ପୋଲସରା ବିଧାୟକଙ୍କୁ କରୋନା

ବ୍ରହ୍ମପୁର ଅଫିସ,୨୪।୭: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ସଂକ୍ରମିତ ହୋଇଛନ୍ତି। ଏହାଛଡ଼ା ବିଧାୟକଙ୍କ ସ୍ତ୍ରୀ ମଧ୍ୟ କୋଭିଡ ପଜିଟିଭ୍‌ ଆସିଥିବା ଶୁକ୍ରବାର ସୂଚନା ମିଳିଛି। ପୂର୍ବରୁ ରାଜ୍ୟର ୩ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।