ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରି ଫଶିଲେ ଧର୍ମଗୁରୁ ପୋପ ଫ୍ରାନ୍ସିସ

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ବ୍ରାଜିଲର ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରିଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ଦ୍ୱାରା ଏପରି ଫଟୋକୁ ପସନ୍ଦ କରିବା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ସହିତ ବ୍ରାଜିଲର ମଡେଲ ଏହାକୁ ପରିହାସ ଛଳରେ ଗ୍ରହଣ କରିଛନ୍ତି। ତେବେ ବିବାଦ ପରେ ଏହାକୁ ପୋପ ନିଜ ଆକାଉଣ୍ଟରୁ ହଟାଇ ଦେଇଛନ୍ତି। ପୋପଙ୍କ ଇନଷ୍ଟା ଆକାଉଣ୍ଟକୁ ବିବାଦୀୟ ଲାଇକ୍‌ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାର ସ୍କ୍ରିନସଟ ନେଇ ରଖିଥିଲେ। ଏହି ସ୍କ୍ରିନସଟରେ, ମଡେଲ ନତାଲିଆ ଗ୍ୟାରିବୋଟୋଙ୍କ ଫଟୋକୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଆକାଉଣ୍ଟରେ ଲାଇକ୍‌ କରାଯାଇଥିବା ଦେଖାଯାଇଥିଲା। ଏହି ଫଟୋରେ ନତାଲିଆଙ୍କ ଏକ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧିଛନ୍ତି। ୨୭ ବର୍ଷୀୟ ବ୍ରାଜିଲ ମଡେଲର ଏହି ଫଟୋକୁ ପୋପଙ୍କ ବ୍ୟତୀତ ସମଗ୍ର ବିଶ୍ୱରେ ୧,୩୩,୦୦୦ରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ବ୍ରାଜିଲର ମଡେଲ ଏକ ମଜାଳିଆ ସ୍ବରରେ ଟୁଇଟ୍‌ କରି କହିଛନ୍ତି, ମୁଁ ଏବେ ଭାଟିକାନ ଯାଉଛି। ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି, ଅନ୍ତତଃପକ୍ଷେ ମୁଁ ସ୍ବର୍ଗକୁ ଯାଉଛି। ଯଦି ପୋପ ଫ୍ରାନ୍ସିସ ଆପଣଙ୍କୁ ସେଠାରେ ଦେଖିବାକୁ ଚାହାଁନ୍ତି ତେବେ ଆପଣ ଯିବା ଉଚିତ୍‌। ଏହାକୁ ନେଇ ପୋପଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଖବର ହଟାଇ ଦିଆଯାଇଛି। ଅବଶ୍ୟ, ଏହା ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଛି ନା ଏହା ଉଦ୍ଦେଶ୍ୟମୂଳକ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇନଷ୍ଟାଗ୍ରାମରେ ନତାଲିଆ ଗ୍ୟାରିବୋଟୋଙ୍କର ୨ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି ।

Share