିକୁ ଅନେକେ କେରଳର କଶ୍ମୀର ବୋଲି ମଧ୍ୟ କହିଥାନ୍ତି। ତା’ଛଡ଼ା ଏହା ଏକ ଲୋକପ୍ରିୟ ହନିମୁନ୍‌ ଡେଷ୍ଟିନେଶନ୍‌ ଭାବେ ବି ଜଣାଶୁଣା…

କେରଳ ଥିରୁଭାନନ୍ତପୁରମ୍‌ ଜିଲାରେ ଅବସ୍ଥିତ ପୋନମୁଡ଼ି ହେଉଛି ସ୍ଥାନୀୟ ଏକ ଶୈଳନିବାସ। କିନ୍ତୁ ଏଠାକାର ପ୍ରାକୃତିକ ପରିବେଶ ଏତେ ଆକର୍ଷଣୀୟ ଯେ, ଏହାକୁ ଅନେକେ କେରଳର କଶ୍ମୀର ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଜଙ୍ଗଲ ପରିବେଷ୍ଟିତ ଏହି ପାହାଡ଼ିଆ ସ୍ଥାନଟିରେ ଅନେକ ଜଳପ୍ରପାତ ତଥା ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଏବଂ ଶତାଧିକ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଥାନ୍ତି। କେବଳ ସେତିକି ନୁହେଁ ପୋନମୁଡ଼ିର ପାଖାପାଖି ଅଞ୍ଚଳରେ ଏମିତି ବି କେତେକ ପର୍ଯ୍ୟଟନସ୍ଥଳୀ ଅଛି, ଯାହାର ଆକର୍ଷଣରେ ଆକର୍ଷିତ ହୋଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି।

ପୋନମୁଡ଼ିରେ କ’ଣ ଦେଖିବେ
ପେପ୍ପରା ବନ୍ୟପ୍ରାଣୀ ଅଭୟାରଣ୍ୟ:ପ୍ରାୟ ୫୩ ବର୍ଗ କି.ମି. ପରିସୀମା ବ୍ୟାପ୍ତ ଏହି ଅଭୟାରଣ୍ୟଟି ପୋନମୁଡ଼ିର ମୁଖ୍ୟ ପର୍ଯ୍ୟଟନସ୍ଥଳୀ। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ଜାତି ଜାତିକା ପଶୁପକ୍ଷୀଙ୍କ ସମେତ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ବି ଥିବାର ଦେଖିବାକୁ ମିଳିଥାଏ।
ମିନ୍‌ମୁଟ୍ଟୀ ଜଳପ୍ରପାତ:ପୋନମୁଡ଼ିର ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ପାଦଚଲା ରାସ୍ତାରେ କିଛିବାଟ ଗଲେ ଏହି ମିନ୍‌ମୁଟ୍ଟୀ ଜଳପ୍ରପାତ ପଡ଼ିଥାଏ। ସ୍ବଚ୍ଛ ଜଳ ପାଇଁ ଏହି ପ୍ରପାତଟି ବେଶ୍‌ ଲୋକପ୍ରିୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଏହି ସ୍ଥାନଟିକୁ ଚାଲି ଚାଲି ଯିବା ସହିତ ବାଟରେ ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କୁ ଦେଖିବାର ଅନୁଭୂତି ସତରେ ବେଶ୍‌ ରୋମାଞ୍ଚକର ହୋଇଥାଏ। ଖାସ୍‌କରି ପ୍ରକୃତିପ୍ରେମୀଙ୍କ ଏହି ସ୍ଥାନଟି କୌଣସି ସ୍ବର୍ଗଠାରୁ କମ୍‌ ନୁହେଁ। ଜଙ୍ଗଲ ଭିତରେ ଯାତ୍ରୀମାନଙ୍କୁ ବାଟ କଢ଼େଇ ନେବା ପାଇଁ ଜଙ୍ଗଲ ବିଭାଗ ତରଫରୁ ଏଠାରେ ଗାଇଡ୍‌ଙ୍କର ବ୍ୟବସ୍ଥା ମଧ୍ୟ ରହିଛି।

ପୋନମୁଡ଼ି ଜଳପ୍ରପାତ: ପୋନ୍‌ମୁଡ଼ି ଶୈଳନିବାସଠାରୁ ଏହି ଜଳପ୍ରପାତଟିର ଦୂରତା ମାତ୍ର ୧.୫ କି.ମି.। ପୋନମୁଡ଼ିର ନାମାନୁସାରେ ଏହାର ନାମ ପୋନମୁଡ଼ି ଜଳପ୍ରପାତ ରଖାଯାଇଛି। ଏଠାରେ ପର୍ଯ୍ୟଟକ ଜଳପ୍ରପାତର ଆକର୍ଷଣୀୟ ରୂପକୁ ଉପଭୋଗ କରିବା ସହ ନିକଟରେ ଥିବା ଏକ ଡିୟର୍‌ ପାର୍କ ମଧ୍ୟ ବୁଲି ଦେଖିପାରିବେ। ତା’ସହିତ ପର୍ଯ୍ୟଟକଙ୍କ ରହିବା ପାଇଁ ସ୍ବତନ୍ତ୍ର ଭାବେ ବାଉଁଶରେ ତିଆରି ଛୋଟ ଛୋଟ କଟେଜ୍‌ରେ ଅବସ୍ଥାନ କରି କିଛିଟା ନିଆରା ଅନୁଭୂତି ମଧ୍ୟ ସାଉଁଟି ପାରିବେ।

