ଟିରା ଷ୍ଟୋରରେ ଟିର୍‌ଟିର ଉତ୍ପାଦ ସମ୍ଭାର

ମୁମ୍ବାଇ,୧୧।୧: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ତଥା ଟିରା ଷ୍ଟୋରରେ କୋରିଆ ସ୍କିନ୍‌ କେୟାର ଏବଂ ମେକ୍‌ଅପ୍‌ ବ୍ରାଣ୍ଡ ଟିରଟିରର ଉତ୍ପାଦଗୁଡିକ ଉପଲବ୍ଧ ହେଉଛି ବୋଲି ରିଲାଏନ୍ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ପ୍ରଥମ ଥର ପାଇଁ ଭାରତୀୟ ବଜାରର କୌଣସି ଷ୍ଟୋରରେ ଟିରଟିର ବ୍ରାଣ୍ଡ୍‌ର ସୌନ୍ଦର୍ଯ୍ୟ ଉତ୍ପାଦ ଓ ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେବ। ଏହା ବ୍ୟତୀତ ଗ୍ରାହକମାନେ ଟିରା ଆପ୍‌ରୁ ମଧ୍ୟ ଟିରଟିର ଉତ୍ପାଦ କିଣିବାକୁ ସକ୍ଷମ ହେବେ। ସେହିଭଳି କୋରିଆର ଟିରଟିର ବ୍ରାଣ୍ଡ୍‌ ତା’ର ଅଭିନବ ସୌନ୍ଦର୍ଯ୍ୟ ଉତ୍ପାଦ, ପ୍ରିମିୟମ ଗୁଣ ଏବଂ ଚମକତ୍ାର ଫର୍ମୁଲେଶନ ସୂତ୍ର ପାଇଁ ବେଶ୍‌ ଜଣାଶୁଣା ହୋଇଥିଲାବେଳେ ଦୁନିଆର ବହୁ ସଂଖ୍ୟକ ଗ୍ରାହକ ଟିରଟିର ବ୍ରାଣ୍ଡ୍‌ର ସୌନ୍ଦର୍ଯ୍ୟ ଓ ପ୍ରସାଧନ ଉତ୍ପାଦକୁ ଅନୁସରଣ କରିଥାନ୍ତି। ବିଶେଷକରି ଏହାର ମାସ୍କ ଫିଟ୍‌ ରେଡ୍‌ କୁଶନ ଫାଉଣ୍ଡେଶନ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲାବେଳେ ପ୍ରାରମ୍ଭିକ ଭାବେ ଟିରଟିର ବ୍ରାଣ୍ଡ କିଛି ନିର୍ଦ୍ଦିଷ୍ଟ ଟିରା ଷ୍ଟୋର୍‌ ସହିତ ଟିରା ଆପ୍‌ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ସେହିପରି ପ୍ରାରମ୍ଭରେ ଏହା ମୁମ୍ବାଇର ଜିଓ ୱାଲର୍‌ଡ ଡ୍ରାଇଭ୍‌, ଅନ୍ଧେରୀ ଓ ମଲାଡ଼ ସ୍ଥିତ ଇନ୍‌ଫିନିଟି ମଲ୍‌ସମେତ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଡିଏଲ୍‌ଏଫ୍‌ ଆଭେନ୍ୟୁ ଏବଂ ବେଙ୍ଗାଲୁରୁର ମଲ୍‌ ଅଫ୍‌ ଏସିଆ ଭଳି ୫ଟି ପ୍ରମୁଖ ଟିରା ଷ୍ଟୋରରେ ଟିରଟିର ବ୍ରାଣ୍ଡ ଉତ୍ପାଦ ଉପଲବ୍ଧ ହେଉଛି।
ଉଲ୍ଲେଖଯୋଗ୍ୟ, ଟିରଟିର ବ୍ରାଣ୍ଡର ଲୋକପ୍ରିୟ ଉତ୍ପାଦଗୁଡ଼ିକ ମଧ୍ୟରେ ହାଇଡ୍ରେଟିଂ ଏବଂ ସତେଜ ସ୍କିନ୍‌ କେୟାର ଏସେନସିଆଲ୍‌ ମିଲ୍କ-ସ୍କିନ୍‌ ଟୋନର, ଟିରଟିର ସେରାମିକ୍‌ କ୍ଷୀର ଏମ୍ପୁଲ ସାମିଲ ରହିଛି, ଯାହା ଏକ ପ୍ରିମିୟମ ସ୍କିନ୍‌ କେୟାର ସମାଧାନ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଥିବା ମାସ୍କ ଫିଟ୍‌ ମେକଅପ୍‌ ଫିକ୍‌ସରକୁ ସହାୟତା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା

ନୂଆଦିଲ୍ଲୀ,୧୬।୧:ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ...

ମୋତେ ଚାଲାକି କରି ଆସେନି…ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ କମ୍ପାନୀ ବନ୍ଦ

ନୂଆଦିଲ୍ଲୀ,୧୬।୧: ଆଦାନୀ ଗ୍ରୁପର ବଡ଼ ଖୁଲାସା କରିଥିବା ଏବଂ ଆମେରିକୀୟ ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏବେ ନିଜ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।...

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri