ଏତିକି କୋଟି ଟଙ୍କାର ମାଲିକାଣୀ ପୂଜା ହେଗ୍‌ଡେ

ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କୁ ସଲମାନ ଖାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଦେଖିବାକୁ ମିଳିବ। ଇଦ୍‌ ୨୦୨୩ ଅବସରରେ ରିଲିଜ ହୋବକୁ ଥିବା ଏହି ଫିଲ୍ମରେ ସଳମାନ-ପୂଜାଙ୍କୁ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ଇତି ମଧ୍ୟରେ ପୂଜା ହେଗ୍‌ଡେଙ୍କୁ ବଲିଉଡର ବହୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ନାମିତ କରାଯାଇଛି। ଆସନ୍ତୁ ଜାଣିବା ସଲମାନ ଖାନଙ୍କ ଏହି ହିରୋଇନ କେତେ କୋଟିର ମାଲିକାଣୀ।

ଚଳଚ୍ଚିତ୍ର ହେଉଛି ପୂଜା ହେଗ୍‌ଡେ ରୋଜଗାରର ମୁଖ୍ୟ ମାଧ୍ୟମ। ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ରରୁ ବିପୁଳ ରୋଜଗାର କରନ୍ତ। ସେ ଏକ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଆଦାୟ କରନ୍ତି।

ଚଳଚ୍ଚିତ୍ର ସହିତ ସଲମାନ ଖାନଙ୍କ ଏହି ହିରୋଇନ ମଧ୍ୟ ଅନେକ ବ୍ରାଣ୍ଡକୁ ପ୍ରମୋଟ କରନ୍ତି। ପୂଜା ହେଗ୍‌ଡେ ପ୍ରେଷ୍ଟିଜ, ମିନ୍ତରା, ବାଟା, ପେପସି, ଲୋରିଅଲ ପ୍ୟାଲେସ, ଓପୋ ଏବଂ କ୍ଲୋଜଅପ ଭଳି କିଛି ବଡ ବ୍ରାଣ୍ଡର ବିଜ୍ଞାପନ ଦେଇ ମୋଟା ଅଙ୍କର ଟଙ୍କା ଚାର୍ଜ କରନ୍ତି। ସେଲିବ୍ରିଟି ୱର୍ଥର ରିପୋର୍ଟ ଅନୁଯାୟୀ ପୂଜା ହେଗ୍‌ଡେଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୫୫ କୋଟି ବୋଲି କୁହାଯାଉଛି।

Share