Categories: ଜାତୀୟ

ଆରୋପ-ପ୍ରତ୍ୟାରୋପର ରାଜନୀତି : ଯୋଗୀଙ୍କୁ ଜବାବ ଦେଲେ କେଜରିଓ୍ବାଲ…

ନୂଆଦିଲ୍ଲୀ,୨୭।୧୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଡ଼ା ଜବାବ ଦେଇଛନ୍ତି। ଗୁଜରାଟରେ ଏକ ନିର୍ବାଚନ ରାଲିରେ ଭାଜାପାର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥ ଅରବିନ୍ଦ କେଜରିୱାଲଙ୍କୁ ଆତଙ୍କବାଦ ସମର୍ଥକ ବୋଲି କହିଥିଲେ।

ଏହାର ଜବାବରେ ଅରବିନ୍ଦ କେଜରିୱାଲ ରବିବାର ନିଜକୁ ବିକାଶର ଜଣେ ବ୍ୟକ୍ତି ଭାବରେ ଉପସ୍ଥାପନ କରିଛନ୍ତି ଏବଂ ଭାଜପାର ଗାଳିଗୁଲଜ, ଆରୋପ ପ୍ରତ୍ୟାରୋପ ଏବଂ ନିନ୍ଦାର ରାଜନୀତି କରୁଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯୋଗୀ ଆଦିତ୍ୟନାଥଙ୍କ ହିନ୍ଦୀରେ ଏକ ଭିଡିଓକୁ ରିଟୁଇଟ କରି କହିଛନ୍ତି ଯେ, ଯଦି ଆପଣ ଗାଳି ଗୁଲଜ, ଗୁଣ୍ଡାଗିରି, ଦୁର୍ନୀତି ଏବଂ ଖରାପ ଧରଣର ରାଜନୀତି ଚାହୁଁଛନ୍ତି ତେବେ ସେମାନଙ୍କୁ ଭୋଟ ଦିଅନ୍ତୁ।

ଅପରପକ୍ଷରେ ଯଦି ବିଦ୍ୟାଳୟ, ଡାକ୍ତରଖାନା, ବିଦ୍ୟୁତ, ପିଇବା ପାଣି, ରାସ୍ତା ଆବଶ୍ୟକ କରନ୍ତି ତେବେ ମତେ ଭୋଟ ଦିଅନ୍ତୁ। । ଯୋଗୀ ଆଦିତ୍ୟନାଥ ଟୁଇଟ କରିଥିବା ଭିଡିଓର କ୍ୟାପଶନ ଥିଲା, ଦିଲ୍ଲୀରୁ ଆସିଥିବା ଆମ ଆଦମୀ ପାର୍ଟିର ଏହି ନମୁନା ପ୍ରକୃତରେ ଆତଙ୍କବାଦୀଙ୍କ ସମର୍ଥକ ବ୍ୟକ୍ତି।

Share