ପାଚନ ସମସ୍ୟା ଦୂର କରେ ଡାଳିମ୍ବ ଚୋପା

ଡାଳିମ୍ବ ଶରୀର ପାଇଁ ବେଶ୍‌ ହିତକର। ତେବେ ଏହାର ଚୋପାରେ ମଧ୍ୟ ଭରପୂର ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି। ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ ଖାଇବାର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣିରେ ଡାଳିମ୍ବ ଚୋପା ଗୁଣ୍ଡ ମିଶାଇ ସେବନ କରନ୍ତୁ। ଡାଳିମ୍ବ ଚୋପା ଶୁଖିଲା କାଶରୁ ଉପଶମ ଦେଇଥାଏ। ଡାଳିମ୍ବ ଚୋପା ପ୍ରସ୍ତୁତ ଚା’ କିମ୍ବା ଉଷୁମ ପାଣିରେ ଏହାର ଚୂର୍ଣ୍ଣକୁ ମିଶାଇ ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ଉପକାରୀ। ଡାଳିମ୍ବ ଚୋପାରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ‘ସି’ ଓ ଫେନୋଲିକ୍ସ ଆଦି ପୋଷକ ଗୁଣ ରହିଛି। ଡାଳିମ୍ବରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଚର୍ମଜନିତ ସମସ୍ୟା ଦୂର କରେ। ଡାଇରିଆ କିମ୍ବା ପେଟ ଖରାପ ହେଲେ ଏହାକୁ ସେବନ କଲେ କେତେକାଂଶରେ ଉପଶମ ମିଳିଥାଏ। ଡାଳିମ୍ବରେ ଥିବା ଆଣ୍ଟି-ଇନଫ୍ଲାମେଟୋରି ଗୁଣ କ୍ୟାନ୍‌ସରରୁ ଉପଶମ ଦେବାରେ ସାହାଯ୍ୟ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର କ୍ୟାନ୍‌ସର ବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି।