ପ୍ରଦୂଷଣ ଭୟାବହତା

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚତ୍ବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ଭୟଙ୍କର ପରିବେଶ ସୃଷ୍ଟି କରିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣାର ଲୋକେ ଏହାର ଶିକାର ହେଉଛନ୍ତି। ଜାତୀୟ ମାନବାଧିକାର କମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିଛନ୍ତି। ଉପରୋକ୍ତ ରାଜ୍ୟ ସରକାରଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନ ଥିବାରୁ ଓ ଏହା ଲୋକଙ୍କ ଜୀବନ ଧାରଣାର ଅଧିକାରକୁ ଉଲ୍ଲଂଘନ କରୁଥିବାରୁ କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ସମ୍ବିଧାନର ଧାରା ୨୧ ଓ ୪୮ ଅନୁଯାୟୀ ନାଗରିକ ମାନଙ୍କୁ ସ୍ବଚ୍ଛ ବାତାବରଣ ଯୋଗାଇ ଦେବାର ଦାୟିତ୍ୱ ସମ୍ପର୍କରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ସରକାରଙ୍କୁ ସୂଚିତ କରିଛନ୍ତି। ସରକାର ଲୋକଙ୍କଠାରୁ ବଞ୍ଚତ୍ବାର ଅଧିକାର ଛଡ଼ାଇନେଉଛନ୍ତି ବୋଲି କହିଛନ୍ତି। କେନ୍ଦ୍ରୀୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ ବିପଜ୍ଜନକ ଭାବେ ବାୟୁର ମାନ ବଢ଼ୁଛି। ସେହିପରି ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶର ସୁଯୋଗ ନ ଦେବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଗତ ସପ୍ତାହରେ ପଞ୍ଜାବୀବାଗରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୯୯ ରେକର୍ଡ କରାଯାଇଥିଲା। ଏ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପ୍ରଦୂଷଣ ରୋକିବା କେବଳ ସରକାର ବା କୋର୍ଟ କଚେରିର କାମ ନୁହେଁ, ଏହା ସବୁ ଲୋକଙ୍କର ନୈତିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ। ନିକଟରେ ପ୍ରକାଶ ପାଇଛି ଲାନ୍‌ସେଟ୍‌ କମିଶନ ଅଫ୍‌ ହେଲ୍‌ଥ ଆଣ୍ଡ ପଲ୍ୟୁସନ ରିପୋର୍ଟ। ଏଥିରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଦୂଷଣଜନିତ ଅପମୃତ୍ୟୁ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଛି। ପ୍ରଦୂଷଣ କେବଳ ଯେ ପରିବେଶଜନିତ ପ୍ରସଙ୍ଗ ତାହା ନୁହେଁ, ଏହା ମନୁଷ୍ୟର ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟରେ ଦେଶର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଦୂଷଣ କାରଣରୁ ଭାରତ ଭଳି ନିମ୍ନ ମଧ୍ୟମ ଆୟକାରୀ ବର୍ଗର ରାଷ୍ଟ୍ରଗୁଡ଼ିକରେ ଉତ୍ପାଦନଗତ କ୍ଷତି ଦେଶର ଜିଡିପିର ୦.୩୨ ପ୍ରତିଶତରୁ ୦୪ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ରିପୋର୍ଟ ଅନୁସାରେ ଅଧିକାଂଶ ପ୍ରଦୂଷଣଜନିତ ମୃତ୍ୟୁ, ଅର୍ଥାତ୍‌ ୯୨ ପ୍ରତିଶତ ମୃତ୍ୟୁ ଏହି ବର୍ଗର ଦେଶଗୁଡ଼ିକରେ ହୋଇଥାଏ। ସ୍ବାସ୍ଥ୍ୟଜନିତ ଜଟିଳ ସମସ୍ୟାମାନ ସୃଷ୍ଟି କରୁଥିବା ଯୋଗୁ ଏହା ଲୋକମାନଙ୍କର ବ୍ୟୟଭାରକୁ ବଢ଼ାଇ ଦେଇଥାଏ ଯାହା ପରୋକ୍ଷରେ ସେମାନଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦିଏ। ଏହା ଯଦି ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ଭଳି ଶରୀରର ଅଙ୍ଗଗୁଡ଼ିକୁ ପ୍ରଭାବିତ କରେ, ତା’ହେଲେ ଛୋଟ ପିଲା ହୋଇଥିଲେ ସେମାନଙ୍କର ଅବବୋଧ/ସଂଜ୍ଞାନାତ୍ମକ ସାମର୍ଥ୍ୟ ଏବଂ ବୟସ୍କ ହୋଇଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବା ସମ୍ଭାବନା ବଢ଼ି ଯାଇଥାଏ।
ଅର୍ଥନୀତିକ ଅଭିବୃଦ୍ଧି ନାଁରେ ମାନବ ସମାଜର ସ୍ବାସ୍ଥ୍ୟ ଓ ମଙ୍ଗଳ ଉପରେ ଅତ୍ୟନ୍ତ ହାନିକାରକ ପ୍ରଭାବ ପକାଉଥିବା ପ୍ରଦୂଷଣକୁ ଅଣଦେଖା କରିବା ଉଚିତ ନୁହେଁ। ପ୍ରଦୂଷଣ ରୋକିବା ପାଇଁ କେବଳ ଆଇନକାନୁନ ତିଆରି କରିବା ବା କେତେକ ଉପରଠାଉରିଆ ପଦକ୍ଷେପ ନେବା ଯଥେଷ୍ଟ ନୁହେଁ, ବରଂ ପ୍ରଦୂଷଣର ମୁକାବିଲାକୁ ଦେଶର ଯୋଜନା ପ୍ରକ୍ରିୟାରେ ସାମିଲ କରିବା ଉଚିତ। ଏହା ସହ ପ୍ରତ୍ୟେକ ସ୍ତରରେ ସରକାରମାନେ ଏଥିପାଇଁ ହାସଲ କରିହେବା ଭଳି ଲକ୍ଷ୍ୟ ଧାର୍ଯ୍ୟକରି ସେଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଓ ଉତ୍ତରଦାୟିତ୍ୱ ନେବାର ଆବଶ୍ୟକତା ରହିଛି। ପ୍ରଦୂଷଣ ପ୍ରତିରୋଧ ନିମନ୍ତେ ରହିଥିବା ଆଇନଗୁଡ଼ିକର ଘରୋଇ ଉଦ୍ୟୋଗ କ୍ଷେତ୍ର ତଥା ସହରାଞ୍ଚଳଗୁଡ଼ିକରେ କଡ଼ାକଡ଼ି କାର୍ଯ୍ୟାନ୍ବୟନ ଏ ଦିଗରେ ବିଶେଷ ସହାୟକ ହୋଇପାରିବ। ବିଶ୍ୱ ପାଇଁ ସମ୍ପ୍ରତି ଦୁଇଟି ପ୍ରମୁଖ ବିପଦ ଦେଖାଦେଇଛି। ତାହା ହେଲା ସନ୍ତ୍ରାସବାଦ ଓ ବିଶ୍ୱତାପନ ସହ ପରିବେଶ ପ୍ରଦୂଷଣ। ଆମକୁ ଯଦି ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଶୁଦ୍ଧ ପରିବେଶର ଭବିଷ୍ୟତ ସୃଷ୍ଟି କରିବାରେ ଅଛି ତା’ହେଲେ ଏହି ଉଭୟ ସମସ୍ୟାକୁ ପ୍ରାଥମିକତା ଦେଇ ଏହାକୁ ସମୂଳେ ବିଲୋପ କରାଯିବା ଦରକାର।

ଯଶସ୍ବିନୀ ପଟ୍ଟନାୟକ
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ୍‌ ସ୍କୁଲ,
ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri