କୋଇଲାର କଳା ଧୂଆଁ ଯୋଗୁ ପ୍ରଦୂଷଣ

କୋରେଇ,୧୫।୪(ଡି.ଏନ.ଏ.):କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା କୋରେଇ ବ୍ଲକ ଅଧୀନସ୍ଥ ପଥରପଦା ପଞ୍ଚାୟତର ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି କଳାଧୂଆଁ ସାଜି ଲୋକଙ୍କ ପାଇଁ ଖଳନାୟକ ସାଜିଛି। ଏହି କୋକ ଇଣ୍ଡଷ୍ଟ୍ରି ଦୀର୍ଘ ବର୍ଷ ହେବ ବିନା କାଗଜପତ୍ରରେ ଚାଲିଛି। ଏନେଇ ପ୍ରଭାବିତ ଲୋକେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ସୋମବାର ଅଞ୍ଚଳବାସୀ କୋରେଇ ଜନଶୁଣାଣୀରେ ମଧ୍ୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ କେତେକ ପ୍ରଭାବଶାଳୀ ନେତାଙ୍କୁ ହାତ କରି ଇଣ୍ଡଷ୍ଟ୍ରି ମାଲିକ ପଥରପଦା ପଞ୍ଚାୟତ ଖସାଗଡ଼ିଆ ମୌଜାର ଖାତା ନଂ.୯୪ ଏବଂ ପ୍ଲଟ ନଂ ୭୬, ୩୧୧, ୩୧୨, ୩୧୯, ୨୨/୫୭୫ ପାଖାପାଖି ୩୦ ଏକର ଜମିରେ କୋଇଲା ଡମ୍ପ କରି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ହଜାରରୁ ଊର୍ଦ୍ଧ୍ୱ ଟ୍ରିପ କୋଇଲା ଜମା କରିବା ଫଳରେ ନିକଟସ୍ଥ ଗ୍ରାମ ଗୁଡ଼ିକରେ ବାସ କରୁଥିବା ପରିବାର ଅନେକ ଅସୁବିଧାରେ ପଡୁଛନ୍ତି। ସାମାନ୍ୟ ପବନ ବୋହିଲେ କୋଇଲା ଗୁଣ୍ଡ ଉଡି ପିଇବା ପାଣିରେ ପଡୁଛି । ଏହି ପାଣି ପିଇ ପରିବାରର ସଦସ୍ୟ ଏବଂ ପିଲାଛୁଆମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ସହ ସାମାନ୍ୟ କାଶ ହେଲେ ପାଟିରୁ କଳା ରଙ୍ଗର କଫ ବାହାରୁଥିବା ପଥରପଦା ଗ୍ରାମର ପ୍ରଦୀପ ପରିଡ଼ା ଓ ମମତା ମହାପାତ୍ର କହିଛନ୍ତି । ଝରକା କବାଟ ଖୋଲାଥିଲେ ଏହି କୋଇଲା ଗୁଣ୍ଡ ଘର ଭିତରକୁ ପଶି ଯାଉଛି । ନିକଟସ୍ଥ ଘରଗୁଡ଼ିକର ଝରକା କବାଟ କାନ୍ଥ ଆଦି ହାତ ମାରିଲେ କଳା ରଙ୍ଗର ପାଉଁଶ ଛାଡୁଥିବା ଦେଖିବାକୁ ମିଳିଛି। ଦୟନୀୟ ଅବସ୍ଥାରେ ସ୍ଥାନୀୟ ପରିବାରଗୁଡ଼ିକ କାଳାତିପାତ କରୁଥିବା ଗ୍ରାମର ରଘୁନାଥ ଦାସ ପ୍ରକାଶ କରିଛନ୍ତି। ଏଥିସହିତ ଆଖପାଖ ଚାଷ ଜମିରେ ଏହି କୋଇଲା ଗୁଣ୍ଡ ପଡୁଥିବାରୁ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଚାଷୀ କରୁଣାକର ମାଝି ଅଭିଯୋଗ କରିଛନ୍ତି । ପାଣିକୋଇଲି ଅମୃତିଆ ଗ୍ରାମ ଉନ୍ନୟନ ରାସ୍ତାକୁ ଲାଗି ଏହି ବେଆଇନ କୋଇଲା ଡ଼ିପୋ ଚାଲିଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ପଥଚାରୀ ମଧ୍ୟ ବହୁ ସମସ୍ୟାରେ ପଡୁଛନ୍ତି । ସେହିପରି ଆରଡ଼ି ରାସ୍ତାରେ କୋଇଲା ପରିବହନ କରୁଥିବା ଗାଡ଼ିଗୁଡ଼ିକ ୨୦ ରୁ ୨୫ ଟନ ଓଭର ଲୋଡିଂ ନେଇ ରାସ୍ତାରେ ଯାତାୟାତ କରୁଛନ୍ତି । ଯାହା ଫଳରେ ରାସ୍ତାଟି ଯେତେ ମରାମତି ହେଲେ ମଧ୍ୟ ଖୁବକମ ଦିନ ମଧ୍ୟରେ ବ୍ୟପର୍ଯ୍ୟସ୍ତ ହୋଇପଡୁଛି। ସବୁଠାରୁ ବଡ଼କଥା ହେଉଛି ଏହି ଇଣ୍ଡଷ୍ଟ୍ରି ଅତି ନିକଟରେ ନବୋଦୟ ସ୍କୁଲ ରହିଛି । ସେଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛନ୍ତି। ତାଳଚେର ପଟୁ ଆସୁଥିବା କୋଇଲା ଗାଡ଼ିଗୁଡ଼ିକ ସହିତ ବୁଝାମଣା କରି ବିନା କାଗଜପତ୍ର ଏବଂ କମ ଦରରେ ଶତାଧିକ ଟ୍ରିପ କୋଇଲା କିଣି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଖଣି ବିଭାଗ ମଧ୍ୟ ଜାଣି ନୀରବ ରହିଥିବା ଲୋକଙ୍କୁ ବିସ୍ମିତ କରିଛି। ନିରୁପାୟ ହୋଇ ଅଭିଯୋଗକାରୀ ପରିବାରଗୁଡିକ ଗତ ୧୦ ତାରିଖ ସୋମବାର କୋରେଇ ବ୍ଲକ ଅଧୀନରେ ଚାଲୁଥିବା ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜଣାଶୁଣାଣୀରେ ଉପସ୍ଥିତ ରହି ଏନେଇ ଅଭିଯୋଗ କରିଛନ୍ତି। ଏନେଇ କଳିଙ୍ଗନଗର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ସେମିତି କିଛି ଅଭିଯୋଗ ଆସିନାହିଁ। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri