ଦୁର୍ଗନ୍ଧ ସହ ପ୍ରଦୂଷଣ

ଭୁବନେଶ୍ୱର (ମୌସମ ନନ୍ଦ),୧୩ା୧୨: ଭୁବନେଶ୍ୱର ଷ୍ଟୁଡିଓ ଛକ ନିକଟସ୍ଥ ଚନ୍ଦକା, ଡମପଡ଼ା ହାତୀ ଅଭୟାରଣ୍ୟ ଅଞ୍ଚଳରେ ନୂତନ ଭାବେ ନିର୍ମାଣ ହୋଇଛି ଭାରତ ବାୟୋଟେକ କାରଖାନା। ଅଭୟାରଣ୍ୟ ପାଖ ମୁଖ୍ୟ ରାସ୍ତାଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଏହି ରାସାୟନିକ କାରଖାନା ଅବସ୍ଥାପିତ। କାରଖାନାକୁ ଯିବାକୁ ହେଲେ ଦାସପୁର ଗ୍ରାମ ରାସ୍ତାକୁ ବ୍ୟବହାର କରିବାକୁ ପଡ଼ିଥାଏ। ଭୁବନେଶ୍ୱରର ଅଳିଆଗଦା ଦୁର୍ଗନ୍ଧ କେବଳ ସୈନିକ ସ୍କୁଲ, ଗାଡ଼କଣ କିମ୍ବା ଫଚ୍ୟୁନ୍‌ ଟାଓ୍ବାର ଅଞ୍ଚଳରେ ସୀମିତ ନୁହେଁ। ଏହି ପ୍ରବଳ ଦୁର୍ଗନ୍ଧ ପ୍ରାୟତଃ ସମଗ୍ର ସହରରେ ବ୍ୟାପିବା ଫଳରେ ଶ୍ୱାସରୋଗୀଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହେଉଛି। ଏଭଳି ସମୟରେ ଭାରତ ବାୟୋଟେକ କାରଖାନାରୁ ନିଷ୍କାସନ ହେଉଥିବା କଳାଧୂଅଁା ସେହି ଅଞ୍ଚଳବାସୀଙ୍କୁ ଅଣନିଃଶ୍ୱାସୀ କରିଦେଲାଣି। ଭୁବନେଶ୍ୱରରେ ପ୍ରଦୂଷଣ କ୍ରମଶଃ ବୃଦ୍ଧି ପାଉଥିବାବେଳେ ଏହି ବାୟୋଟେକ କାରଖାନାର ଅବଦାନ ଯଥେଷ୍ଟ ରହିଛି। ସହର ଭିତରେ ଏଭଳି ଏକ ରାସାୟନିକ କାରଖାନା ସୃଷ୍ଟି କରିବା ପଛରେ କୌଣସି ଯୁକ୍ତି ନାହିଁ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ଏହା ସହର ବାସିନ୍ଦାଙ୍କ ସ୍ବାସ୍ଥ୍ୟକୁ ହାନି ପହଞ୍ଚାଉଛି ବୋଲି ମତ ପ୍ରକାଶ ପାଇଛି।