Posted inଜାତୀୟ

ଦେଶ ନାଁରେ ରାଜନୀତି

ନୂଆଦିଲ୍ଲୀ,୬ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଶାସକ ଓ ବିରୋଧୀଙ୍କ ରାଜନୀତିର ପଶାପାଲିରେ ଭୂଖଣ୍ଡ ଦୁଇଭାଗରେ ବିଭାଜିତ। ଦେଶ ଗୋଟିଏ କିନ୍ତୁ ଦୁଇଟି ନାମରେ ବିଭକ୍ତ। ଗୋଟିଏ ଭାରତ ଓ ଅନ୍ୟଟି ଇଣ୍ଡିଆ। ଦୁଇଟିଯାକ ସମାନ ହୋଇଥିଲେ ବି ବିରୋଧୀ ଦଳଗୁଡ଼ିକ ନିଜ ମଞ୍ଚର ନାମ ଇଣ୍ଡିଆ (ଭାରତୀୟ ଜାତୀୟ ଗଣତାନ୍ତ୍ରିକ ସମାବେଶୀ ମେଣ୍ଟ) ରଖିବା ପରେ ମନେହେଉଛି ସତେଯେମିତି ଶାସକଙ୍କ ପାଇଁ ଅସ୍ପୃଶ୍ୟ ହୋଇଯାଇଛି ‘ଇଣ୍ଡିଆ’ ଶବ୍ଦ। ସମ୍ଭବତଃ ଏଇଥିପାଇଁ ସେମାନେ ଦେଶର ନାମ କେବଳ ‘ଭାରତ’ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତାହା ପୁଣି ରାଷ୍ଟ୍ରପତିଙ୍କ ଜରିଆରେ। କୁହାଯାଉଛି, କେନ୍ଦ୍ର ଡାକିଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏନେଇ ବିଧେୟକ ଆସିବ।
ଭାରତୀୟ ଜନତା ପାର୍ଟି (ଭାଜପା)ର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବ ସଂଘ (ଆର୍‌ଏସ୍‌ଏସ୍‌) ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବାକୁ ପ୍ରସ୍ତାବ ଦେଇଥିଲା। ଗତ ଶୁକ୍ରବାର ଗୁଆହାଟୀରେ ସରସଂଘଚାଳକ ମୋହନ ଭାଗବତ କହିଥିଲେ, ଆମେ ‘ଇଣ୍ଡିଆ’ ବ୍ୟବହାର ବନ୍ଦ କରି ‘ଭାରତ’ କହିବା ଆରମ୍ଭ କରିବା ଉଚିତ। ବେଳେବେଳେ ଇଂଲିଶ ବୁଝୁଥିବା ଲୋକଙ୍କ ସହ କଥା ହେବା ସମୟରେ ଆମେ ‘ଇଣ୍ଡିଆ’ ବୋଲି କହିଥାଉ। ଏହା ଆପେ ଆପେ ଆସିଯାଇଥାଏ। ତେବେ ତୁମେ ବିଶ୍ୱର ଯେଉଁଆଡ଼େ ଗଲେ ବି ଆମ ଦେଶର ନାମ ‘ ଭାରତ’ ହୋଇ ରହିଥିବ। ଲେଖାପଢ଼ା ହେଉ କି କଥୋପକଥନ ସବୁଠି ‘ଭାରତ’ ବ୍ୟବହାର କର ବୋଲି ଭାଗବତ ପରାମର୍ଶ ଦେଇଥିଲେ। ଦେଶରେ ‘ଇଣ୍ଡିଆ ବନାମ ଭାରତ’କୁ ନେଇ ରାଜନୀତି ଗତ ଜୁଲାଇରେ ଆରମ୍ଭ ହୋଇଥିଲା, ଯେତେବେଳେ ବିରୋଧୀ ଦଳଗୁଡ଼ିକ ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ରଖିଥିଲେ। ଏହା ହେଉଛି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ଇଣ୍ଡିଆ ମଧ୍ୟରେ ବୈଚାରିକ ଲଢ଼େଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୬ ଅଣଭାଜପା ଦଳର ନେତାଙ୍କ ମଧ୍ୟରେ ଭୋଟ ରାଜନୀତି ପାଇଁ ନିର୍ବାଚନୀ ଯୁଦ୍ଧ। ଖବରଦାତା ସମ୍ମିଳନୀରେ ମେଣ୍ଟର ନାମ ଘୋଷଣା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଏଠାରେ ଉଲ୍ଲେଖଯୋଗ୍ୟ। ରାହୁଲ କହିଥିଲେ, ଯଦି କେହି ଇଣ୍ଡିଆ ବିରୋଧରେ ଛିଡ଼ାହୁଏ ତେବେ କାହାର ବିଜୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri