Posted inଜାତୀୟ

ପୁଲଓ୍ବାମା ଶହୀଦଙ୍କୁ ନେଇ ରାଜନୀତି: ଭାଜପା ପକ୍ଷରୁ ପ୍ରଦର୍ଶନ ଜାରି…

ଜୟପୁର,୧୧।୩ : ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ସ୍ତ୍ରୀମାନଙ୍କୁ ବିରୋଧ ପ୍ରସଙ୍ଗରେ ଜୟପୁରରେ ଭାଜପା କର୍ମୀ ଓ ନେତାମାନେ ପ୍ରଦର୍ଶନ କରିଛନ୍ତି। ଏନେଇ ରାଜନୀତି ଉଷ୍ଣ ହେବାରରେ ଲାଗିଛି। ପ୍ରଦର୍ଶନକାରୀମାନେ ବ୍ୟାରିକେଡିଂ ମଧ୍ୟ ଭାଙ୍ଗି ଦେଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଦର୍ଶନ ସ୍ଥାନକୁ ଘେରି ରହିଥିଲେ। ପୋଲିସ କେତେକ ଭାଜପା କର୍ମୀ ଓ ନେତାଙ୍କୁ ଗିରଫ କରିଛି। ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାଓ୍ବାସ କହିଛନ୍ତି ଯେ ଶହୀଦଙ୍କ ପରିବାର ସହ ସରକାର ଛିଡା ହୋଇଛନ୍ତି। ଭାଜପା ଏହି ପ୍ରସଙ୍ଗକୁ ରାଜନୀତି କରୁଛି । ଯଦି ମୋତେ ଏହି ପ୍ରସଙ୍ଗରେ କାହା ସହ କଥା ହେବାକୁ ପଡିବ, ମୁଁ କରିବି। ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି।

ଭାଜପା କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ପାଣି ତୋପ ମଧ୍ୟ ବ୍ୟବହାର କରିଥିଲା, କିନ୍ତୁ ଏହା ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ଭାଜପା ନେତା ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ଯେ ଶାସକ ଦଳଙ୍କୁ ଲଜ୍ଜା ଲାଗୁଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶହୀଦମାନଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି। କଂଗ୍ରେସ ମିଥ୍ୟା କରୁଥିବା ଏକ ଦଳ। ଏହା ସବୁବେଳେ ମିଛ ପ୍ରତିଶ୍ରୁତି ଦେଇଥାଏ। ସେମାନେ ବୀରାଙ୍ଗନାଙ୍କ ସାମ୍ନାରେ ଠିଆ ହୋଇପାରିବେ ନାହିଁ ।

ଭାଜପା ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି ଯେ ପୁଲୱାମା ଶହୀଦଙ୍କ ସ୍ତ୍ରୀମାନେ ଏବଂ ଆମର ନେତା ଅପମାନିତ ହୋଇଥିଲେ। ଆମେ ଏହାକୁ ବିରୋଧ କରୁଛୁ। ଆଗାମୀ ଦିନରେ ରାଜସ୍ଥାନରେ ‘ଜନ ଆକ୍ରୋଶ’ ଅଭିଯାନ ଆରମ୍ଭ ହେବ, ଯେଉଁଠାରେ ଆମେ କୃଷକଙ୍କ ଋଣ ଛାଡ, ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri