ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି ନୁହେଁ, ପ୍ରାଣୀଜଗତ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଅସ୍ବାସ୍ଥ୍ୟକର ପରିବେଶ, ଗାଡ଼ିମୋଟର ଏବଂ କଳକାରଖାନାରୁ ନିର୍ଗତ ହେଉଥିବା ଧୂଅଁା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। ତେବେ ଏହି ତାଲିକାରେ ଆଉ ଏକ ଜିନିଷ ରହିଛି ଯାହା ହେଲା ପ୍ଲାଷ୍ଟିକ। ଅବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ କେବଳ ସ୍ଥଳଭାଗ ନୁହେଁ, ନଦୀ, ସମୁଦ୍ର ଆଦିରେ ଜମା ହୋଇ ପ୍ରଦୂଷଣ ମାତ୍ରାକୁ ଆହୁରି ବଢ଼େଇ ଦେଉଛି। ୟୁନିଭର୍ସିଟିର ଅଫ୍‌ ଲଣ୍ଡନ ପକ୍ଷରୁ ପ୍ରକାଶିତ ଏକ ସଦ୍ୟ ସର୍ଭେ ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ ପ୍ଲାଷ୍ଟିକ ଉତ୍ପାଦନ ଓ ଭସ୍ମୀକରଣ ପ୍ରକ୍ରିୟା ଯୋଗୁ ବାୟୁମଣ୍ଡଳକୁ ସମୁଦାୟ ୮୫୦ ମିଲିୟନ ଟନ୍‌ ସବୁଜଘର ଗ୍ୟାସ୍‌ ଉତ୍ସର୍ଜିତ ହୋଇଛି। ଆଗାମୀ ୨୦୫୦ ମସିହା ବେଳକୁ ଏହା ଆଶାତୀତ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ତେଣୁ ପ୍ରଦୂଷଣ କିପରି ଆହୁରି ନିୟନ୍ତ୍ରିତ ହେବ ସେ ନେଇ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

Share