Categories: ଜାତୀୟ

ଆଇଏଏସ୍‌ ଅଫିସର ପୂଜା ସିଂଘଲ ଗିରଫ

ରାଞ୍ଚି,୧୧।୫: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦୀର୍ଘ ଦିନର ପଚରାଉଚରା ପରେ ଇଡି ଶେଷରେ ତାଙ୍କୁ ଗିରଫ କରିଛି। ମନରେଗା ସ୍କାମ, ଆୟରୁ ଅଧିକ ସମ୍ପତ୍ତି ଓ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ପୂଜାଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ସରକାରଙ୍କ ଖଣି ବିଭାଗର ସଚିବ ଥିବା ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ଯାହାକୁ ଗଣିବାକୁ ଇଡିକୁ ଟଙ୍କା ମେସିନ ଆଣିବାକୁ ପଡିଥିଲା। ଏହାପରେ ମଙ୍ଗଳବାର ତାଙ୍କୁ ଇଡି ଅଧିକାରୀମାନେ ପାଖାପାଖି ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିବା ପରେ ଛାଡି ଦେଇଥିଲେ। ଏହି ସମୟରେ ଇଡିର ପ୍ରତିଟି ଅଭିଯୋଗକୁ ଖଣ୍ଡନ କରିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଆଇଏଏସ୍‌ ଅଫିସର ପୂଜା । ମନରେଗା ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତିକୁ ବି ସେ ଅସ୍ବୀକାର କରିଥିଲେ।

Share