ଉନ୍ନୟନ କାମ ଯୋଗୁ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,୧୦ା୩ :ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପୂର୍ବ ପାର୍ଶ୍ୱରେ ଏକାଧିକ ନୂତନ ବୃହତ୍‌ ପ୍ରକଳ୍ପ ଚାଲିଛି। ଏଥିରେ ବିଶାଳ ସୌଧ, ସେତୁ, ବଡ଼ ନାଳ, ବ୍ୟାରେଜ, ଖାଲୁଆ ଅଞ୍ଚଳକୁ ପୋତା କାର୍ଯ୍ୟ, ରାସ୍ତା ଆଦି ରହିଛି। ତେବେ ଏହି ପ୍ରକଳ୍ପଗୁଡିକ ମଧ୍ୟରୁ ଅଧିକାଂଶ କେଉଁ ବିଭାଗର କିଏ କରୁଛି ତାହା ଜଣାପଡୁନାହିଁ। ଅନ୍ୟପକ୍ଷେ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲି, ମାଟି, ମୋରମ, ଗେଟି, ପଥର ଆଦି ବେଆଇନ ପରିବହନ କାରଣରୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। ଏହି ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଯେ, ପ୍ରକଳ୍ପ କାର୍ଯ୍ୟଗୁଡିକର ଚିତ୍ର ଦେଖିବା ସମ୍ଭବପର ହେଉନାହିଁ। ଏଭଳିସ୍ଥିତିରେ ଆଖପାଖ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ତେବେ ବିକାଶ କାର୍ଯ୍ୟ ଚାଲିଥିବାରୁ ସମସ୍ତ କାମକୁ ମାଫ୍‌ କରାଯାଉଛି ବୋଲି ମତପ୍ରକାଶ ପାଇଛି।
୪୬ଟି ରାଜସ୍ବ ମୌଜାର ୨୯.୮୪ ବର୍ଗ କି.ମି. ପରିମିତ ଅଞ୍ଚଳକୁ ନେଇ ଯାଜପୁର ସହରର ମାଷ୍ଟର ପ୍ଲାନ୍‌ ପ୍ରସ୍ତାବ ରହିଛି ା ହରିୟାଣା ଗୁରୁଗାଁଓର ଭୟେଣ୍ଟସ୍‌ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଛି। ଆଗାମୀ ୨୦୪୦ ପର୍ଯ୍ୟନ୍ତ ଯାଜପୁର ସହରର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାସ୍ତା ପ୍ରଶସ୍ତିକରଣ, ନାଳ ନର୍ଦ୍ଦମା ଜଳର ନିଷ୍କାସନ, ଜନ ସାଧାରଣଙ୍କ ଚିତ୍ତବିନୋଦନ ନିମନ୍ତେ ପ୍ରମୋଦ ଉଦ୍ୟାନ, ନୂତନ ବଜାର ନିର୍ମାଣ ଓ ସମ୍ପ୍ରସାରଣ, ଶିକ୍ଷାନୁଷ୍ଠାନ, ହାଟବଜାର, କଳକାରଖାନା ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ ନିମନ୍ତେ ପ୍ରାଧାନ୍ୟ ଦିଆଯାଉଛି ା ଏହିକ୍ରମରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଏନ୍‌କ୍ଲାଭ୍‌ ବା ମିନି ସଚିବାଳୟ କାମ ଚାଲିଛି। ଏହି ମିନି ସଚିବାଳୟ ନିର୍ମାଣରେ ୧୨୨.୦୯ କୋଟି ଟଙ୍କା ଖର୍ଚ୍ଚ କରି ୩୮.୮୬୬ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ଗୃହ ନିର୍ମାଣ ପାଇଁ ସମୁଦାୟ ୧୯୩.୪୨ କୋଟି ଟଙ୍କା ଅଟକଳ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା ଚ୍ୟାଲେଞ୍ଜିଂ ମୋଡରେ ଯାଜପୁର ଜିଲାରେ ସରକାରୀ ମେଡିକାଲ କଲେଜ ଓ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ପାଇଁ ଗୃହ ନିର୍ମାଣ ଚାଲିଛି। ୧୦୦ ଶଯ୍ୟା ବିଶିଷ୍ଟ ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପ୍ରଥମ ପର୍ଯ୍ୟାୟରେ ୪୨୬ କୋଟି ଟଙ୍କାର ବ୍ୟୟଅଟକଳ ପ୍ରସ୍ତୁତ ହୋଇଛି ା ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆଙ୍କୁଳା ଛକ ନିକଟରେ ନିର୍ଦ୍ଧାରିତ ୪୦ ଏକର ଜମି ଚିହ୍ନଟ କରାଯାଇ ଏଲ୍‌ ଆଣ୍ଡ ଟି ଦ୍ୱାରା କାମ ଆରମ୍ଭ ହୋଇ ସାରିଛି। ଉପରୋକ୍ତ ୨ଟି ବୃହତ୍‌ ପ୍ରକଳ୍ପ ବ୍ୟତୀତ କୁସୁମା ପୋଖରୀ ନିକଟରେ ଚାରିପଟେ ମିନି ଷ୍ଟାଡିୟମ ଭଳି ଗ୍ୟାଲେରୀ ନିର୍ମାଣ ଚାଲିଛି। ଏହାବାଦ୍‌ ବହୁତଳ ପ୍ରସାଦ କାମ ମଧ୍ୟ ଚାଲିଛି। ସେହିପରି ବାଳାଶ୍ରମ ପଡ଼ିଆକୁ ପୋତାଯାଇ ମୂଳ ବୈତରଣୀର ଦୁଇପାର୍ଶ୍ୱରେ କଂକ୍ରିଟ କାନ୍ଥ ନିର୍ମାଣ ହୋଇଛି। ବୈତରଣୀର କିଲ୍ଲାଘାଟରେ ଏକ ସେତୁ ଓ ସେଠାରୁ ବଳିଘାଇ ସେତୁ ଯାଏ ରାସ୍ତାକୁ ଚାରିଥାକିଆ କରାଯାଉଛି। ବଳିଘାଇରେ ବୈତରଣୀ ଉପରେ ସେତୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାସହ ଯାଜପୁର-କୁଆଖିଆ ରାସ୍ତାର ସିମିଳିଆ ପଞ୍ଚାୟତ ପାଟପାରି ନିକଟରେ ଥିବା ଏକ ବଡ଼ନାଳ ମୁହଁକୁ ବାଲି ଓ ମାଟି ପକାଯାଇ ପ୍ରାୟ ୨୫ ଫୁଟ ବିରାଟ ଆୟତନ ଅଞ୍ଚଳକୁ ପୋତି ଦିଆଯାଉଛି। ୧୬ ନଂ. ଜାତୀୟ ରାଜପଥ ପାଣିକୋଇଲି ଷଠିପୁର ନିକଟ ସୁବିଧା କେନ୍ଦ୍ର ସମ୍ମୁଖରେ ଏକ ବିରାଟ ଅଞ୍ଚଳରେ ବୃହତ୍‌ କୋଠାଘର ନିର୍ମାଣ ହେଉଛି। ଏହି ରାସ୍ତାଦେଇ ପ୍ରତ୍ୟହ ଶତାଧିକ ଲୋକ ଯିବା ଆସିବା କରୁଛନ୍ତି। ଆବଶ୍ୟକ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ନ କରି ନିର୍ମାଣ ସାମଗ୍ରୀ ପରିବହନରେ ଏତେ ବାୟୁ ପ୍ରଦୂଷଣ ହେଉଛି ଯେ, ସାଧାରଣ ଲୋକଙ୍କ ପକ୍ଷେ ଯିବାଆସିବା କଷ୍ଟକର ହେଉଛି। ଏପରିକି ଧୂଳି ଯୋଗୁ ରାସ୍ତା ଦିଶୁନାହିଁ। ଫଳରେ ଦୁର୍ଘଟଣା ଘଟିବା ମଧ୍ୟ ସମ୍ଭବନା ରହିଛି ବୋଲି ମତପ୍ରକାଶ ପାଇଛି ା ଏହାସହ ବୁଢା ନଦୀ ଆନ୍ନିକଟ ନିକଟ ନଦୀପାର୍ଶ୍ୱର ଏକ ବିରାଟ ଅଞ୍ଚଳକୁ ପୋତାଯାଇ ବଡବଡ ଅଟ୍ଟାଳିକା ନିର୍ମାଣ ଚାଲିଛି। ଏଭଳି ଏକାଧିକ ପ୍ରକଳ୍ପ ରହିଛି ଯାହାର କୌଣସି ସୂଚନା ଫଳକ ନାହିଁ।
ବିପୁଳ ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ଜିଲାବାସୀ ଅଜ୍ଞ ରହିଥିବାରୁ ସେଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସନ୍ଦେହ କରିବା ସ୍ବାଭାବିକ ବୋଲି ଚର୍ଚ୍ଚା ହେଉଛି। ତେବେ ଜିଲାରେ ନଦୀନାଳରୁ ଯେତେ ପରିମାଣର ବାଲି ଉତ୍ତୋଳନ ପାଇଁ ପ୍ରଶାସନିକ ଅନୁମତି ଦିଆଯାଇଛି ତା’ର ହଜାର ଗୁଣ ଅଧିକ ବାଲି ଉପରୋକ୍ତ ପ୍ରକଳ୍ପଗୁଡିକରେ ବ୍ୟବହାର ହେଉଛି। ଏଥିରେ ସରକାର ବିପୁଳ ରାଜସ୍ବ ହରାଉଥିବାବେଳେ ବାଲି ମାଫିଆ ଏବଂ କେତେଜଣ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଧନୀ ହେଉଛନ୍ତି। ସଂପୃକ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ଆୟବର୍ହିଭୂତ ସମ୍ପତ୍ତି ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବତା ଜଣାପଡିବ ବୋଲି ଦାବି ଉଠିଛି। ଅନ୍ୟପକ୍ଷେ କେଉଁ କାରଣରୁ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି ତା’ର ମଧ୍ୟ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି, ଷଠିପୁର ନିକଟ ପ୍ରକଳ୍ପ ସମ୍ପର୍କରେ କାଗଜପତ୍ର ଦେଖିଲା ପରେ କହିହେବ। ଅନ୍ୟପ୍ରକଳ୍ପଗୁଡିକ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଜଣାଇବା ପରେ ମତ ଦିଆଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri