ଗୋଇନ୍ଦା ଚିଠିକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୧ା୫(ବ୍ୟୁରୋ): ହନୁମାନ ଜୟନ୍ତୀରେ ହିଂସା ଉପୁଜିପାରେ ବୋଲି ଗୋଇନ୍ଦା ବିଭାଗ ପୂର୍ବରୁ ରିପୋର୍ଟ ଦେଇଥିବା ଜଣାପଡ଼ିବା ପରେ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଗତ ୧୧ ତାରିଖ ଦିନ ଗୋଇନ୍ଦା ବିଭାଗ(ସ୍ପେଶାଲ ବ୍ରାଞ୍ଚ) ଏସ୍‌ପି ସମ୍ବଲପୁରର ଏସ୍‌ପିଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇଥିଲେ। ବାଇକ୍‌ ଶୋଭାଯାତ୍ରା ଯେଉଁ ରାସ୍ତା ଦେଇ ଯିବ ଉକ୍ତ ରାସ୍ତାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ବହୁତ ଅଧିକ ଅଛି। ତେଣୁ ବାଇକ୍‌ ଶୋଭାଯାତ୍ରା ସମୟରେ ସ୍ଲୋଗାନ ଦେବାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଚିଠିର ନକଲ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏଡିଜି ଆଇନଶୃଙ୍ଖଳା, ଉତ୍ତରାଞ୍ଚଳ ଆଇଜିଙ୍କ ସହିତ ପୋଲିସ ବିଭାଗର ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଯାଇଥିଲା। ହେଲେ ଏହାପରେ ମଧ୍ୟ ହିଂସାକାଣ୍ଡ ଦେଖାଦେଲା। ଏଥିଲାଗି ଜିଲା ପୋଲିସ୍‌ କି ରାଜ୍ୟ ସରକାର ଦାୟୀ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଭାଜପାର ୪ ଜଣିଆ ଟିମ୍‌ ସୋମବାର ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ହିଂସା ଘଟଣାର ରିପୋର୍ଟ ପ୍ରସ୍ତୁତ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ। ହେଲେ ହିଂସାକୁ ନେଇ ଭାଜପା, କଂଗ୍ରେସ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଶାସକ ଦଳ ପାଲଟା ଜବାବ ରଖିଛି।
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭକରି ତଳ ପର୍ଯ୍ୟନ୍ତ ସମସ୍ତେ ରିପୋର୍ଟ ଯଦି ଦେଇଥିଲେ ତାକୁ କାର୍ଯ୍ୟକାରୀ କାହିଁକି କରାଗଲା ନାହିଁ। ଏଥିରେ ଅସୁବିଧା କ’ଣ ଥିଲା। କେନ୍ଦ୍ର ସରକାର କ’ଣ ମନା କରିଥିଲେ ସାହାଯ୍ୟ କରିବାକୁ। ତମର ଯଦି ଫୋର୍ସ ନ ଥିଲେ ତେବେ କେନ୍ଦ୍ରକୁ କାହିଁକି ସିଆର୍‌ପିଏଫ ଫୋର୍ସ ମାଗିଲ ନାହିଁ। ଯଦି ଉପଯୁକ୍ତ ବ୍ୟବସ୍ଥା କରିଥାଆନ୍ତେ ତେବେ ଏଭଳି ଅଭାବନୀୟ ଅବସ୍ଥା ହୋଇ ନ ଥାଆନ୍ତା। ଆଇଆଇସି ତାଙ୍କ ରିପୋର୍ଟରେ ଯାହା ଲେଖିଛନ୍ତି ଏବଂ ଏସ୍‌ପି ଯାହା ସ୍ବୀକାର କରିଛନ୍ତି ସରକାର ତାକୁ କାର୍ଯ୍ୟକାରୀ କରିବାର ସତସାହସ ଦେଖାନ୍ତୁ ବୋଲି ସେ କହିଛନ୍ତି।
କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗୋଇନ୍ଦା ରିପୋର୍ଟ ଦେବା ସତ୍ତ୍ୱେ ସରକାର କାହିଁକି ତାହାକୁ ଗୁରୁତର ସହକାରେ ନେଲେ ନାହିଁ। ଯେଉଁ ଲୋକମାନେ ସେଥିଲାଗି ଦାୟୀ ସେମାନଙ୍କ ଉପରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି, ତେଣୁ ତାଙ୍କ ଦାୟିତ୍ୱ ଏସବୁ ଠିକ୍‌ ଭାବେ ଚଲାଇବା କଥା। ସେ ତାଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରୁନାହାନ୍ତି ବୋଲି ଶରତ କହିଛନ୍ତି।
ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ୨୪ ବର୍ଷର ଶାସନରେ ଅନ୍ୟ ରାଜ୍ୟଗୁଡ଼ିକ ସହ ତୁଳନା କଲେ ଓଡ଼ିଶାରେ ସାମ୍ପ୍ରଦାୟିକ ହିଂସା ବହୁତ କମ୍‌। ତେଣୁ ସେହି ଅନୁସାରେ ତାକୁ ଭଙ୍ଗ କରିବାକୁ ଯଦି କିଏ ଚେଷ୍ଟା କରେ ତେବେ ଲୋକମାନେ ତା’ର ଜବାବ ଦେବେ। ଯଦି ରାଜ୍ୟରେ ଶାନ୍ତି ଏବଂ ଶୃଙ୍ଖଳା ଠିକ୍‌ ନ ଥାଆନ୍ତା ତେବେ ବିଦେଶରୁ ନିବେଶକ ଆସିି ଏଠାରେ କୋଟି କୋଟି ଟଙ୍କାର ନିବେଶ କରିବା ଲାଗି ମନ ବଳାଉ ନ ଥାଆନ୍ତେ। ଯଦି କୌଣସି ଶକ୍ତି ରାଜ୍ୟରେ ଶାନ୍ତି ଭଙ୍ଗ କରି ନିବେଶକମାନଙ୍କୁ ଆସିବାରେ ହଇରାଣ କରନ୍ତି ତେବେ ଷଡ଼ଯନ୍ତ୍ରକାରୀଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେବେ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri