ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର ଗ୍ରାମବାସୀଙ୍କୁ କବଳିତ କରିଛି। ବିଷାକ୍ତ ଜିପ୍‌ସମ୍‌ ଓ ସିମେଣ୍ଟ ଗୁଣ୍ଡ ମଧ୍ୟରେ ରହି କାଳ କାଟୁଥିବା ଏହି ଗ୍ରାମବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରଦୂଷଣରେ ଗଁାର ପାଣି, ପବନ, ମୃତ୍ତିକା ସବୁ ବିଷାକ୍ତ ହୋଇଯାଇଛି। ସ୍ବଚ୍ଛ ପାଣି ଟୋପାଏ ପାଇବା ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି। ଏଥିସହ କାରଖାନାର ଭାରିଯାନଗୁଡିକର ବହୁଳ ଚଳାଚଳ ଯୋଗୁ ନିର୍ଗତ ଧୂଳିଧୂଆଁ, ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ବାୟୁ ପ୍ରଦୂଷଣ ଚରମ ସୀମାକୁ ଟପିଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ରାମ୍‌କୋ ସିମେଣ୍ଟ ଲିମିଟେଡକୁ କାରଖାନା ପ୍ରତିଷ୍ଠା କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୧୪୩୪୯/୨୮ା୧୦ା୨୦୧୭ରେ ବିଭିନ୍ନ ସର୍ତ୍ତରେ ଅନୁମତି ମିଳିଥିଲା। ତାମିଲନାଡୁର ବିରୁଧୁନଗର ରାଜାପଲୟମ ତହସିଲ ଅଧୀନ ଏହି କମ୍ପାନୀ ୪୪୦ କୋଟି ଟଙ୍କା ବ୍ୟୟରେ ୧୦୦ ଏକର ଜମିରେ ଏହି ସିମେଣ୍ଟ ଗ୍ରାଇଡିଂ ୟୁନିଟ୍‌ ସ୍ଥାପନ କରିଛିି। ହେଲେ ଏଥିପାଇଁ ଜମି ଅଧିଗ୍ରହଣରେ ବ୍ୟାପକ ଅନିୟମିତତା କରାଯାଇଛି। ଓଡ଼ିଶା ଭୂସଂସ୍କାର ଆଇନର ଖୋଲାଖୋଲି ଉଲ୍ଲଂଘନ କରାଯାଇ ଯାଜପୁର ଜିଲା ଧର୍ମଶାଳା ତହସିଲ ହରିଦାସପୁରଠାରେ ଶାଗମାଛ ଦରରେ ଲୋକଙ୍କଠାରୁ ପର୍ଯ୍ୟାୟକ୍ରମେ ଚାଷଜମି ଓ ଘରବାଡି ଜମିକୁ ହାତେଇ ନିଆଯାଇଛି। ଇଡ୍‌କୋ ଜରିଆରେ ଅଧିଗ୍ରହଣ ହୋଇ ନ ଥିବାବେଳେ ଜିଲା ଜମି ଅଧିଗ୍ରହଣ ଉପଦେଷ୍ଟା ମଣ୍ଡଳୀର ମଧ୍ୟ ଅନୁମତି ଲୋଡ଼ା ଯାଇନାହିଁ। ଫଳରେ କ୍ଷତିଗ୍ରସ୍ତ ପରିବାର ଲୋକେ ଏହି କମ୍ପାନୀରୁ କୌଣସି ପ୍ରକାରେ ଉପକୃତ ହେଉ ନ ଥିବାବେଳେ ଓଲଟା ବାୟୁ ପ୍ରଦୂଷଣରେ ଅତିଷ୍ଠ ହେଉଛନ୍ତି। ରାମ୍‌କୋ କାରଖାନାର ଏହି ବେଆଇନ କାର୍ଯ୍ୟକୁ କେତେଜଣ ସ୍ଥାନୀୟ ନେତା ସହଯୋଗ କରୁଥିବାରୁ ଜିଲା ପ୍ରଶାସନ ମୁହଁ ଖୋଲିବାରେ ସାହସ ଜୁଟାଇ ପାରୁନାହିଁ। ଏସ୍‌ପିସିବି ରାମ୍‌କୋ କମ୍ପାନୀର ହାତବାରିସ ସାଜିଥିବାରୁ ବାୟୁ ଓ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ, ସାଂଘାତିକ ହେଉଥିବା କ୍ଷୋଭ ପ୍ରକାଶ ପାଇଛି ା ଏହି ସିମେଣ୍ଟ କାରଖାନାର ଉତ୍ତର ଦିଗକୁ ରଘୁନାଥପୁର ଓ ଜୋଗରଡ଼ା ଗ୍ରାମ ରହିଛି। ଏହି ଦୁଇ ଗ୍ରାମର ପୋଖରୀ ପାଣି ଉପରେ ସିମେଣ୍ଟ କାରଖାନାରୁ ନିର୍ଗତ ଗୁଣ୍ଡ ଆସ୍ତରଣ ଜମି ରହିଛି। ସମଗ୍ର ଅଞ୍ଚଳରେ ଧଳା ପାଉଁଶର କୁହୁଡି ସୃଷ୍ଟି ହେଉଛି। ପ୍ରଦୂଷଣର ବିଷ ବଳୟରେ ଆଖପାଖ ୫ଟି ଗ୍ରାମର ପ୍ରାୟ ୧୦ ହଜାର ଲୋକ ଦହଗଞ୍ଜ ହେଉଛନ୍ତି। ବିନା ଜନଶୁଣାଣିରେ ନିର୍ମାଣ ହୋଇଥିବା ଅତି ପ୍ରଦୂଷିତ ସିମେଣ୍ଟ କାରଖାନା ପ୍ରତି ପ୍ରଭାବଶାଳୀଙ୍କ ଆଶୀର୍ବାଦ ରହିଥିବାରୁ ସେମାନେ ଆଉ କାହାକୁ ମାନୁନାହାନ୍ତି। ସରକାର ଗୋଟିଏ ପଟେ ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପଟେ ଘରୋଇ କମ୍ପାନୀଗୁଡିକୁ ପରିବେଶର ବିପର୍ଯ୍ୟୟ ପାଇଁ ସହଯୋଗ କରାଯାଉଛି। ମୁରାରିପୁର ଗ୍ରାମର ଜୟଦେବ ନାଏକ ଓ ସତ୍ୟବ୍ରତ ରାଉତ, ଗୁଆରଙ୍ଗ ଗ୍ରାମର ଟୁନା ବାରିକ କୁହନ୍ତି, ରାମ୍‌କୋ ସିମେଣ୍ଟର ବିଷାକ୍ତ ଗ୍ୟାସ୍‌ ସହ ଗୁଣ୍ଡ ଯୋଗୁ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗ୍ରାମବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହୁ ନ ଥିବାବେଳେ ଅଧିକାଂଶ ଲୋକ କାଶ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନେ ଯକ୍ଷ୍ମାରୋଗରେ ପୀଡ଼ିତ ହେବା ଆଶଙ୍କା ରହିଛି। ତେଣୁ ଏସ୍‌ପିସିବି ଏଥିପ୍ରତି ଦୃଷ୍ଟି ନ ଦେଲେ ସେମାନେ ବଞ୍ଚିବା କଷ୍ଟକର ହେବ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ କୌଣସି ଅଭିଯୋଗ ଆସିନାହିଁ। ତେବେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri