ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

ସିଓଲ,୧୩ା୪: ଦକ୍ଷିଣ କୋରିଆର ପପ୍‌ ଗାୟିକା ପାର୍କ ବୋ ରାମ୍‌ଙ୍କର ଗୁରୁବାର ରାତିରେ ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଦୁଃଖଦ ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ ଚାଲିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗାୟିକା ଏକ ଘରୋଇ କାଯର୍ର୍‌ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ଦୁଇ ବନ୍ଧୁଙ୍କ ସହ ମଦ ପିଇ ରେଷ୍ଟରୁମ୍‌କୁ ଯାଇଥିଲେ। ସେ ନ ଫେରିବାରୁ କ’ଣ ହେଲା ବୋଲି ଦୁଇ ବନ୍ଧୁ ଦେଖିବାକୁ ଯାଇ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲେ। ୨୦୧୪ରେ ପାର୍କ ପପ୍‌ ସଙ୍ଗୀତ ଶିଳ୍ପରେ ପାଦଦେଇ ନିଜର ଟ୍ୟାଲେଣ୍ଟ ବଳରେ ଶ୍ରୋତାଙ୍କ ହୃଦୟ ଜିତିଥିଲେ।

Share