Categories: ଜାତୀୟ

ଜୋଷୀମଠ ଦବିବା ପଛରେ ଗାଏବ ପୁଷ୍କରିଣୀ

ଡେରାଡୁନ୍‌,୨୩।୧: ଉତ୍ତରାଖଣ୍ଡର ଜୋଷୀମଠ ସହର ଓ ଏହାର ଆଖପାଖ ଦବୁଥିବାରୁ ଅନେକ ଘର ଓ ରାସ୍ତାଘାଟରେ ଫାଟ ହୋଇ ବିପଦ ସୃଷ୍ଟି କରିଛି। ଉକ୍ତ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ଉଦ୍ୟମ ଚଳାଇଛି। ଜୋଷୀମଠ ବାସିନ୍ଦାଙ୍କ କହିବା ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ ସେଠାର ୫ଟି ପୁଷ୍କରିଣୀ ଗାଏବ ହୋଇଯାଇଛି।

ସେଗୁଡ଼ିକ ଶୁଖିଯାଇଛି କିମ୍ବା ତାହା ଉପରେ ବିଲ୍ଡିଂ ନିର୍ମାଣ ହୋଇଛି। ସହରର ଘର ଦବିବା ଓ ଫାଟ ସୃଷ୍ଟି ହେବାର କାରଣ ଏହା ତଳେ ରହିଥିବା ଜଳ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସହରର ବରିଷ୍ଠ ନାଗରିକମାନଙ୍କ କହିବା ଅନୁଯାୟୀ ଉକ୍ତ ପୁଷ୍କରିଣୀଗୁଡ଼ିକ ସହ ସେଠାରେ ଅନେକ ଜଳଉତ୍ସ ରହିଥିଲା। ନିର୍ମାଣ କାର୍ଯ୍ୟ ଯୋଗୁ ଜଳାଶୟଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଲା ବୋଲି ସେମାନେ କହିଛନ୍ତି।

Share