ଅଗସ୍ତିଆର୍‌କୋଦମ୍‌: ପୋନମୁଡ଼ିସ୍ଥିତ ଏହା ଏକ ଉଚ୍ଚତମ ସ୍ଥାନ। ଚତୁଃପାର୍ଶ୍ୱ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ସ୍ଥାନକୁ ବୁଲି ଗଲାବେଳେ ଖୁବ୍‌ ରୋମାଞ୍ଚକର ଲାଗିଥାଏ। ଏତଦ୍‌ବ୍ୟତୀତ ପୋନମୁଡ଼ିରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏକ ଇକୋ ପଏଣ୍ଟ ତଥା ଅନେକ ଟ୍ରେକିଂ ସ୍ପଟ୍‌ ମଧ୍ୟ ରହିଛି। ଟ୍ରେକିଂ ଏବଂ ହାଇକିଂ ପାଇଁ ବେଶ୍‌ ସୁବିଧା ଥିବା ଯୋଗୁ, ଏଥିରେ ରୁଚି ରଖୁଥିବା ପର୍ଯ୍ୟଟକମାନଙ୍କର ଖୁବ୍‌ ଭଲ ଭିଡ଼ ଜମିଥାଏ ଏଠାରେ।

କେବେ ଯିବେ
ପୋନମୁଡ଼ିକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବା ପାଇଁ ସୁବିଧା ଥିଲେ ବି, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ଏଠାକୁ ଯିବା ପାଇଁ ମାର୍ଚ୍ଚରୁ ମେ’ ହେଉଛି ସବୁଠାରୁ ଉପଯୁକ୍ତ ସମୟ। ତା’ଛଡ଼ା ବର୍ଷାକାଳରେ ପୋନମୁଡ଼ିର ସୌନ୍ଦର୍ଯ୍ୟ ବେଶ୍‌ ବଢି ଯାଉଥିବାରୁ ଏହି ସମୟରେ ବି ଏଠାକୁ କେତେକ ପର୍ଯ୍ୟଟକ ବୁଲି ଯାଉଥିବାର ଦେଖିବାକୁ ମିଳେ।

କେମିତି ଯିବେ
ଥିରୁଭାନନ୍ତପୁରମ୍‌ ସେଣ୍ଟ୍ରାଲ୍‌ ରେଲଓ୍ବେ ଷ୍ଟେଶନ ଓ ଥିରୁଭାନନ୍ତପୁରମ୍‌ ଇଣ୍ଟର ନ୍ୟାଶନାଲ୍‌ ଏୟାରପୋର୍ଟ ହେଉଛି ପୋନମୁଡ଼ିର ନିକଟତମ ରେଳଷ୍ଟେଶନ ତଥା ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଏଠାକୁ ଯାଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ମୁତାବକ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ପୋନମୁଡ଼ିରେ ପହଞ୍ଚତ୍ପାରିବେ।

କ’ଣ କିଣିବେ ଓ କ’ଣ ଖାଇବେ
ଏଠାରେ ଆମିଷ, ନିରାମିଷର ସବୁପ୍ରକାର ଡିସ୍‌ ଖାଇବାକୁ ପାଇପାରିବେ। ବିଶେଷକରି ଏଠି ମାଛରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖାଇବାକୁ ବେଶ୍‌ ସୁସ୍ବାଦୁ ଲାଗିଥାଏ। ତା’ଛଡ଼ା ସ୍ବତନ୍ତ୍ର ଭାବେ ଅର୍ଡର କଲେ ଏଠାକାର ଅଧିକାଂଶ ରେଷ୍ଟୁରାଣ୍ଟ ତଥା ହୋଟେଲ୍‌ରେ ପର୍ଯ୍ୟଟକଙ୍କୁ କଦଳୀ ପତ୍ରରେ ବିଭିନ୍ନ ପ୍ରକାର ପାରମ୍ପରିକ ଭୋଜନ ପରଷା ଯାଇଥାଏ, ଯାହା ଦେଖିବାକୁ ମନୋରମ ଲାଗିବା ସହ ଖାଇବାରେ ଶାନ୍ତି ପ୍ରଦାନ କରିଥାଏ। ସେହିପରି ପର୍ଯ୍ୟଟକ ଚାହିଁଲେ ଧାର୍ମିକ ପର୍ବପର୍ବାଣିରେ ପିନ୍ଧା ଯାଉଥିବା ଗୋଲ୍ଡେନ୍‌ ବର୍ଡରଯୁକ୍ତ ଶାଢି, ବିଭିନ୍ନ ମସଲାଦ୍ରବ୍ୟ ଆଦି ଶସ୍ତାରେ ଏଠାରୁ କିଣି ମଧ୍ୟ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri