ନୂଆଦିଲ୍ଲୀ,୭ା୧୧: ଆଲୋକର ପର୍ବ ଦୀପାବଳି ପୂର୍ବରୁ ଶନିବାର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ବୃହତ୍ ସହର ଥିଲା ବୋଲି ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାରର ଲାଇଭ୍ ର଼୍ୟାଙ୍କିଙ୍ଗ୍ରୁ ଜଣାପଡ଼ିଛି।
ଦିଲ୍ଲୀରେ ସ୍କୁଲଗୁଡ଼ିକୁ ଅନ୍ଲାଇନ କ୍ଲାସ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ଦୀପାବଳିରେ ପ୍ରବଳ ବାଣ ଫୁଟିବା ଯୋଗୁ ବାୟୁ ଗୁଣବତ୍ତା ଆହୁରି ଖରାପ ହେବାକୁ ଯାଉଛି। ଶନିବାର ପୂର୍ବାହ୍ନ ୧୦ଟା ୩୫ରେ ଦିଲ୍ଲୀର ବାୟୁ ଗୁଣବତ୍ତା ବିଶ୍ୱର ବୃହତ୍ ସହର ମଧ୍ୟରେ ସର୍ବାଗ୍ରେ ରହିଥିବା ଆଇକ୍ୟୁଏୟାର କହିଛି। ଆମେରିକା ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଏହା ୫୮୧। ଏହି ସମୟରେ ପାକିସ୍ତାନର ଲାହୋର ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ୨୮୫ ରହିଥିଲା। ଏକ୍ୟୁଏୟାରର ରିଡିଂ ବାୟୁ ପ୍ରଦୂଷକର ମାତ୍ରା ଉପରେ ଆଧାରିତ ହୋଇଥିବାରୁ ତାହା ଭାରତର ସରକାରୀ ସୂଚକାଙ୍କ ସହ ତୁଳନୀୟ ନୁହେଁ, କାରଣ ଭାରତ ବାୟୁ ଗୁଣବତ୍ତା ମାପିବା ପାଇଁ ଭିନ୍ନ ପଦ୍ଧତ୍ତି ବ୍ୟବହାର କରିଥାଏ। ଭାରତର କେନ୍ଦ୍ରୀୟ ପୂଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଶନିବାର ପୂର୍ବାହ୍ନ ୧୦ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୩୬୩ ରହିଥିଲା, ଯାହାକି ଅତି ନିକୃଷ୍ଟ ବର୍ଗର।