ଲଘୁବନଜାତ ଦ୍ରବ୍ୟର ଅଭାବୀ ବିକ୍ରି

ନୂଆପଡ଼ା ଅଫିସ,୧୫।୪: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ଲଘୁବନଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଉ ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି। ଦଲାଲମାନେ ମହୁଲଫୁଲ କ୍ରୟ କରି ବଦଳରେ ପାତଳଘଣ୍ଟା ଓ ଆଳୁ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ବଜାରରେ ମହୁଲ ଦର ୨୦ ଟଙ୍କା ଥିବାବେଳେ ପାତଳଘଣ୍ଟା (ଟମୋଟ) ୧୦ ଓ ଆଳୁ ୧୫ ଟଙ୍କା ରହିଛି। ମରୁଡି ପ୍ରପିଡିତ ତଥା ଆଦିବାସୀ ଅଧ୍ୟୁଷିତ ଜିଲାରେ ଅଧିକ ଲୋକ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୦ ମାର୍ଚ୍ଚରେ ଲଘୁବନଜାତ ଦ୍ରବ୍ୟର ସଂଗ୍ରହ ଦାୟିତ୍ୱ ଗ୍ରାମପଞ୍ଚାୟତ ହାତରେ ନ୍ୟସ୍ତ କରାଯାଇଥିଲା। ହେଲେ ସରକାରଙ୍କ ଏହି ଦାୟିତ୍ୱ ଉପରେ ଗ୍ରାମପଞ୍ଚାୟତ ଗୁରୁତ୍ୱ ଦେଉ ନ ଥିବାରୁ ଏହାର ସଂଗ୍ରହ ଏକ ପ୍ରହସନରେ ପରିଣତ ହୋଇଛି। କେବଳ ସେତିକି ନୁହେଁ ବନଜାତ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ଲେଖାଯିବା ପାଇଁ ନିୟମ ଥିବାବେଳେ ତାହା ପାଳନ କରାଯାଉ ନାହିଁ। ଫଳରେ ବାହାର ଅଞ୍ଚଳର ଦଲାଲ ଶ୍ରେଣୀର ଲୋକେ ଗ୍ରାମାଞ୍ଚଳରେ ଆଡ୍ଡା ଜମାଇ ଆଦିବାସୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଗ୍ରାମପଞ୍ଚାୟତ ଧାରା ୧୯୯୬ ଅନୁସାରେ ସରକାରୀ କର୍ପୋରେସନ କିମ୍ବା ବ୍ୟବସାୟୀମାନେ ଅଗ୍ରୀମ ୧୦୦ ଟଙ୍କା ଦେଇ ନାମ ପଞ୍ଜୀକରଣ କରିବା କଥ, ମାତ୍ର ତାହା କରାଯାଉ ନାହିଁ। ଫଳରେ ଛତିଶଗଡର ଅଣପଞ୍ଜୀକୃତ ଦଲାଲମାନେ ସରଳ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି। ବର୍ତ୍ତମାନ ବଜାରରେ ମହୁଲଫୁଲ କେଜି ପ୍ରତି ୨୦ ରହିଛି। ମାତ୍ର ବେପାରୀ କେଜିଏ ମହୁଲଫୁଲ ନେଇ ବଦଳରେ ବ୍ୟକ୍ତିଙ୍କୁ ପାତଳଘଣ୍ଟା ଦେଉଛନ୍ତି। ବଜାରରେ ବର୍ତ୍ତମାନ ପାତଳଘଣ୍ଟା ମୂଲ୍ୟ ୧୦ ଟଙ୍କା ରହିଛି। ବଜାର ଠିକ ଦର ସମ୍ପର୍କରେ ଲୋକମାନେ ଅବଗତ ନ ଥିବାରୁ ତାଙ୍କୁ ଶୋଷଣ କରାଯାଉଛି। ସେହିପରି ତେନ୍ତୁଳି, ଅଁଳା, ବାହାଡା, ହରିଡା, ଲାଖ, ମହୁ, ଝୁଣା, ଲସା ଇତ୍ୟାଦିର କୌଣସି ନିର୍ଦ୍ଧିଷ୍ଟ ଦର ନାହିଁ। ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ଦର କରାଯାଇ ନ ଥିବାରୁ ଶାଗମାଛ ମୂଲ୍ୟରେ ସଂଗ୍ରହକାରୀଙ୍କଠାରୁ ବେପାରୀମାନେ କିଣି ଲାଭବାନ ହେଉଛନ୍ତି। ଜିଲା ପ୍ରଶାସନର ଆଦୌ ଦୃଷ୍ଟି ନ ଥିବାରୁ ସଂଗ୍ରହକାରୀ ହତାଶ ଏବଂ ବେପାରୀ ମାଲେମାଲ ହେଉଛନ୍ତି। ଏ ସକ୍ରାନ୍ତରେ କୋମନା ବନ ବିଭାଗ ରେଞ୍ଜର ଦେବଦତ ସୁତାରଙ୍କୁ ପଚାରିବରୁ ବନ ବିଭାଗ ହାତରେ ଥିବାବେଳେ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ପାଉଥିଲା। ଯେତେବେଳେ ସରକାର ପଞ୍ଚାୟତକୁ ନ୍ୟସ୍ତ ଦେବାପଠାରୁ ଚୋରା ବେପାରୀମାନେ ପଞ୍ଚାୟତିରାଜ ବିଭାଗକୁ ହାତବାରିଶି କରି କୋଟି କୋଟି ଟଙ୍କାର ରାଜସ୍ବ ଲୁଟି ଖାଉଛନ୍ତି। କୋମନା ବିଡିଓ ସୁଶାନ୍ତ ରଣାଙ୍କୁ ପଚାରିବାରୁ ଏହି ସବୁ ପଞ୍ଚାୟତ ହାତରେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri