ପଲିଥିନ କଟକଣାକୁ ମାନିଲେନି

ବ୍ରହ୍ମପୁର,୨୭।୧୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସମେତ ଭୁବନେଶ୍ୱର,କଟକ, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ଗତ ୫ ବର୍ଷ ତଳେ କେତେକ ନିର୍ଦ୍ଦିଷ୍ଟ ପଲିଥିନ ଓ ପ୍ଲାଷ୍ଟିକକୁ ରାଜ୍ୟ ସରକାର ବ୍ୟାନ କରିଥିଲେ। ସେହି ଅନୁସାରେ ୫ ସହରରେ ପଲିଥିନ ବ୍ୟବହାର ଉପରେ ଲଗାମ ଲଗାଯାଇଥିଲା। କିନ୍ତୁ ଏ ଯାଏ ସହରର ସବୁଠି ପଲିଥିନ ବ୍ୟବହାର ହେଉଛି। କେବଳ ବ୍ରହ୍ମପୁର ସହରରୁ ଦିନକୁ ୩୦ ଟନ ପଲିଥିନ ବାହାରୁଥିବା ଜଣାପଡିବା ପରେ କଟକଣାକୁ କେହି ମାନୁ ନ ଥିବା ସ୍ପଷ୍ଟ ହୋଇଛି।
ରାଜ୍ୟକୁ ପଲିଥିନ୍‌ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ୨୦୧୮ ସେପ୍ଟେମ୍ବର ୨୯ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉପରୋକ୍ତ ୫ ମହାନଗର ନିଗମରେ କେତେକ ନିର୍ଦ୍ଦିଷ୍ଟ ପଲିଥିନକୁ ବ୍ୟାନ କରାଯାଇଥିଲା। ବିଶେଷ କରି ପଲିଥିନ ବ୍ୟାଗ ଉତ୍ପାଦନ ଓ ବ୍ୟବହାର ଉପରେ କଟକଣା ଲାଗିଥିଲା। ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ପରିମାଣର ପଲିଥିନ ଜବତ କରାଯିବା ସହ କେତେକ ଦୋକାନୀଙ୍କୁ ଜରିମାନା କରାଯାଇଥିଲା। ସେ ସମୟରେ କାଗଜ ଓ କପଡ଼ା ବ୍ୟାଗ ବ୍ୟବହାର ବଢିଥିଲା। ଲୁଚାଛପାରେ ଅନେକ ଅଞ୍ଚଳରେ ପଲିଥିନ ବ୍ୟାଗ ଚାଲିଥିଲା। ପଲିଥିନ ବନ୍ଦ ହୋଇଯିବା ପରେ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା। ବିଇଏମସି ପକ୍ଷରୁ ଚଢ଼ାଉ ସତ୍ତ୍ୱେ ବିଭିନ୍ନ ଅଞ୍ଚଳରେ ଦୋକାନୀ ଓ ଲୋକେ ବ୍ୟବହାର କରୁଛନ୍ତି। ଏବେ ଏହା ନିତିଦିନିଆ ବ୍ୟବହାର ହୋଇଯାଇଛି। ବ୍ରହ୍ମପୁର ସହରରୁ ବାହାରୁଥିବା ଆବର୍ଜନାରେ ଅଧିକ ପଲିଥିନ ଓ ପ୍ଲାଷ୍ଟିକ ରହୁଥିବା ଜଣାପଡିଛି। ମହୁଡା ନିକଟରେ ଥିବା ବିଇଏମସିର କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରୁ ମିଳିଥିବା ତଥ୍ୟ ମୁତାବକ ଦୈନିକ ପ୍ରାୟ ୧୦୦ରୁ ୧୨୨ ଟନ ଆବର୍ଜନା ସେଠାକୁ ଯାଉଛି। ସେଠାରେ ପୃଥକ କରାଯିବା ପରେ ପ୍ରାୟ ୬୦ରୁ ୭୦ ଟନ ଆବର୍ଜନା ମୋ ଖତ ପାଇଁ ବାହାରୁଥିବାବେଳେ ପ୍ରାୟ ୩୦ ଟନ ପଲିଥିନ ବାହାରୁଛି। ଗୋଟିଏ ଟନ ପ୍ଲାଷ୍ଟିକ ବାହାରୁଛି। ପଲିଥିନ ରିସାଇକ୍ଲିଂ ହୋଇପାରୁ ନ ଥିବାରୁ ତାହାକୁ ସିମେଣ୍ଟ ଓ ପାଓ୍ବାର ପ୍ଲାଣ୍ଟକୁ ପଠାଯାଉଛି। ପ୍ଲାଷ୍ଟିକଗୁଡିକ କବାଡିଆଙ୍କୁ ଦିଆଯାଉଛି ବୋଲି ଉକ୍ତ କେନ୍ଦ୍ରର ଅପରେଶନ କମ୍‌ ମେକାନିକାଲ ମ୍ୟାନେଜର ସମୀର ତରାସିଆ ପ୍ରକାଶ କରିଛନ୍ତି। ସହରରୁ ଏତେ ପରିମାଣରେ ପଲିଥିନ ବାହାରୁଥିଲା ବେଳେ ଆଗାମୀ ଦିନରେ ଯଦି ଏଥିରେ ଲଗାମ ଦିଆ ନ ଯାଏ ତେବେ ପରିବେଶ ଓ ପ୍ରାଣୀସମ୍ପଦ ଉପରେ ଏତେ ପ୍ରଭାବ ପଡିବା ସହ ଜୈବବିବିଧତା କ୍ଷୁଣ୍ଣ ହେବ ତାହା ନିଃସନ୍ଦେହରେ କୁହାଯାଇପାରେ ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି। ଏ ନେଇ ବିଇଏମସିର କମିଶନର ଜେ. ସୋନାଲଙ୍କୁ ପଚାରିବାରୁ ସେ କହିଛନ୍ତି, ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ପଲିଥିନ ବ୍ୟବହାର ନ କରିବା ପାଇଁ ଲୋକ ସଚେତନ ହେବା ଦରକାର। ଲୋକଙ୍କୁ ବିଇଏମସି ପକ୍ଷରୁ ସଚେତନ କରାଯାଉଛି। ଆଗାମୀ ଦିନରେ ଧିରେ ଧିରେ ପଲିଥିନ ବ୍ୟବହାର କମିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri