୪ ବୁଥ୍‌ରେ ମତଦାନ ସ୍ଥଗିତ

ପାଣିକୋଇଲି,୨୧।୨(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ୪ ବୁଥ୍‌ରେ ମତଦାନ ବନ୍ଦ ରହିଛି। ଏଠାରେ ପୁନଃ ମତଦାନ ଲାଗି ଜିଲା ପ୍ରଶାସନ ଘୋଷଣା କରିଛି। ସେହିପରି ପଞ୍ଚାୟତର ଟିକର ସାନ ବିରୁହଁା ବୁଥ୍‌ରେ ପୁନଃ ମତଦାନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଗୋଳେଇପୁର ପଞ୍ଚାୟତରେ ମତଦାନ ଚାଲିଥିଲା। ମାତ୍ର ସକାଳ ସାଢେ ୯ଟା ସୁଦ୍ଧା ଟିକର(ସାନ ବିରୁହଁା) ଗ୍ରାମର ୧୫ ନମ୍ବର ବୁଥ ଜବରଦଖଲ କରାଯାଇଥିଲା। ଏଜେଣ୍ଟ୍‌ମାନଙ୍କୁ ମାଡ଼ ମାରି ବାହାରକୁ ବିଦା କରି ମତଦାନ ଶେଷ କରାଯାଇଥିଲା। ଉକ୍ତ ଖବର ପ୍ରଚାରିତ ହେବା ମାତ୍ରେ କିଛି ଲୋକ ପହଞ୍ଚତ୍ଥିଲେ। ମାତ୍ର ସେଠାରେ ଆହତ ଏଜେଣ୍ଟଙ୍କୁ ମାଡ଼ ମରା ଓ ମତଦାନ ଶେଷ ଦେଖି ପ୍ରତିହିଂସା ପରାୟଣ ହୋଇ କିଛି ଯୁବକ ସୋତି ଗ୍ରାମରେ ଥିବା ୮, ୯, ୧୦, ୧୧ ନମ୍ବର ବୁଥରେ ପହଞ୍ଚତ୍ ବୁଥ ଜବରଦଖଲ କରିବାକୁ ଚେଷ୍ଟା କରିଥିଲେ। ଖବରପାଇ ବିଡିଓ ରଞ୍ଜନ କୁମାର ପରିଡ଼ା ପହଞ୍ଚତ୍ ଏହାକୁ ବାରଣ କରିବାରୁ ଲୋକଙ୍କ ଅକ୍ରୋଶର ଶିକାର ହୋଇଥିଲେ। ବ୍ୟାସନଗର ତହସିଲଦାର ଓ ପାଣିକୋଇଲି ପୋଲିସ ପହଞ୍ଚତ୍ ଉତ୍ତେଜନା ହ୍ରାସ କରିଥିଲେ। ଏସ୍‌ଡିପିଓ ଚିନ୍ମୟ ନାୟକ, ଅତିରିକ୍ତ ଏସ୍‌ପି ବାଉରୀବନ୍ଧୁ ବେହେରା, ଅତିରିକ୍ତ ଏସ୍‌ପି ମିହିର କୁମାର ମହାନ୍ତି ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଅତିରିକ୍ତ ଜିଲାପାଳ ମିହିର ମହାନ୍ତି ସୋତିର ୪ଟି ବୁଥରେ ମତଦାନ ବନ୍ଦ କରି ପୁନଃ ମତଦାନ କରାଇବାକୁ ଘୋଷଣା କରିଥିଲେ। ମାତ୍ର ଟିକରରେ ପୁନଃ ମତଦାନ ପାଇଁ ଲୋକେ ଅଡ଼ି ବସିଥିଲେ। ସାଢେ ୯ଟା ସୁଦ୍ଧା କିପରି ମତଦାନ ସମ୍ପୂର୍ଣ୍ଣ ହେଲା ପ୍ରଶ୍ନ ଉଠାଇଥିଲେ। ତେବେ ଟିକରରେ ପୁନଃ ମତଦାନ ସର୍ମ୍ପକରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୁନଃ ମତଦାନ କର ନ ଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ଜିଲା ପ୍ରଶାସନ ଓ ପୋଲିସ ସହାୟତାରେ ୪ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ସମେତ ସମସ୍ତ କର୍ମଚାରୀ ବସ ଯୋଗେ ଫେରି ଯାଇଥିଲେ। ସୋତିରେ ଏବେବି ଉତ୍ତେଜନା ଲାଗି ରହିଛି।