ପ୍ରଦୂଷଣ ନିୟନ୍ତ୍ରଣ: ରାଜ୍ୟକୁ ଏନ୍‌ଜିଟି ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ଶିଳ୍ପାଞ୍ଚଳ ଓ ସହରାଞ୍ଚଳ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ମୋ ସରକାର’ ଜରିଆରେ ଲୋକମାନଙ୍କ ଠାରୁ ପରିବେଶ ସମ୍ପର୍କରେ ମତାମତ ଗ୍ରହଣ କରାଯାଉଛି। ଗତ କିଛିବର୍ଷ ହେବ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ରାଜ୍ୟରେ ଥିବା ୧୪ଟି ଆଞ୍ଚଳିକ କାର୍ଯ୍ୟାଳୟ, ୧୧ଟି ପରୀକ୍ଷାଗାର ଏବଂ ଗୋଟିଏ ସେଣ୍ଟ୍ରାଲ ଲାବରେଟୋରି ଜରିଆରେ କାର୍ଯ୍ୟ ପରିସରକୁ ବ୍ୟାପକ କରିପାରିଛି। ଉପକୂଳର ଇକୋ ସିଷ୍ଟମକୁ ତଦାରଖ କରିବା ପାଇଁ ବୋର୍ଡ ପାରାଦୀପଠାରେ ଏକ ସେଣ୍ଟର ସ୍ଥାପନ କରିଛି। ଏଥିସହିତ ବୋର୍ଡ ରାଜ୍ୟର ୧୧ ପ୍ରମୁଖ ନଦୀର ୧୨୯ ସ୍ଥାନରୁ ନମୁନା ସଂଗ୍ରହ କରି ୧୧ଟି ପାରାମିଟର ଆଧାରରେ ନଦୀ ଜଳର ଗୁଣବତ୍ତାକୁ ନିୟମିତ ତଦାରଖ କରିଆସୁଛି। ଏଥିସହିତ ବୋର୍ଡ ରାଜ୍ୟର ୧୭ ପ୍ରମୁଖ ସହରରେ ବାୟୁର ମାନ ନିର୍ଦ୍ଧାରଣ କରିବା ପାଇଁ କଣ୍ଟିନିୟୋସ୍‌ ଆମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ୍‌ (ସିଏଏକ୍ୟୁଏମ୍‌ଏସ୍‌) ଷ୍ଟେଶନ ସ୍ଥାପନ କରିଥିବା ବେଳେ ୩୦ ଜିଲାର ୯୧ଟି ମନିଟରିଂ ଷ୍ଟେଶନ ଜରିଆରେ ଭୂତଳ ଜଳକୁ ମଧ୍ୟ ତଦାରଖ କରିଆସୁଛି। ପାରଦୀପଠାରୁ ଧାମରା ବନ୍ଦର ମଧ୍ୟରେ ୭୩ଟି ସ୍ଥାନରେ ଉପକୂଳ ପରିବେଶକୁ ମଧ୍ୟ ବୋର୍ଡ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କୁ ଅବଗତ କରାଇଥିଲେ। ସୋମବାର ଓଏସ୍‌ପିସିବି ସମ୍ମିଳନୀ କକ୍ଷଠାରେ ଏନ୍‌ଜିଟିର ଅଧ୍ୟକ୍ଷଙ୍କ ସହ ରାଜ୍ୟର ପ୍ରଦୂଷଣ ସ୍ଥିତିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରଦୂଷଣ ବୋର୍ଡର ମେମ୍ବର ସେକ୍ରେଟାରି କେ. ମୁରୁଗେସେନ ଶିଳ୍ପାଞ୍ଚଳଗୁଡିକରୁ ନିର୍ଗତ ବିଷାକ୍ତ ବାଷ୍ପକୁ ଏକ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌ଏସ୍‌) ଜରିଆରେ ବୋର୍ଡଦ୍ୱାରା ତଦାରଖ କରାଯାଉଥିବା ସୂଚନା ଦେଇଥିଲେ। ଏହି ସେଣ୍ଟ୍ରାଲ ମନିଟରିଂ ବ୍ୟବସ୍ଥା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସର୍ଭର ସହିତ ସଂଯୋଗ କରାଯାଇଛି। ରାଜ୍ୟରେ ବାହାରୁଥିବା ଫ୍ଲାଏ ଆଶ୍‌, ଜିପ୍‌ସମ, ରେଡ ମଡ, ଡୋଲୋକାର ଏବଂ ସ୍ଲାଗ ଇତ୍ୟାଦି ଶିଳ୍ପ ବର୍ଜ୍ୟବସ୍ତୁକୁ ପୁନଃ ବିନିଯୋଗ କରାଯାଉଛି। ୨୦୨୦-୨୧ରେ ୯୧ ପ୍ରତିଶତ ଫ୍ଲାଏ ଆଶ୍‌ ଏବଂ ୯୦ ପ୍ରତିଶତ ଅନ୍ୟାନ୍ୟ ବର୍ଜ୍ୟକୁ ପୁନଃ ବିନିଯୋଗ କରାଯାଇଥିବା ମୁରୁଗେସେନ ସୂଚନା ଦେଇଥିଲେ। ଏଥିସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନ୍‌ଲାଇନ ଜରିଆରେ ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ, ବିପଜ୍ଜନକ ବର୍ଜ୍ୟବସ୍ତୁ ପରିଚାଳନା, ଇ-ଓ୍ବେଷ୍ଟ ମ୍ୟାନେଜମେଣ୍ଟ, ପ୍ଲାଷ୍ଟିକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଭଳି ୬ ପ୍ରକାର ଅନ୍‌ଲାଇନ ସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି। ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ କହିଛନ୍ତି, ରାଜ୍ୟରୁ ପ୍ରାୟ ୨୧୦୫ ମେଟ୍ରିକ ଟନ୍‌ କଠିନ ବର୍ଜ୍ୟବସ୍ତୁ ବାହାରୁଛି। ସେଗୁଡିକୁ ୨୩୨ ମାଇକ୍ରେ କମ୍ପୋଷ୍ଟିଂ ସେଣ୍ଟର ଏବଂ ୧୫୪ ମ୍ୟାଟେରିଆଲ ରିକଭରି ଫାସିଲିଟିଜ ଜରିଆରେ ପ୍ରକ୍ରିୟାକରଣ କରାଯାଉଛି। ସେଥିରୁ ପ୍ରାୟ ୧୨୦୩ ମେଟ୍ରିକ ଟନ୍‌ ମୋ ଖତ ପ୍ରସ୍ତୁତ କରାଯାଇ ପାରୁଛି। ଏଥିରୁ ପ୍ରାୟ ୨.୪୫ କୋଟି ଟଙ୍କା ରୋଜଗାର ହୋଇପାରିଛି। ଏହି କାର୍ଯ୍ୟରେ ୨୦୪୩ ସ୍ବଚ୍ଛସାଥୀ ଏବଂ ୧୮୩୧ ସ୍ବଚ୍ଛ କର୍ମଚାରୀ ନିୟୋଜିତ ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ସମେତ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ଏନ୍‌ଜିଟି ଅଧ୍ୟକ୍ଷ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri