Posted inଜାତୀୟ

୧୦ ମିନିଟରେ ପୋଡ଼ି ପାଉଁଶରେ ପରିଣତ ହେଲା ପୂଜା ପେଣ୍ଡାଲ, ଜୀବନ ବିକଳରେ ପୋଖରୀକୁ ଡେଇଁଲେ ଶ୍ରଦ୍ଧାଳୁ…

ଭଦୋହି,୩।୧୦ : ଉତ୍ତରପ୍ରଦେଶର ଭଦୋହି ସହରରେ ଏକ ଦୁର୍ଗା ପୂଜାପେଣ୍ଡାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୪ ଜଣ ଲୋକ ଆହତ ଜହୋଇଇଛନ୍ତି। ରବିବାର ରାତି ପ୍ରାୟ ୯ ଟା ସମୟରେ ଏହି ଘଟଣା ଘଟିଥିଲା।

ଅଗ୍ନିକାଣ୍ଡ ସମୟରେ ଦୁର୍ଗା ମାତାଙ୍କ ଦର୍ଶନ ପାଇଁ ପେଣ୍ଡାଲରେ ୨୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ମଞ୍ଚରେ ଅଭିନୟ ଆରମ୍ଭ ହୋଇଥିବା ସମୟରେ ହଠାତ୍‌ ମଞ୍ଚ ନିକଟରେ ଥିବା ଅଞ୍ଚଳରେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା। ଫଳରେ ଲୋକମାନେ କ’ଣ ହୋଇଛି ତାହା ଜାଣିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ଚାରିଆଡେ ପାଟିତୁଣ୍ଡ ହେଉଥିଲା। ଲୋକମାନେ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ନିଆଁ ମାତ୍ର ୧୦ ମିନିଟ ମଧ୍ୟରେ ପେଣ୍ଡାଲକୁ ପୋଡ଼ି ପାଉଁଶ କରି ଦେଇଥିଲା।

ଶ୍ରଦ୍ଧାଳୁମାନେ ଜୀବନ ବିକଳରେ ପେଣ୍ଡାଲ ପଛରେ ଥିବା ପୋଖରୀକୁ ଡେଇଁପଡିଥିଲେ। କିଛି ଲୋକ ସାହସ ଦେଖାଇ ପେଣ୍ଡାଲରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ଯଦିଓ ସେମାନେ ଏଥିରେ ସଫଳ ହୋଇପାରିନଥିଲେ।

କୁହାଯାଉଛି ଯେ ନିଆଁ ଲାଗିବା ସମୟରେ ନାଟକ ଚାଲିଥିଲା। ପ୍ରାୟ ୮ ରୁ ୯ ସେକେଣ୍ଡ ପାଇଁ ସବୁକିଛି ଠିକ ଥିଲା ଏବଂ ଉପସ୍ଥିତ ଶ୍ରଦ୍ଧାଳୁମାନେ ନାଟକକୁ ଉପଭୋଗ କରୁଥବଲେ। ହଠାତ୍‌ ନିଆଁ ଏହାର ଭୟଙ୍କର ରୂପ ନେଇଥିଲା। ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବା ସମୟରେ ନିଆଁରେ ଜଳି ଯାଇଥିବା ଜଣେ ମହିଳା କହିଛନ୍ତି ଯେ କରେଣ୍ଟ ଯୋଗୁଁ ନିଆଁ ଲାଗିଛି ଏବଂ ଆମେ ବାହାରକୁ ଯାଇ ପାରିଲୁ ନାହିଁ। ଅଗ୍ନିଶମ ବିଭାଗର ପ୍ରାଥମିକ ଅନୁସନ୍ଧାନରେ ଶର୍ଟ ସର୍କିଟକୁ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଇଛି।

ଏହି ଘଟଣାରେ ୬୪ ଜଣ ଲୋକ ଜଳି ଯାଇଛନ୍ତି। ସେଥିମଧ୍ୟରୁ ୪୨ଜଣଙ୍କୁ ବାରାଣାସୀ ହସ୍ପିଟାଲକୁ ରେଫର୍‌ ହୋଇଥିବାବେଳେ ଓରାଇକୁ ୧୮ ଜଣ ଏବଂ ପ୍ରୟାଗକୁ ୪ ଜଣକୁ ରେଫର୍‌ କରାଯାଇଛି। ଅଗ୍ନିକାଣ୍ଡ ପରେ ନିଆଁକୁ ଆୟତ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri