ପ୍ରଦୂଷଣ ନିୟନ୍ତ୍ରଣ: ରାଜ୍ୟକୁ ଏନ୍‌ଜିଟି ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ଶିଳ୍ପାଞ୍ଚଳ ଓ ସହରାଞ୍ଚଳ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ମୋ ସରକାର’ ଜରିଆରେ ଲୋକମାନଙ୍କ ଠାରୁ ପରିବେଶ ସମ୍ପର୍କରେ ମତାମତ ଗ୍ରହଣ କରାଯାଉଛି। ଗତ କିଛିବର୍ଷ ହେବ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ରାଜ୍ୟରେ ଥିବା ୧୪ଟି ଆଞ୍ଚଳିକ କାର୍ଯ୍ୟାଳୟ, ୧୧ଟି ପରୀକ୍ଷାଗାର ଏବଂ ଗୋଟିଏ ସେଣ୍ଟ୍ରାଲ ଲାବରେଟୋରି ଜରିଆରେ କାର୍ଯ୍ୟ ପରିସରକୁ ବ୍ୟାପକ କରିପାରିଛି। ଉପକୂଳର ଇକୋ ସିଷ୍ଟମକୁ ତଦାରଖ କରିବା ପାଇଁ ବୋର୍ଡ ପାରାଦୀପଠାରେ ଏକ ସେଣ୍ଟର ସ୍ଥାପନ କରିଛି। ଏଥିସହିତ ବୋର୍ଡ ରାଜ୍ୟର ୧୧ ପ୍ରମୁଖ ନଦୀର ୧୨୯ ସ୍ଥାନରୁ ନମୁନା ସଂଗ୍ରହ କରି ୧୧ଟି ପାରାମିଟର ଆଧାରରେ ନଦୀ ଜଳର ଗୁଣବତ୍ତାକୁ ନିୟମିତ ତଦାରଖ କରିଆସୁଛି। ଏଥିସହିତ ବୋର୍ଡ ରାଜ୍ୟର ୧୭ ପ୍ରମୁଖ ସହରରେ ବାୟୁର ମାନ ନିର୍ଦ୍ଧାରଣ କରିବା ପାଇଁ କଣ୍ଟିନିୟୋସ୍‌ ଆମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ୍‌ (ସିଏଏକ୍ୟୁଏମ୍‌ଏସ୍‌) ଷ୍ଟେଶନ ସ୍ଥାପନ କରିଥିବା ବେଳେ ୩୦ ଜିଲାର ୯୧ଟି ମନିଟରିଂ ଷ୍ଟେଶନ ଜରିଆରେ ଭୂତଳ ଜଳକୁ ମଧ୍ୟ ତଦାରଖ କରିଆସୁଛି। ପାରଦୀପଠାରୁ ଧାମରା ବନ୍ଦର ମଧ୍ୟରେ ୭୩ଟି ସ୍ଥାନରେ ଉପକୂଳ ପରିବେଶକୁ ମଧ୍ୟ ବୋର୍ଡ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କୁ ଅବଗତ କରାଇଥିଲେ। ସୋମବାର ଓଏସ୍‌ପିସିବି ସମ୍ମିଳନୀ କକ୍ଷଠାରେ ଏନ୍‌ଜିଟିର ଅଧ୍ୟକ୍ଷଙ୍କ ସହ ରାଜ୍ୟର ପ୍ରଦୂଷଣ ସ୍ଥିତିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରଦୂଷଣ ବୋର୍ଡର ମେମ୍ବର ସେକ୍ରେଟାରି କେ. ମୁରୁଗେସେନ ଶିଳ୍ପାଞ୍ଚଳଗୁଡିକରୁ ନିର୍ଗତ ବିଷାକ୍ତ ବାଷ୍ପକୁ ଏକ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌ଏସ୍‌) ଜରିଆରେ ବୋର୍ଡଦ୍ୱାରା ତଦାରଖ କରାଯାଉଥିବା ସୂଚନା ଦେଇଥିଲେ। ଏହି ସେଣ୍ଟ୍ରାଲ ମନିଟରିଂ ବ୍ୟବସ୍ଥା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସର୍ଭର ସହିତ ସଂଯୋଗ କରାଯାଇଛି। ରାଜ୍ୟରେ ବାହାରୁଥିବା ଫ୍ଲାଏ ଆଶ୍‌, ଜିପ୍‌ସମ, ରେଡ ମଡ, ଡୋଲୋକାର ଏବଂ ସ୍ଲାଗ ଇତ୍ୟାଦି ଶିଳ୍ପ ବର୍ଜ୍ୟବସ୍ତୁକୁ ପୁନଃ ବିନିଯୋଗ କରାଯାଉଛି। ୨୦୨୦-୨୧ରେ ୯୧ ପ୍ରତିଶତ ଫ୍ଲାଏ ଆଶ୍‌ ଏବଂ ୯୦ ପ୍ରତିଶତ ଅନ୍ୟାନ୍ୟ ବର୍ଜ୍ୟକୁ ପୁନଃ ବିନିଯୋଗ କରାଯାଇଥିବା ମୁରୁଗେସେନ ସୂଚନା ଦେଇଥିଲେ। ଏଥିସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନ୍‌ଲାଇନ ଜରିଆରେ ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ, ବିପଜ୍ଜନକ ବର୍ଜ୍ୟବସ୍ତୁ ପରିଚାଳନା, ଇ-ଓ୍ବେଷ୍ଟ ମ୍ୟାନେଜମେଣ୍ଟ, ପ୍ଲାଷ୍ଟିକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଭଳି ୬ ପ୍ରକାର ଅନ୍‌ଲାଇନ ସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ କହିଛନ୍ତି, ରାଜ୍ୟରୁ ପ୍ରାୟ ୨୧୦୫ ମେଟ୍ରିକ ଟନ୍‌ କଠିନ ବର୍ଜ୍ୟବସ୍ତୁ ବାହାରୁଛି। ସେଗୁଡିକୁ ୨୩୨ ମାଇକ୍ରେ କମ୍ପୋଷ୍ଟିଂ ସେଣ୍ଟର ଏବଂ ୧୫୪ ମ୍ୟାଟେରିଆଲ ରିକଭରି ଫାସିଲିଟିଜ ଜରିଆରେ ପ୍ରକ୍ରିୟାକରଣ କରାଯାଉଛି। ସେଥିରୁ ପ୍ରାୟ ୧୨୦୩ ମେଟ୍ରିକ ଟନ୍‌ ମୋ ଖତ ପ୍ରସ୍ତୁତ କରାଯାଇ ପାରୁଛି। ଏଥିରୁ ପ୍ରାୟ ୨.୪୫ କୋଟି ଟଙ୍କା ରୋଜଗାର ହୋଇପାରିଛି। ଏହି କାର୍ଯ୍ୟରେ ୨୦୪୩ ସ୍ବଚ୍ଛସାଥୀ ଏବଂ ୧୮୩୧ ସ୍ବଚ୍ଛ କର୍ମଚାରୀ ନିୟୋଜିତ ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ସମେତ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ଏନ୍‌ଜିଟି ଅଧ୍ୟକ୍ଷ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri