ଗ୍ଲୋରି କୁଇନ୍‌ ମୁକୁଟ ପିିନ୍ଧିଲେ ପୂଜା ବିଶ୍ବାସ

ପୁରୀ ଅଫିସ,୨୩ା୧:ଶ୍ରୀକ୍ଷେତ୍ରର ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ୩ଦିନ ଧରି ବେଳାଭୂମିରେ ଚାଲିଥିବା ‘ଗ୍ଲୋରି ଫେଷ୍ଟ-୨୦୨୩’ ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ହୋଲି ସ୍ବସ୍ତିକ ପ୍ରାଇଭେଟ ଲିମିଟେଡ ଏମ୍‌. ପ୍ରଭାସ ମହାନ୍ତି, ଆଇନଜୀବୀ ବିଭୂ ତ୍ରିପାଠୀ, ହୋଟେଲିଅର ରାଜକିଶୋର ପାତ୍ର ଯୋଗଦେଇଥିଲେ। ଏହି ଦିବସର ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ବିଜେତା ତଥା ବଲିଉଡ କଣ୍ଠଶିଳ୍ପୀ ଅନିକ ଧର୍‌ ଓ ଲୋପାମୁଦ୍ରା। ଏମାନଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ। ବେଳାଭୂମିର ଶୀତୁଆ ସାକୁ ଅନିକଙ୍କ ଗୀତ ଦର୍ଶକଙ୍କୁ ମୋହିତ କରିଥିଲା। କାର୍ଯ୍ୟକ୍ରମକୁ ଆଙ୍କର ପିୟୂଷ ସଂଯୋଜନା କରିଥିଲେ। ତେବେ ହାଇଟେକ୍‌ କଲେଜ୍‌ ଅଫ୍‌ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଚଳିତବର୍ଷ ଗ୍ଲୋରି କୁଇନ-୨୦୨୩ ମୁକୁଟ ପିନ୍ଧିଛନ୍ତି। ଗ୍ଲୋରି କୁଇନ୍‌ ପ୍ରଥମ ରନର୍ସଅପ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ, ରାଉରକେଲାର ସରକାରୀ କଲେଜ ଛାତ୍ରୀ ଜାନଭି ପ୍ରଜ୍ଞାପ୍ତି ଦ୍ବିତୀୟ ରନର୍ସଅପ ସ୍ଥାନ ହାସଲ କରିଛନ୍ତି। ଏହାସହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଦଳଗତ ଚମ୍ପିୟନ ଟ୍ରଫି ହାତେଇଥିବାବେଳେ ସେହି ବିଶ୍ୱବିଦ୍ୟାଳୟର କ୍ଷୀତିଜ ମିଶ୍ର ଟ୍ୟାଲେଣ୍ଟ ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟିମ୍‌କୁ ଶୃଙ୍ଖଳିତ ଦଳ ଭାବେ କରାଯାଇଛି। ଏହାସହ ଅନ୍ୟାନ୍ୟ ୧୪ଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଛି।
ଉତ୍ସବରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ଏସ୍‌ସିଏସ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ, ଜି.ଏମ ଆଇନ ମହାବିଦ୍ୟାଳୟ, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ଆଞ୍ଚଳିକ କଲେଜ ଢେଙ୍କାନାଳ ହାଇଟେକ କଲେଜ ଅଫ ନର୍ସିଂ, ହାଇଟେକ ସ୍କୁଲ ଅଫ ନର୍ସିଂର ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ଗ୍ଲୋରି ଫେଷ୍ଟ-୨୦୨୩ର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜୟନ୍ତ ଷଡଙ୍ଗୀ, ଆୟୋଜକ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଅର୍ଥ କମିଟିର ଅଧ୍ୟକ୍ଷ ଗୌରହରି ପ୍ରଧାନ, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ମହାନ୍ତି, ଉପାଧ୍ୟକ୍ଷ ରାକେଶ ସାମଲ, ଯୁଗ୍ମ-ଉପାଧ୍ୟକ୍ଷ ହରପ୍ରସାଦ ବିଶ୍ବାଳ, ବିଦ୍ରୋହ କେଶରୀ ସିଂ, ପୂର୍ଣ୍ଣେନ୍ଦୁ ପଟ୍ଟନାୟକ, ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ କାନୁନ୍‌ଗୋ, ସଙ୍ଗଠନ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଦାମୋଦର ଶତପଥୀ, ସାଂସ୍କୃତିକ ସମ୍ପାଦକ ଜିତେନ୍ଦ୍ର ନାଥ କଟିସ, ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ଓ ସୌମିତ୍ର ହରିଚନ୍ଦନ, ସମାଜସେବା ସମ୍ପାଦକ ସୌମ୍ୟରଞ୍ଜନ ମିଶ୍ର, ସଦସ୍ୟ ସଞ୍ଜୀବ ରଥଶର୍ମା, ଆଲୋକ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri