ଗୋଳନ୍ଥରା ତୈଳ ଡିପୋ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୧୦ା୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୮ରେ ଭୋଟଗ୍ରହଣ ହେବ। ଆଉ ମାତ୍ର ୮ ଦିନ ଥିବାରୁ ସବୁ ଦଳର ପ୍ରଚାର ଜୋରଦାର ହୋଇଛି। ଏହି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ଅଛି। ସବୁ ଜୋନ୍‌ରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଛି। କଂଗ୍ରେସ ମଧ୍ୟ ୩ଟି ଯାକ ଜୋନ୍‌ରେ ଲଢ଼େଇ କରୁଛି। ତେଣୁ ବ୍ଲକର ସମସ୍ତ ୩୨ ପଞ୍ଚାୟତରେ ଭୋଟ ପ୍ରଚାର ସରଗରମ ହୋଇଯାଇଛି। ନିର୍ବାଚନ ବେଳେ ଗୋଳନ୍ଥରାରେ
ତୈଳ ଡିପୋ ପ୍ରସଙ୍ଗ ଉଠିଛି। ବିଜେଡି ଏହାକୁ ନେଇ ପ୍ରଚାର କରୁଛି। ତେଣୁ ଭାଜପାକୁ ଅଡ଼ୁଆ ହୋଇଛି।
ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଙ୍ଗେଇଲୁଣ୍ଡା ବ୍ଲକକୁ ଆସିଥିଲେ। ସେତେବେଳେ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଥିଲେ। କନିଷି ହାଟ ନିକଟ ପଡ଼ିଆରେ ଆୟୋଜିତ ସଭାରେ ଖୁବଶୀଘ୍ର ଗୋଳନ୍ଥରାରେ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ମିଳିତ ତୈଳ ଡିପୋ ପ୍ରତିଷ୍ଠା ହେବାର ଘୋଷଣା କରିଥିଲେ। ଏ ବାବଦରେ ପ୍ରାୟ ୩୦ ହଜାର କୋଟି ଟଙ୍କା ବ୍ୟୟ ହେବା ଦର୍ଶାଇଥିଲେ। ମନ୍ତ୍ରୀଙ୍କ ଭାଷଣ ଶୁଣି ଅଞ୍ଚଳବାସୀ ଖୁସି ହୋଇଥିଲେ। ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ କାମଧନ୍ଦା ମିଳିବା ସହ ଜିଲାର ଅର୍ଥନୀତି ବିକାଶ ଲାଗି ସହାୟକ ହେବାର ଆଶା ପ୍ରକଟ କରିଥିଲେ। ଘୋଷଣାର ଏବେ ୫ ବର୍ଷ ବିତିଛି ଏବଂ ଡିପୋର ନଁା ଗନ୍ଧ ନ ଥିବାରୁ ଅସନ୍ତୋଷ ବଢ଼ିଛି। ଅପରପକ୍ଷରେ ଦୀର୍ଘ ବର୍ଷ ତଳୁ ବ୍ରହ୍ମପୁର ରେଳଷ୍ଟେଶନ ପାର୍ଶ୍ୱରେ ଥିଲା ତୈଳ ଡିପୋ। ଗୋଳନ୍ଥରାକୁ ଦୃଷ୍ଟିରେ ରଖି ସେଠାରୁ ହଟାଇ ଦିଆଗଲା। ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ଶ୍ରମିକଙ୍କ ପେଟପାଟଣାକୁ ପ୍ରଭାବିତ ସାଙ୍ଗକୁ ଟ୍ୟାଙ୍କ ମାଲିକଙ୍କ କ୍ଷତି ଘଟିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲାଗୁଡ଼ିକ ନିମନ୍ତେ ଜଟଣୀ ଓ ପାରାଦୀପରୁ ଆସୁଛି। ଫଳରେ ପରିବହନ ଖର୍ଚ୍ଚ ବଢ଼ିବାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ ହେଉଛି। ତେଣୁ ଜନ ଅସନ୍ତୋଷ ଅବ୍ୟାହତ ରହିଛି। ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି। ଏବେ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ଏହାକୁ ପ୍ରସଙ୍ଗ କରାଯାଇଛି। ଭାଜପାକୁ କାଠଗଡ଼ାରେ ଠିଆ କରିଛି। ଜିଲା ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆ ନ ଯିବାରୁ ଗୋଳନ୍ଥରାରେ ହୋଇପାରି ନ ଥିବା କାଉଣ୍ଟର ପ୍ରଚାର କରୁଛି ଭାଜପା।
ଭାଜପା ନେତାଙ୍କ କହିବାନୁସାରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ନିକଟରେ ଟାଟା କମ୍ପାନୀର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌(ଏସ୍‌ଇଜେଡ)ପରିସରରେ ତୈଳ ଡିପୋ ସ୍ଥାପନ ଲାଗି ପଦକ୍ଷେପ ନିଆଯାଇଛି। ତେବେ ଏହାକୁ ନେଇ ବିଜେଡି ରଜାନୀତି କରଣରେ ଅଯଥା ଅପପ୍ରଚାର କରୁଛି। ଏହାର ଜବାବରେ ବିଜେଡି ନେତା କହିବାନୁସାରେ ଏସ୍‌ଇଜେଡ ଏବେବି ଅସମ୍ପୂର୍ଣ୍ଣ ଥିବାରୁ ଅନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ବ୍ଲକର ୩୨ ପଞ୍ଚାୟତରେ ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ବିକାଶ ଯୋଜନାର ବାର୍ତ୍ତା ଘରେ ଘରେ ବାଣ୍ଟୁଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗ ଓ ଭ୍ରଷ୍ଟ ଶାସନ ସମ୍ପର୍କରେ ଗଁା ଗଣ୍ଡା ଲୋକଙ୍କୁ ସଚେତନ କରାଇ
ଭାଜପା ଭୋଟ ମାଗୁଛି। ଏହି ବ୍ଲକର ସବୁ ଜୋନ ଓ ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପ୍ରଚାର କ୍ଷେତ୍ରରେ ପଛରେ ପଡ଼ିଛି। ବିଜେଡି ଓ ଭାଜପା ମଧ୍ୟରେ ଭୋଟ ଯୁଦ୍ଧ ଘମାଘୋଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri