ସ୍କ୍ରିନ୍‌ରେ ଅବିବାହିତ, ଅସଲରେ ତିନି ସନ୍ତାନର ପିତା

ବମ୍ବେ: ପରଦାରେ ବାଡୁଅ ଯୁବକଙ୍କ ଭୂମିକା। ହେଲେ ବ୍ୟକ୍ତିଗତ ଜୀବନରେ ସେ ତିନୋଟି ସନ୍ତାନର ବାପା। ଆମେ କଥା ହେଉଛୁ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ଜରିଆରେ ଘରେ ଘରେ ପରିଚିତ ହୋଇଥିବା ପତ୍ରକାର ପୋପଟଲାଲ। ଟେଲିଭିଜନ ଅଭିନେତା ଶ୍ୟାମ ପାଠକ ଏହି ଭୂମିକାରେ ନଜର ଆସୁଛନ୍ତି।

ହାସ୍ୟ ଧାରାବାହିକରେ ତାଙ୍କର ଚରିତ୍ର ପୋପଟଲାଲ ଏଭଳି ଜଣେ ବ୍ୟକ୍ତିଙ୍କର ଯିଏ କି ସର୍ବଦା ନିଜ ବିବାହକୁ ନେଇ ଚିନ୍ତିତ। ଅନେକ ଥର ବିବାହ ହେଉ ହେଉ ଅଟକି ଯାଇଛି। ଫଳରେ ସେ ଏକ ସୁନ୍ଦର ଏବଂ ଶାନ୍ତ କନ୍ୟା ଖୋଜୁଛନ୍ତି। ପରଦାରେ ଅବିବାହିତ ନଜର ଆସୁଥିବା ପୋପଟଲାଲ ବାସ୍ତବରେ ବିବାହିତ। ସେ ରେଶମୀଙ୍କୁ ପ୍ରେମ ବିବାହ କରିଥିଲେ। ପରିବାରଠାରୁ ଅଲଗା ହୋଇ ସେ ତାଙ୍କୁ ସ୍ତ୍ରୀ କରିଥିଲେ। ଏବେ ସେ ୩ ସନ୍ତାନର ପିତା।

ପୋପଟଲାଲଙ୍କ ବିଷୟରେ ସବୁଠାରୁ ଚକିତ କଲାଭଳି କଥା ଏହା ଯେ ସେ ତାରକ ମେହେତା ଧାରାବାହିକରେ କାମ କରିବା ପୂର୍ବରୁ ସୁପରହିଟ୍‌ ଚାଇନା ଚଳଚ୍ଚିତ୍ରରେ କାମ କରିଛନ୍ତି। ଫିଲ୍ମ ‘ଘୁଂଘଟ’ରେ ଡେବ୍ୟୁ କରିଥିଲେ। ପରେ ସେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ।

Share