ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି

ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବେଦପୁରଠାରୁ ଜନକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ନଦୀବନ୍ଧରେ ମାଟି ବଦଳରେ ନଈ ବାଲି ପକାଇ କାମ କରୁଥିବା ବେଳେ ନଦୀ ବନ୍ଧର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ ଏହି ବନ୍ଧଟିର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ଏହି ରାସ୍ତାଟି ପ୍ରଶସ୍ତିକରଣ ନିମନ୍ତେ ୮ ଡିସେମ୍ବର ୨୦୨୩ରେ ଶିଳାନ୍ୟାସ ହୋଇଥିଲା ଏବଂ ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନନରେ ବେଦପୁରଠାରୁ ଜନକ ରାସ୍ତା ବାବଦକୁ ୨୨କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା। କାମ ଆରମ୍ଭ ହେବାର କିଛି ଦିନ ପରେ ନିର୍ବାଚନ ହୋଇଥିବାରୁ ଏହି କାର୍ଯ୍ୟ ବନ୍ଦ ହୋଇରହିଥିଲା। ରାସ୍ତା କାମ କିଛି ଦିନ ହେବ ଆରମ୍ଭ ହୋଇ ଚାଲୁ ରହିଥିବା ବେଳେ କାର୍ଯ୍ୟ ସଠିକ୍‌ ଢଙ୍ଗରେ ହେଉନଥିବା ଅଭିଯୋଗ ହୋଇଛି। ପୂର୍ବରୁ ଥିବା ନଦୀବନ୍ଧକୁ ଅଳ୍ପ ଲେଖାଏ ଜେସିବି ସାହଯ୍ୟରେ କାଟି ନିକଟସ୍ଥ ନଈପଠାରୁ ବାଲି ଆଣି ବନ୍ଧର ତଳ ଭାଗରେ ଦିଆଯାଉଛି ଏବଂ ଉପରେ ମାଟି ପକାଇ କାମକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି ଠିକାଦାର। ଅପରପକ୍ଷରେ ନଈର ପଠାରୁ ମନଇଚ୍ଛାରେ ବାଲି କାଢ଼ିବା ଦ୍ୱାରା ନଦୀ ପଟରେ ମଧ୍ୟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ଦିନେ ନଦୀରେ ପାଣି ଆସିବା ପରେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପଦର କାରଣ ହେବ ବୋଲି ଆଲୋଚନା ହେଉଛି। ସବୁଠାରୁ ବଡ଼ କଥା ହେଲା ନଦୀ ବଢ଼ି ସମୟରେ ଏଠାରେ ଏକ ଘାଇ ସୃଷ୍ଟି ହୋଇଥିଲା। ଯାହା ଫଳରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ସେହି ଘାଇ ନିକଟରେ ମଧ୍ୟ ମାଟି ବଦଳରେ ବାଲି ପକାଇ ବନ୍ଧ ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି। କାର୍ଯ୍ୟ ସମୟରେ ମଧ୍ୟ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଦେଖା ମିଳୁ ନ ଥିବା ବେଳେ ଫୋନ୍‌ ଯୋଗେ କନିଷ୍ଠ ଯନ୍ତ୍ରୀ ବୀରେନ ବସୁଙ୍କ ସହ ଯୋଗାଯୋଗ କରିଥିଲେ ବି ଫୋନର ଉତ୍ତର ଦେଇନାହାନ୍ତି। ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ସୁଦ୍ଧା ଏହାର ସଠିକ୍‌ ଢଙ୍ଗରେ କାର୍ଯ୍ୟ କରାଯାଉ ନ ଥିବାରୁ ଏହା ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍‌ସିପି

ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ…

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri