ରଥଟଣା ବିଳମ୍ବରୁ ରାଜନୀତି

ଶ୍ରୀକ୍ଷେତ୍ର ପୁରୀରେ ଶୁକ୍ରବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିର୍ଦ୍ଧାରିତ ସମୟ ଅପରାହ୍ନ ୪ଟାରେ ହୋଇପାରି ନ ଥିଲା। ପରମ୍ପରା ଅନୁଯାୟୀ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଅପରାହ୍ନ ୪ଟା ୧୦ରେ ଗଡ଼ିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଶ୍ରଦ୍ଧାଳୁ ଟାଣିନେଇଥିଲେ। ସମସ୍ତଙ୍କ ଅପେକ୍ଷା ରହିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗଡ଼ିବାକୁ। କେତେକ କାରଣ ଯୋଗୁ ରାତି ୭ଟା ୪୫ ବେଳକୁ ଅଝଟିଆ କାଳିଆ ସାଆନ୍ତଙ୍କ ମନ ବୁଝିଥିଲା। ସିଂହଦ୍ୱାରଠାରୁ ପାହୁଣ୍ଡେ ଗଡ଼ିପାରିଥିଲା ନନ୍ଦିଘୋଷ। ଅନେକ ଭକ୍ତ ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି କହୁଥିବାବେଳେ ବିରୋଧୀ ଦଳଗୁଡ଼ିକ ରଥଟଣାରେ ଏହି ବିଳମ୍ବ ପାଇଁ ଅବହେଳାକୁ ଦାୟୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିବାବେଳେ ଶାସକ-ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଛି।

ଭୁବନେଶ୍ୱର,୨୯ା୬(ସୁନିତ୍‌ ମିଶ୍ର): ରଥଯାତ୍ରାରେ ରଥ ଗଡ଼ିବାରେ ବିଳମ୍ବ ହେବାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଶୁକ୍ରବାର ରାତି ୭ଟା ୩୦ ପର୍ଯ୍ୟନ୍ତ ନନ୍ଦିଘୋଷ ରଥ ନ ଗଡ଼ିବା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଶାସକ ଦଳ ଉପରେ ବିରୋଧୀ ପ୍ରବଳ ବର୍ଷିଛନ୍ତି। ଅନ୍ୟପଟେ ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀ ଶନିବାର ପୁରୀ ଆସି ରଥରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଦର୍ଶନ କରିଛନ୍ତି। ତେଣୁ ଆଦାନୀଙ୍କ ପାଇଁ ରଥଯାତ୍ରା ଗୋଟିଏ ଦିନ ବିଳମ୍ବ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଅଭିଯୋଗକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଖଣ୍ଡନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ଶୁକ୍ରବାର ୩ ରଥଟଣାରେ ବିଳମ୍ବ ସହ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ହିଁ ଛିଡ଼ାହୋଇ ରହିବା ଘଟଣାକୁ
ରଥଟଣା ବିଳମ୍ବରୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ନବୀନ ନିଜ ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟକରି କହିଛନ୍ତି, ନନ୍ଦିଘୋଷ ରଥଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ରାଜ୍ୟର ବହୁ କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ହେଉନାହିଁ। ଗତବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏ ଆମେ କେହି ଭୁଲିପାରୁ ନାହଁୁ। ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବର୍ଷ ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସା ୭ଟା ୪୫ ପର୍ଯ୍ୟନ୍ତ ଅଟକି ରହିଥିଲା। ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗଡ଼େଇ ଦିଆଗଲା। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ବହୁ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ। ଆଶା କରୁଛୁ, ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ। ଚକା ଆଖି ସବୁ ଦେଖୁଛି ବୋଲି ସେ କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଗୌତମ ଆଦାନୀ ଆସି ରଥ ଟାଣିବେ ବୋଲି ନନ୍ଦିଘୋଷ ରଥକୁ ଗୋଟିଏ ଦିନ ବିଳମ୍ବ କରାଗଲା। ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଏ ଦିଗକୁ ପ୍ରମାଣ କରୁଛି। କେତେଜଣ ଭକ୍ତ ଆସିପାରିଲେ ନାହିଁ। ତେଣୁ ରଥକୁ ଅଟକାଇ ଦିଆଗଲା। ତେବେ ଆଦାନୀଙ୍କ ପାଇଁ ଚଳିତ ଥର ରଥଯାତ୍ରା ପରିଚାଳନା ଦାୟିତ୍ୱ ସରକାରୀ ଦଳ ହାତରେ ଟେକିଦିଆଗଲା। ପହଣ୍ଡି ପର୍ଯ୍ୟନ୍ତ ଠିକ୍‌ ଥିଲା, ମାତ୍ର ପହଣ୍ଡିରୁ ଛେରା ପହଁରା ମଧ୍ୟରେ ଫରକ ରହିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଆଇନ ମନ୍ତ୍ରୀଙ୍କ କଥା ବାର୍ତ୍ତାରେ ଫରକ୍‌ ରହିଲା। ଗତବର୍ଷ ବଡ଼ଠାକୁର ପଡ଼ିଯାଇଥିଲେ। ବହୁ ଲୋକ ବି ଆହତ ହୋଇଥିଲେ। ଏ ବର୍ଷ ମଧ୍ୟ ଦଳାଚକଟାରେ ୭୫୦ ଜଣ ଆହତ ହୋଇଛନ୍ତି। ବହୁ ବରିଷ୍ଠ ସାମ୍ବାଦିକ ପୋଲିସ ମାଡ଼ରେ ଆହତ ହୋଇଛନ୍ତି। ରଥଯାତ୍ରାରେ ବିଭ୍ରାଟ ସମସ୍ତଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି। ତେଣୁ ପୁରୀ ଜିଲା ଦୌରାଜଜ୍‌ ତୁରନ୍ତ ନ୍ୟାୟିକ ତଦନ୍ତ କରନ୍ତୁ। ବିନା ପରିଚାଳନା କମିଟିରେ ରଥଯାତ୍ରା ହେଲା। ତେଣୁ ନୀଳାଦ୍ରିବିଜେର ୧୦ ଦିନ ପରେ ନ୍ୟାୟିକ ତଦନ୍ତ ହେଉ। ଦୋଷୀ ସାବ୍ୟସ୍ତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।
ରଥଯାତ୍ରା ଅବସରରେ ରଥଟଣାରେ ବିଳମ୍ବ ସହ ଜଗନ୍ନାଥଙ୍କ ନନ୍ଦଘୋଷ ସା ୭ଟା ୪୫ ପର୍ଯ୍ୟନ୍ତ ଛିଡ଼ାହୋଇ ରହିବାକୁ ନେଇ ବିରୋଧୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି। ଜଣ୍ଡିସ୍‌ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି। କିନ୍ତୁ ମନେରଖିବା ଉଚିତ, ଅତୀତରେ ସେମାନେ ତ୍ରୁଟିକରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ତାଙ୍କ ଦେଖିବାରେ ୧୯୭୭ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଦିନରେ ୩ ରଥ ପହଞ୍ଚିନାହିଁ। ଅଧିକାଂଶ ବର୍ଷ ରଥ ଦ୍ବିତୀୟ ଦିନରେ ଶରଧାବାଲିରେ ପହଞ୍ଚିଥାନ୍ତି। ଯେଉଁମାନେ ରାଜନୀତି କରୁଛନ୍ତି, ଆଜି ନ ହେଲେ କାଲି ଭୋଗିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri