Posted inଖେଳ

ଷ୍ଟିରିଆନ୍‌ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କୁ ପୋଲ୍‌ ପୋଜିଶନ

ଷ୍ଟିରିଆ,୧୨।୭: ଅଷ୍ଟ୍ରିଆର ଷ୍ଟିରିଆରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଫର୍ମୁଲା-୧ ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏଥି ସହିତ ମର୍ସିଡିଜ୍‌ ଡ୍ରାଇଭର ହାମିଲଟନ କ୍ୟାରିୟରରେ ରେକର୍ଡ ୮୯ତମ ପୋଲ ପୋଜିଶନ ହାସଲ କରିଛନ୍ତି। ଶନିବାର ପୋଲ ପୋଜିଶନ ପାଇଁ ଅନୁଷ୍ଠିତ ରେସ୍‌ରେ ହାମିଲଟନ ଗ୍ରୀଡ୍‌ ୧ରେ ୧:୧୯.୨୭୩ ସେକେଣ୍ଟ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କଠାରୁ ୧.୨୧୬ ସେକେଣ୍ଟ ସମୟ ଅଧିକ ନେଇ ରେଡ୍‌ ବୁଲ୍‌ର ମ୍ୟାକ୍ସ ଭେର୍ଷ୍ଟାପେନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭେର୍ଷ୍ଟାପେନ ୧:୨୦.୪୮୯ ସେକେଣ୍ଡ ସମୟ ନେଇଥିଲେ। ସେହିପରି ମ୍ୟାକ ଲରେନ୍‌ର କାର୍ଲୋସ ସାଇଞ୍ଜ୍‌ ଜୁନିୟର ୧:୨୦.୬୭୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ମର୍ସିଡିଜର ଭାଲଟେରୀ ବୋଟ୍ଟାସ୍‌ ୧:୨୦.୭୦୧ ଓ ରିନଲ୍ଟର ଏଷ୍ଟେବାନ୍‌ ଓକନ ୧:୨୦.୯୨୨ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଛନ୍ତି। ନିଜ ପ୍ରଦର୍ଶନରେ ହାମିଲଟନ ଖୁସି ଜାହିର କରିଛନ୍ତି। ମୋର ପ୍ରଦର୍ଶନରେ ଉନ୍ନତି ହୋଇଛି। ସକାଳେ ଜୋର ବର୍ଷା ହୋଇଥିଲା। କୋଭିଡ୍‌-୧୯ ମହାମାରୀ କାରଣରୁ ଖାଲି ଷ୍ଟାଡିୟମରେ ରେସ୍‌ ଆୟୋଜିତ ହୋଇଥିଲା। ଉଲ୍ଲେଖଥାଉ କି, ବ୍ରିଟେନର ଲୁଇସ୍‌ ହାମିଲଟନ ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ଜିତିଛନ୍ତି। ସେ ୨୦୦୮, ୨୦୧୪, ୨୦୧୫, ୨୦୧୭, ୨୦୧୮ ଓ ୨୦୧୯ରେ ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri