ନବ ଦାସଙ୍କ ପୁଅଙ୍କୁ ନେଇ ତେଜିଲା ରାଜନୀତି

ଝାରସୁଗୁଡ଼ା,୧୧।୧(ଆଶିଷ ରଞ୍ଜନ ଦାଶ)”ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳଙ୍କୁ ନେଇ ସ୍ଥାନୀୟ ରାଜନୀତି ଜୋର ଧରିଛି। ଜିଲାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟକୁ ନେଇ ୧୪ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଛତିଶଗଡ଼ ହୋଟେଲରେ ରଖାଯାଇଥିଲା। ସେହି ହୋଟେଲରେ ଭଙ୍ଗାରୁଜା ଅଭିଯୋଗରେ ବିଶାଳ ଓ ତାଙ୍କ ସହଯୋଗୀଙ୍କୁ ସରେଇପାଲି ଥାନା ପୋଲିସ ଅଟକ ରଖିଥିଲା। ଏଥିସହ ପଞ୍ଚାୟତ ସମିତି ଅନାସ୍ଥା ଭୋଟ ବାତିଲକୁ ନେଇ ବିଜେଡି ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି।
ପ୍ରଶାସନ ପକ୍ଷରୁ ଶୁକ୍ରବାର ହେବାକୁ ଥିବା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ହେଲେ କୌଣସି ସଭ୍ୟାସଭ୍ୟ ନ ଆସିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଭୋଟ ବାତିଲ କରିଥିଲେ। ଏହାର ପ୍ରତିବାଦ କରି ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ କର୍ମୀ ଜିଲାପାଳ ଅଫିସ ଘେରାଉ କରିଥିଲେ। ଏହା ସହିତ ଅନାସ୍ଥା ପ୍ରସ୍ତାବ ଭୋଟର ପୁନଃ ବିଚାର ପାଇଁ ଦାବିପତ୍ର ଦେଇଥିଲେ। ଅତିରିକ୍ତ ଜିଲାପାଳ ଦାବିପତ୍ର ଗ୍ରହଣ କରି ପଞ୍ଚାୟତ ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଜିଲା ଭାଜପା ସଭାପତି ସୁନୀଲ ପଣ୍ଡା କହିଛନ୍ତି, କିର୍ମିରା ପଞ୍ଚାୟତ ସମିତିର କିଛି ସମିତି ସଭ୍ୟଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ପକ୍ଷରୁ ଲଇକେରା ଥାନାରେ ୮ ତାରିଖରେ ମାମଲା ରୁଜୁ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସେମାନଙ୍କୁ ଧରଛି। ଧର୍ମର ଜୟ ହୋଇଛି ଅନ୍ୟାୟର ପରାଜୟ ହୋଇଛି ବୋଲି ସୁନୀଲ କହିଛନ୍ତି। ଅପରପକ୍ଷେ ଦୀପାଳି କହିଛନ୍ତି, କିର୍ମିରା ପଞ୍ଚାୟତ ସମିତି ଅନାସ୍ଥା ଭୋଟ ବନ୍ଦ କରିବା ଭାଜପା ଓ ପୋଲିସର ଏକ ସୁଚିନ୍ତିତ ଯୋଜନା। ଆଗକୁ ଏହାର ଜବାବ ଦିଆଯିବା ସହିତ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ଦୀପାଳି କହିଛନ୍ତି। ପଞ୍ଚାୟତ ଆଇନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଭୋଟ ଆଗକୁ ଏକ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ ବୋଲି ଉପଜିଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ବିଶାଳ ଦାସଙ୍କ ମାଝିପାଲିସ୍ଥିତ ହୋଟେଲରେ ଗୁରୁବାର ଝାରସୁଗୁଡ଼ା ପୋଲିସର ଚଢ଼ାଉ ପରେ ବିଶାଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଏହାର ତଦନ୍ତ ଦାବି କରିଥିଲେ।
ଛତିଶଗଡ଼ ମହାସମୁନ୍ଦ ଜିଲା ସରେଇପାଲିର ଏକ ହୋଟେଲରେ କିର୍ମିରା ପଞ୍ଚାୟତ ସମିତିର ବିଜେଡି ସମର୍ଥିତ ୧୪ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଝାରସୁଗୁଡ଼ା ପୋଲିସ ଠାବ କରିଥିଲା। ଏହାପରେ ସେମାନଙ୍କୁ ନେଇ ସରେଇପାଲି ପୋଲିସ ଜିମାରେ ଦେଇଥିଲା। ଏହି ଖବର ପାଇ ବିଶାଳ ତାଙ୍କ ସହଯୋଗୀଙ୍କ ସହିତ ସରେଇପାଲି ଅଭିମୁଖେ ଯାଉଥିବା ଝାରସୁଗୁଡ଼ା ପୋଲିସ ସୂଚନା ପାଇ ସେମାନଙ୍କ ଫୋନକୁ ଟ୍ରାକିଂ କରି ପିଛା କରିଥିଲା। ତେବେ ଉକ୍ତ ହୋଟେଲରେ ପହଞ୍ଚତ୍ ବିଶାଳ ଓ ତାଙ୍କ ସହଯୋଗୀ ଭଙ୍ଗାରୁଜା କରିବା ନେଇ ହୋଟେଲ ମାଲିକ ସରେଇପାଲି ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ପୋଲିସ ସେହି ହୋଟେଲରେ ପହଞ୍ଚତ୍ବାବେଳକୁ ସେଠାରେ ସରେଇପାଲି ପୋଲିସ ପହଞ୍ଚତ୍ ସାରିଥିଲା। ଉଭୟ ଥାନା ପୋଲିସ ମିଳିତ ଭାବେ ଚଢାଉ କରି ବିଶାଳ ଓ ତାଙ୍କ ସହଯୋଗୀଙ୍କୁ ଧରିବା ପରେ ସରେଇପାଲି ଥାନାକୁ ନେଇ ଅଟକ ରଖିଥିଲା।
ପରେ ସମସ୍ତଙ୍କୁ ବେଲ୍‌ ବଣ୍ଡରେ ଛଡ଼ାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କ ସୁରକ୍ଷିତ ମୁକ୍ତି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri