ବେଢ଼ାବନ୍ଧ ବିକାଶ ଅପେକ୍ଷା ରାଜନୀତି ବେଶି

ବ୍ରହ୍ମପୁର ଅଫିସ,୧୫।୫: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ୪୬୨.୮୪ କୋଟି ଟଙ୍କାର ବୃହତ୍‌ ବଜେଟ ଅନୁମୋଦିତ ହୋଇଛି। ନିଜସ୍ବ ଆୟ ନ ଥାଇ ସରକାରୀ ଅନୁଦାନ ମିଳିବା ଆଶା କରି ଏହା କରାଯାଇଛି। ତେଣୁ ଏହା ଲୋକଦେଖାଣିଆ ଓ ବହୁଳ ପ୍ରଚାରମୁଖୀ ହୋଇଥିବା ବିରୋଧୀ କଂଗ୍ରେସ କଡ଼ା ଟିପ୍ପଣୀ ଦେଇଛି। ମହାନଗରବାସୀଙ୍କୁ ଏହି ବଜେଟରେ ଦିବାସ୍ବପ୍ନ ଦେଖାଯାଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଭୋଟ ରାଜନୀତି କରାଯାଇଥିବା ସମାଲୋଚନା ହୋଇଛି। ନୂଆ ବୋତଲରେ ପୁରୁଣା ଜିନିଷ ଭର୍ତ୍ତି କରି ଭୁଅଁା ବୁଲାଯାଇଛି।
ବିଏମ୍‌ସି ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ତଥା ଆଇଏନ୍‌ଟିୟୁସି ଗଞ୍ଜାମ ଜିଲା ସଭାପତି ଆଇନଜୀବୀ ପୀତବାସ ପଣ୍ଡା ଆହୁରି କହିଛନ୍ତି, ଗୋଷାଣୀନୂଆଗଁାରେ ବେଢ଼ାବନ୍ଧ ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ଲାଗି ଚଳିତ ବର୍ଷ ବଜେଟରେ ୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ୨୦୨୧-୨୨ ବର୍ଷର ବଜେଟରେ ବରାଦ ହୋଇଥିବା ୫୦ କୋଟି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବେଢ଼ାବନ୍ଧ ପୁନରୁଦ୍ଧାର ଯୋଜନା ସବୁବେଳେ ବାଟବଣା ହୋଇଥିବା ନଜିର ଅଛି। ବର୍ତ୍ତମାନର ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଏମ୍‌ପି ହେବା ପରେ କେନ୍ଦ୍ର ଉପା ସରକାରରେ ମନ୍ତ୍ରୀପଦ ପାଇଥିଲେ। ସେହି ସମୟରେ ବ୍ରହ୍ମପୁର ଜଳାଶୟଗୁଡ଼ିକର ଉନ୍ନତି ଲାଗି କେନ୍ଦ୍ରର ୱାଟର ବଡ଼ି ଯୋଜନାରେ ପ୍ରାୟ ୧୫ କୋଟି ମଞ୍ଜୁର ହୋଇଥିଲା। ସେତେବେଳେ ଶତାଧିକ ବର୍ଷର ବ୍ରହ୍ମପୁର ପୌରପାଳିକା ସଂସ୍ଥା ପ୍ରଥମ କରି ବିଜେଡି ଦଖଲକୁ ଯାଇଥିଲା। କେବଳ ଧୋବାବନ୍ଧ ସମେତ ଆଉ କେତୋଟି ଜଳାଶୟକୁ ଆଧୁନିକୀକରଣ କରାଯାଇ ବିପୁଳ ଅର୍ଥ ହେରଫେର ହୋଇଥିଲା। ୱାଟର ବଡ଼ି ଯୋଜନାରେ ମଧ୍ୟ ବେଢ଼ା ବନ୍ଧ ଅନ୍ତର୍ଭୁକ୍ତ ଥିଲା। ଦୀର୍ଘ ଦୁଇ ଦଶନ୍ଧି ହେବ ବେଢ଼ାବନ୍ଧକୁ ନେଇ ଶାସକ ବିଜେଡି ରାଜନୀତି କରୁଥିବା ପଣ୍ଡା କଟାକ୍ଷ କରିଛନ୍ତି। ଏବେ ନିଗମର ଅର୍ଥ ନ ଥାଇ ପୁଣି ବେଢ଼ାବନ୍ଧ ପାଇଁ ୪୮ କୋଟି ବରାଦ କରାଯାଇଛି। ଅପରପକ୍ଷରେ ଅର୍ଥାଭାବରୁ ମହାନଗର ବିକାଶ ବହୁ ପଛରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଗତ ୨ ବର୍ଷରେ ବ୍ୟାପକ ବୃକ୍ଷରୋପଣ, ସରକାରୀ ସ୍ଥାନ ବା କାନ୍ଥରେ ଚିତ୍ର ଆଙ୍କିବା, ପୋଖରୀ ପୁନରୁଦ୍ଧାର, କରୋନା କାଳରେ ବୁଲା ଗୋରୁ, କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଏବଂ କଣ୍ଟେନମେଣ୍ଟ ଜୋନରେ ବାଉଁଶ ବାଡ଼ ଆଦିରେ ଅନେକ କୋଟି ଟଙ୍କା ବିଏମ୍‌ସିର ହେରଫେର ହୋଇଛି। ଆରଟିଆଇ ତଥ୍ୟରୁ ଏହା ପଦାକୁ ଆସିଛି।
ଏହିସବୁ କାରଣରୁ ବିଏମ୍‌ସି ଏବେ ଦେବାଳିଆ ସଂସ୍ଥାରେ ପରିଣତ ହୋଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷର ବଜେଟ ପ୍ରଚାରମୁଖୀ ହୋଇଛି। ବ୍ରହ୍ମପୁର ପାଇଁ ଯଦି ବିଜେଡି ସରକାରଙ୍କ ଦରଦ ଅଛି ତେବେ ମହାନଗର ବିକାଶ ନିମନ୍ତେ ତୁରନ୍ତ ୧୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ସହ ଅନୁଦାନ ପୈଠ କରିବାକୁ କଂଗ୍ରେସ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri