ପ୍ରଦୂଷଣ ଭୟାବହତା

ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚତ୍ବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ଭୟଙ୍କର ପରିବେଶ ସୃଷ୍ଟି କରିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣାର ଲୋକେ ଏହାର ଶିକାର ହେଉଛନ୍ତି। ଜାତୀୟ ମାନବାଧିକାର କମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିଛନ୍ତି। ଉପରୋକ୍ତ ରାଜ୍ୟ ସରକାରଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନ ଥିବାରୁ ଓ ଏହା ଲୋକଙ୍କ ଜୀବନ ଧାରଣାର ଅଧିକାରକୁ ଉଲ୍ଲଂଘନ କରୁଥିବାରୁ କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ସମ୍ବିଧାନର ଧାରା ୨୧ ଓ ୪୮ ଅନୁଯାୟୀ ନାଗରିକ ମାନଙ୍କୁ ସ୍ବଚ୍ଛ ବାତାବରଣ ଯୋଗାଇ ଦେବାର ଦାୟିତ୍ୱ ସମ୍ପର୍କରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ସରକାରଙ୍କୁ ସୂଚିତ କରିଛନ୍ତି। ସରକାର ଲୋକଙ୍କଠାରୁ ବଞ୍ଚତ୍ବାର ଅଧିକାର ଛଡ଼ାଇନେଉଛନ୍ତି ବୋଲି କହିଛନ୍ତି। କେନ୍ଦ୍ରୀୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ ବିପଜ୍ଜନକ ଭାବେ ବାୟୁର ମାନ ବଢ଼ୁଛି। ସେହିପରି ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶର ସୁଯୋଗ ନ ଦେବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଗତ ସପ୍ତାହରେ ପଞ୍ଜାବୀବାଗରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୯୯ ରେକର୍ଡ କରାଯାଇଥିଲା। ଏ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପ୍ରଦୂଷଣ ରୋକିବା କେବଳ ସରକାର ବା କୋର୍ଟ କଚେରିର କାମ ନୁହେଁ, ଏହା ସବୁ ଲୋକଙ୍କର ନୈତିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ। ନିକଟରେ ପ୍ରକାଶ ପାଇଛି ଲାନ୍‌ସେଟ୍‌ କମିଶନ ଅଫ୍‌ ହେଲ୍‌ଥ ଆଣ୍ଡ ପଲ୍ୟୁସନ ରିପୋର୍ଟ। ଏଥିରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଦୂଷଣଜନିତ ଅପମୃତ୍ୟୁ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଛି। ପ୍ରଦୂଷଣ କେବଳ ଯେ ପରିବେଶଜନିତ ପ୍ରସଙ୍ଗ ତାହା ନୁହେଁ, ଏହା ମନୁଷ୍ୟର ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟରେ ଦେଶର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଦୂଷଣ କାରଣରୁ ଭାରତ ଭଳି ନିମ୍ନ ମଧ୍ୟମ ଆୟକାରୀ ବର୍ଗର ରାଷ୍ଟ୍ରଗୁଡ଼ିକରେ ଉତ୍ପାଦନଗତ କ୍ଷତି ଦେଶର ଜିଡିପିର ୦.୩୨ ପ୍ରତିଶତରୁ ୦୪ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ରିପୋର୍ଟ ଅନୁସାରେ ଅଧିକାଂଶ ପ୍ରଦୂଷଣଜନିତ ମୃତ୍ୟୁ, ଅର୍ଥାତ୍‌ ୯୨ ପ୍ରତିଶତ ମୃତ୍ୟୁ ଏହି ବର୍ଗର ଦେଶଗୁଡ଼ିକରେ ହୋଇଥାଏ। ସ୍ବାସ୍ଥ୍ୟଜନିତ ଜଟିଳ ସମସ୍ୟାମାନ ସୃଷ୍ଟି କରୁଥିବା ଯୋଗୁ ଏହା ଲୋକମାନଙ୍କର ବ୍ୟୟଭାରକୁ ବଢ଼ାଇ ଦେଇଥାଏ ଯାହା ପରୋକ୍ଷରେ ସେମାନଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦିଏ। ଏହା ଯଦି ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ଭଳି ଶରୀରର ଅଙ୍ଗଗୁଡ଼ିକୁ ପ୍ରଭାବିତ କରେ, ତା’ହେଲେ ଛୋଟ ପିଲା ହୋଇଥିଲେ ସେମାନଙ୍କର ଅବବୋଧ/ସଂଜ୍ଞାନାତ୍ମକ ସାମର୍ଥ୍ୟ ଏବଂ ବୟସ୍କ ହୋଇଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବା ସମ୍ଭାବନା ବଢ଼ି ଯାଇଥାଏ।
ଅର୍ଥନୀତିକ ଅଭିବୃଦ୍ଧି ନାଁରେ ମାନବ ସମାଜର ସ୍ବାସ୍ଥ୍ୟ ଓ ମଙ୍ଗଳ ଉପରେ ଅତ୍ୟନ୍ତ ହାନିକାରକ ପ୍ରଭାବ ପକାଉଥିବା ପ୍ରଦୂଷଣକୁ ଅଣଦେଖା କରିବା ଉଚିତ ନୁହେଁ। ପ୍ରଦୂଷଣ ରୋକିବା ପାଇଁ କେବଳ ଆଇନକାନୁନ ତିଆରି କରିବା ବା କେତେକ ଉପରଠାଉରିଆ ପଦକ୍ଷେପ ନେବା ଯଥେଷ୍ଟ ନୁହେଁ, ବରଂ ପ୍ରଦୂଷଣର ମୁକାବିଲାକୁ ଦେଶର ଯୋଜନା ପ୍ରକ୍ରିୟାରେ ସାମିଲ କରିବା ଉଚିତ। ଏହା ସହ ପ୍ରତ୍ୟେକ ସ୍ତରରେ ସରକାରମାନେ ଏଥିପାଇଁ ହାସଲ କରିହେବା ଭଳି ଲକ୍ଷ୍ୟ ଧାର୍ଯ୍ୟକରି ସେଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଓ ଉତ୍ତରଦାୟିତ୍ୱ ନେବାର ଆବଶ୍ୟକତା ରହିଛି। ପ୍ରଦୂଷଣ ପ୍ରତିରୋଧ ନିମନ୍ତେ ରହିଥିବା ଆଇନଗୁଡ଼ିକର ଘରୋଇ ଉଦ୍ୟୋଗ କ୍ଷେତ୍ର ତଥା ସହରାଞ୍ଚଳଗୁଡ଼ିକରେ କଡ଼ାକଡ଼ି କାର୍ଯ୍ୟାନ୍ବୟନ ଏ ଦିଗରେ ବିଶେଷ ସହାୟକ ହୋଇପାରିବ। ବିଶ୍ୱ ପାଇଁ ସମ୍ପ୍ରତି ଦୁଇଟି ପ୍ରମୁଖ ବିପଦ ଦେଖାଦେଇଛି। ତାହା ହେଲା ସନ୍ତ୍ରାସବାଦ ଓ ବିଶ୍ୱତାପନ ସହ ପରିବେଶ ପ୍ରଦୂଷଣ। ଆମକୁ ଯଦି ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଶୁଦ୍ଧ ପରିବେଶର ଭବିଷ୍ୟତ ସୃଷ୍ଟି କରିବାରେ ଅଛି ତା’ହେଲେ ଏହି ଉଭୟ ସମସ୍ୟାକୁ ପ୍ରାଥମିକତା ଦେଇ ଏହାକୁ ସମୂଳେ ବିଲୋପ କରାଯିବା ଦରକାର।

ଯଶସ୍ବିନୀ ପଟ୍ଟନାୟକ
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ୍‌ ସ୍କୁଲ,
ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri