Categories: Uncategorized

ଶାହାରୁଖଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା; ଗୋଟିଏ ଦିନରେ ଉଭୟଙ୍କ ଜନ୍ମଦିନ…

ବମ୍ବେ: ବେଳେବେଳେ ରକ୍ତର ସମ୍ପର୍କଠାରୁ ବି ଗାଢ଼ ହୋଇଥାଏ ହୃଦୟର ସମ୍ପର୍କ। କିଙ୍ଗ ଖାଁ ଶାହାରୁଖଙ୍କ ଜୀବନରେ ମଧ୍ୟ ସ୍ତ୍ରୀ ଗୌରୀଙ୍କୁ ଛାଡ଼ିଥିଲେ ଏଭଳି ଜଣେ ମହିଳା ଅଛନ୍ତି, ଯିଏ ସବୁବେଳେ ତାଙ୍କ ସୁଖଦୁଃଖରେ ଛାଇ ହୋଇ ରହିଥାନ୍ତି। ସେ ହେଉଛନ୍ତି ତାଙ୍କ ମ୍ୟାନେଜର ପୂଜା ଦଦଲାନୀ। ଉଭୟଙ୍କ ଜନ୍ମଦିନ ବି ଗୋଟିଏ ଦିନରେ। ୧୯୮୩ ନଭେମ୍ବର ୨ରେ ଜନ୍ମ ହୋଇଥିଲେ ପୂଜା। ୧୦ ବର୍ଷ ହେଲାଣି ସେ ଅଭିନେତାଙ୍କ ସହ କାମ କରୁଛନ୍ତି। ୨୦୧୨ରୁ ସେ ତାଙ୍କ ସହ ଅଛନ୍ତି।

ରିପୋର୍ଟ ମୁତାବକ, ପୂଜା ଶାହାରୁଖଙ୍କ କାମକୁ ଦେଖିବା ସହ ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ କାମ ମଧ୍ୟ ତଦାରଖ କରନ୍ତି। ଏମିତିରେ ଦେଖିବାକୁ ଗଲେ ଶାହାରୁଖ ତାଙ୍କୁ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି। ସବୁ କଠିନ ପରିସ୍ଥିତିରେ ସେ ଅଭିନେତାଙ୍କ ସହ ରହିଥାନ୍ତି। ଆର୍ୟନ ଖାଁ ଡ୍ରଗ୍ସ ମାମଲାରେ ପୂଜା ତାଙ୍କ ପରିବାରର ଦୃଢ଼ ସମର୍ଥକ ଭାବେ ଛିଡ଼ା ହୋଇଥିଲେ। କୋର୍ଟରେ ଶୁଣାଣି ବେଳେ ସେ କାନ୍ଦି ପକାଇଥିଲେ।

ସୋସିଆଲ ମିଡିଆରେ ଖାଁ ପରିବାର ସହ ନିଜର ଫଟୋକୁ ଶେୟାର କରିଥାନ୍ତି ପୂଜା। ଏହାଛଡ଼ା ବଲିଉଡ୍‌ଜଗତର ଅନେକ ଲୋକଙ୍କ ସହ ଭଲ ସମ୍ପର୍କ ତାଙ୍କର ରହିଛି। କୋରିଓଗ୍ରାଫର ତଥା ଫିଲ୍ମନିର୍ମାତା ଫାରା ଖାଁ ଏବଂ କରନ୍‌ ଜୋହରଙ୍କ ସହ ତାଙ୍କର ଖାସ୍‌ ଫଟୋ ତାହାର ପ୍ରମାଣ।