ସୁଧୁରୁନି ବସ୍ତି ଅଞ୍ଚଳର ଦୁରବସ୍ଥା

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଅଧୀନରେ ରହିଛି ସମୁଦାୟ ୪୧ଟି ଓ୍ବାର୍ଡ। ପ୍ରତି ଓ୍ବାର୍ଡରେ ରହିଛି ମୋଟ ୧୩୨ ବସ୍ତି। ୬୦ଭାଗ ବସ୍ତିରେ ବିଜୁ ଆଦର୍ଶ କଲୋନୀ ଯୋଜନାରେ ବିପୁଳ ଅନୁଦାନ ମିଳୁଥିବାରୁ ରାସ୍ତାଘାଟ,ଡ୍ରେନେଜ ସହିତ ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ହେଉଛି। ମାତ୍ର ୪୦ଭାଗ ବସ୍ତିରେ ଏପର୍ଯ୍ୟନ୍ତ ବିଜୁ ଆଦର୍ଶ କଲୋନୀ ଯୋଜନା ମୁତାବକ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇପାରି ନ ଥିବା ଓ୍ବାର୍ଡ ନଂ.୬ ବାଲୁଘାଟ, ରୂପଟୋଲା, ମନୀ କଲୋନୀ, ବଙ୍ଗଳାଟୋଲା, ଓ୍ବାର୍ଡ ନଂ.୧୬ ଦୁର୍ଗାପୁର, ଓ୍ବାର୍ଡ ନଂ.୧୯ ମାଲଗୋଦାମ ଆଦି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ବସ୍ତି ବାସିନ୍ଦାଙ୍କ କହିବା ମୁତାବକ, ବସ୍ତିଗୁଡିକର ରାସ୍ତାଘାଟ ବହୁ ପୁରୁଣା ହୋଇଯାଇଥିବା ବେଳେ ଦୀର୍ଘବର୍ଷ ଧରି ମରାମତି ହେଉନାହିଁ। ରାସ୍ତାରେ ମାସ ମାସ ଧରି ଅଳିଆ ଆବର୍ଜନା ପଡି ରହୁଛି। ଡ୍ରେନଗୁଡିକ ସଫା ହେଉନାହିଁ। ଫଳରେ ଅଳିଆ ଆବର୍ଜନା ଗଦା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ଡ୍ରେନ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡିଲେଣି। ଗୋଟିଏ ପଟେ ସହରର ମୁଖ୍ୟ ମାର୍ଗଗୁଡିକ ଚକ୍‌ଚକ୍‌ ହେଉଥିବା ବେଳେ ଅନ୍ୟପଟେ ବସ୍ତି ରାସ୍ତାର ଉନ୍ନତୀକରଣ ହୋଇପାରୁ ନାହିଁ। ଦୁର୍ଗାପୁର ପାହାଣ୍ଡଟୋଲି ଅଞ୍ଚଳର ବିଭିନ୍ନ ରାସ୍ତାଗୁଡିକରୁ କଂକ୍ରିଟ ଉଠିଯାଇଛି। ଏଥିସହ ପାନପୋଷ ଶବ ବ୍ୟବଚ୍ଛେଦ କେନ୍ଦ୍ରରୁ ନମାଜ ହଜ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ହେଲା ଶୋଚନୀୟ ଅବସ୍ଥାରେ ପଡିରହିଛି। ପ୍ରକାଶ ଥାଉକି, ଆର୍‌ଏମ୍‌ସି ଅଧୀନ ୧୩୨ଟି ବସ୍ତିର ସମସ୍ତ ରାସ୍ତାଘାଟ ବିଜୁ ଆଦର୍ଶ କଲୋନୀ ଯୋଜନା ଅନ୍ତର୍ଭକ୍ତ। ଆର୍‌ଏମ୍‌ସିର ଅଧିକାଂଶ ବସ୍ତିଅଞ୍ଚଳର ସାମଗ୍ରିକ ବିକାଶ ବିଜୁ ଆଦର୍ଶ କଲୋନୀ ଯୋଜନାରେ ସାଧିତ ହୁଏ। କିଛି ବସ୍ତିର ରାସ୍ତା କାମ ବାକି ଥିବାବେଳେ ଆଗକୁ ଜାଗା ମିଶନ ଯୋଜନାରେ ରାସ୍ତାଘାଟ ମରାମତି,ପୁନରୁଦ୍ଧାର ଓ ବିକାଶମୂଳକ କାର୍ଯ୍ୟ ସାଧନ ହେବାକୁ ରହିଥିବା ଜଣାପଡିଛି। ଆର୍‌ଏମ୍‌ସିର ବାର୍ଷିକ ବଜେଟର ୨୫ ପ୍ରତିଶତ ଅର୍ଥ କେବଳ ବସ୍ତି ବିକାଶରେ ପ୍ରତି ବର୍ଷ ଖର୍ଚ୍ଚ ହୁଏ। ଯଦି ଏତେ ଅନୁଦାନ ଆସୁଛି ତେବେ ବସ୍ତି ଅଞ୍ଚଳର ରାସ୍ତାଘାଟ ଏବଂ ଡ୍ରେନେଜର ଉନ୍ନତୀକରଣ କାହିଁକି କରାଯାଉ ନାହିଁ ବୋଲି ବସ୍ତିବାସୀ ପ୍ରଶ୍ନ କରିଛନ୍ତି। ଏନେଇ ଆର୍‌ଏମ୍‌ସି ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ପଚାରିବାରୁ, ସହରାଞ୍ଚଳ ବସ୍ତିଗୁଡିକର ରାସ୍ତାଘାଟ ଓ ଡ୍ରେନେଜ ଫାଇଲମାନ ଖୋଲାଯିବ। ନିର୍ବାଚନ ଥିବାରୁ ଏବଂ ଆଚରଣ ବିଧି ଯୋଗୁ ବସ୍ତି ରାସ୍ତାର ସମାଧାନ ପରେ କରାଯିବ। ମାତ୍ର ଡ୍ରେନେଜ ସଫେଇ ଏବେ କରାଯିବ ବୋଲି କୁଲକର୍ଣ୍ଣୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri