Posted inଜାତୀୟ

ଦେଶ ନାଁରେ ରାଜନୀତି

ନୂଆଦିଲ୍ଲୀ,୬ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଶାସକ ଓ ବିରୋଧୀଙ୍କ ରାଜନୀତିର ପଶାପାଲିରେ ଭୂଖଣ୍ଡ ଦୁଇଭାଗରେ ବିଭାଜିତ। ଦେଶ ଗୋଟିଏ କିନ୍ତୁ ଦୁଇଟି ନାମରେ ବିଭକ୍ତ। ଗୋଟିଏ ଭାରତ ଓ ଅନ୍ୟଟି ଇଣ୍ଡିଆ। ଦୁଇଟିଯାକ ସମାନ ହୋଇଥିଲେ ବି ବିରୋଧୀ ଦଳଗୁଡ଼ିକ ନିଜ ମଞ୍ଚର ନାମ ଇଣ୍ଡିଆ (ଭାରତୀୟ ଜାତୀୟ ଗଣତାନ୍ତ୍ରିକ ସମାବେଶୀ ମେଣ୍ଟ) ରଖିବା ପରେ ମନେହେଉଛି ସତେଯେମିତି ଶାସକଙ୍କ ପାଇଁ ଅସ୍ପୃଶ୍ୟ ହୋଇଯାଇଛି ‘ଇଣ୍ଡିଆ’ ଶବ୍ଦ। ସମ୍ଭବତଃ ଏଇଥିପାଇଁ ସେମାନେ ଦେଶର ନାମ କେବଳ ‘ଭାରତ’ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତାହା ପୁଣି ରାଷ୍ଟ୍ରପତିଙ୍କ ଜରିଆରେ। କୁହାଯାଉଛି, କେନ୍ଦ୍ର ଡାକିଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏନେଇ ବିଧେୟକ ଆସିବ।
ଭାରତୀୟ ଜନତା ପାର୍ଟି (ଭାଜପା)ର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବ ସଂଘ (ଆର୍‌ଏସ୍‌ଏସ୍‌) ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବାକୁ ପ୍ରସ୍ତାବ ଦେଇଥିଲା। ଗତ ଶୁକ୍ରବାର ଗୁଆହାଟୀରେ ସରସଂଘଚାଳକ ମୋହନ ଭାଗବତ କହିଥିଲେ, ଆମେ ‘ଇଣ୍ଡିଆ’ ବ୍ୟବହାର ବନ୍ଦ କରି ‘ଭାରତ’ କହିବା ଆରମ୍ଭ କରିବା ଉଚିତ। ବେଳେବେଳେ ଇଂଲିଶ ବୁଝୁଥିବା ଲୋକଙ୍କ ସହ କଥା ହେବା ସମୟରେ ଆମେ ‘ଇଣ୍ଡିଆ’ ବୋଲି କହିଥାଉ। ଏହା ଆପେ ଆପେ ଆସିଯାଇଥାଏ। ତେବେ ତୁମେ ବିଶ୍ୱର ଯେଉଁଆଡ଼େ ଗଲେ ବି ଆମ ଦେଶର ନାମ ‘ ଭାରତ’ ହୋଇ ରହିଥିବ। ଲେଖାପଢ଼ା ହେଉ କି କଥୋପକଥନ ସବୁଠି ‘ଭାରତ’ ବ୍ୟବହାର କର ବୋଲି ଭାଗବତ ପରାମର୍ଶ ଦେଇଥିଲେ। ଦେଶରେ ‘ଇଣ୍ଡିଆ ବନାମ ଭାରତ’କୁ ନେଇ ରାଜନୀତି ଗତ ଜୁଲାଇରେ ଆରମ୍ଭ ହୋଇଥିଲା, ଯେତେବେଳେ ବିରୋଧୀ ଦଳଗୁଡ଼ିକ ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ରଖିଥିଲେ। ଏହା ହେଉଛି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ଇଣ୍ଡିଆ ମଧ୍ୟରେ ବୈଚାରିକ ଲଢ଼େଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୬ ଅଣଭାଜପା ଦଳର ନେତାଙ୍କ ମଧ୍ୟରେ ଭୋଟ ରାଜନୀତି ପାଇଁ ନିର୍ବାଚନୀ ଯୁଦ୍ଧ। ଖବରଦାତା ସମ୍ମିଳନୀରେ ମେଣ୍ଟର ନାମ ଘୋଷଣା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଏଠାରେ ଉଲ୍ଲେଖଯୋଗ୍ୟ। ରାହୁଲ କହିଥିଲେ, ଯଦି କେହି ଇଣ୍ଡିଆ ବିରୋଧରେ ଛିଡ଼ାହୁଏ ତେବେ କାହାର ବିଜୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?