ଛାତ୍ର ଜୀବନରୁ ରାଜନୀତି

ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଭାବେ ପରିଚିତ ଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ (ନବ ଦାସ)। ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ତଥା ବର୍ତ୍ତମାନର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ୱାର୍ଡ ରାସନପୁର ମିର୍ଗାମୁଣ୍ଡାରେ ନବ ଦାସଙ୍କ ପୈତୃକ ଘର। କିନ୍ତୁ ସେମାନେ ସହରର ମୋଦିପଡ଼ାରେ ଏବେ ଘରକରି ରହୁଛନ୍ତି। ବାପା ନରସିଂହ ଦାସ ଓ ବିଷ୍ଣୁପ୍ରିୟାଙ୍କ ପୁଅ ନବକିଶୋର ୧୯୬୨ ଜାନୁୟାରୀ ୭ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୫ ଭଉଣୀଭାଇ ଥିଲେ। ବାପା କାଠ ବ୍ୟବସାୟ ସହିତ ଅନ୍ୟ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ। ପିଲା ଦିନରୁ ନବଙ୍କଠାରେ ନେତୃତ୍ୱ ନେବାର ଦକ୍ଷତା ଦେଖିବାକୁ ମିଳିଥିଲା। ଛାତ୍ର ରାଜନୀତିରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ପ୍ରଥମେ ୧୯୭୮ରେ ଅଲଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନର ସଦସ୍ୟ ଭାବେ ଯୋଗ ଦେଇଥିଲେ। ୧୯୮୦ରେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଦଳକୁ ମଜଭୁତ କରିବାରେ ଯୁବନେତା ଭାବେ ପରିଚିତ ହୋଇଥିଲେ। ଛାତ୍ର ରାଜନୀତିରେ ଜଡିତ ହୋଇ ନିର୍ବାଚନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ରହୁଥିଲା। ଗଙ୍ଗାଧର ମେହେର କଲେଜ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ) ସହିତ ଆଖପାଖ କଲେଜରେ ନିର୍ବାଚନରେ ନେତ୍ୱତ୍ୱ ନେଉଥିଲେ। ପାଠପଢ଼ା ପରେ ସେ ଝାରସୁଗୁଡ଼ାରେ ଅବସ୍ଥାପିତ ହୋଇଥିବାବେଳେ ବ୍ୟବସାୟ ଓ ଆଇନ ପେସା ସାଙ୍ଗକୁ ରାଜନୀତିରେ ନିଜକୁ ଜଡ଼ିତ ରଖିଥିଲେ। କଂଗ୍ରେସରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇଥିବା ନବ ଦାସ ପ୍ରଥମ କରି ୨୦୦୪ ବିଧାନସଭା ନିର୍ବାଚନରେ ଝାରସୁଗଡ଼ାରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ବିଜେଡି ନେତା କିଶୋର ମହାନ୍ତିଙ୍କୁ ହାରି ଯାଇଥିଲେ। ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅର୍ଥାତ୍‌ ୨୦୦୯, ୨୦୧୪ ଏବଂ ୨୦୧୯ରେ ସେ ଝାରସୁଗୁଡ଼ାରୁ ଲଗାତର ବିଜୟୀ ହୋଇଥିଲେ।
୩ ଥର ବିଧାୟକ
ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବ ଦାସ କଂଗ୍ରେସ ଟିକେଟ୍‌ରେ ୨୦୦୯ ଏବଂ ୨୦୧୪ରେ ବିଜୟୀ ହୋଇଥିଲେ। ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ସେହିବର୍ଷ ବିଜେଡି ଟିକେଟ୍‌ରେ ବିଜୟୀ ହେବା ପରେ ନବୀନ ପଟ୍ଟନାୟକଙ୍କ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଛନ୍ତି।
ପିସିସି କାର୍ଯ୍ୟକାରୀ ସଭାପତି
୨୦୧୯ ଜାନୁୟାରୀ ୧୬ରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। କାରଣ ସେ ବିଧାୟକ ଭାବେ ଜିତିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।

ଧନୀ ମନ୍ତ୍ରୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗତବର୍ଷ ସରକାରଙ୍କୁ ଦେଇଥିବା ବିବରଣୀ ଅନୁଯାୟୀ ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୩୪ କୋଟି। ତଦନୁଯାୟୀ ସେ ଓଡ଼ିଶାର ଧନୀ ମନ୍ତ୍ରୀ ଭାବେ ଗଣାଯାଉଛନ୍ତି। ଶିଳାଞ୍ଚଳ ସହର ଝାରସୁଗୁଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦାସ ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ପରିଚିତ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଜିଲାରେ ଖଣିଜ ପରିବହନ ହେଉଛି ତାଙ୍କର ମୁଖ୍ୟ ବ୍ୟବସାୟ। ଝାରସୁଗୁଡ଼ା, ଭୁବନେଶ୍ୱର, ରେଢ଼ାଖୋଲ ସମେତ ନୂଆଦିଲ୍ଲୀ ଏବଂ କୋଲାକାତାରେ ତାଙ୍କର ଆବାସିକ ସମ୍ପତ୍ତି ରହିିଛି। ପୁଅ ବିଶାଲ ଦାସ ପରିବାର ବ୍ୟବସାୟ ସମ୍ଭାଳୁ ଥିବାବେଳେ ଝିଅ ଦୀପାଳି ପ୍ରାୟତଃ ମନ୍ତ୍ରୀ ଦାସଙ୍କ ସହ ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳିଥାନ୍ତି। ଧର୍ମପତ୍ନୀ ମିନତି ଦାସ ମଧ୍ୟ ବ୍ୟବସାୟରେ ସହଯୋଗ କରୁଛନ୍ତି।

ଏମ୍‌ଏ ଏଲ୍‌ଏଲ୍‌ବି, ୭୦ ଗାଡ଼ି, ୩ ବନ୍ଧୁକ

ମନ୍ତ୍ରୀ ଦାସଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମ୍‌ଏ, ଏଲ୍‌ଏଲ୍‌ବି। ତାଙ୍କର ପ୍ରାୟ ୧୫ କୋଟି ଟଙ୍କାର ୭୦ଟି ଗାଡ଼ି ରହିଛି। ସେଥିମଧ୍ୟରେ ଗୋଟିଏ ମର୍ସିଡିଜ୍‌ ବେଞ୍ଜ ରହିଛି, ଯାହାର ବର୍ତ୍ତମାନର ମୂଲ୍ୟ ୧.୧୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ ୩ ବନ୍ଧୁକ ରହିଛି। ସେଥିମଧ୍ୟରେ ଗୋଟିଏ ଲେଖାଏ ଡବଲ ବାରେଲ୍‌ ଗନ୍‌, ରାଇଫଲ୍‌ ଏବଂ ରିଭଲଭର ରହିଛି।

ଶନି ମନ୍ଦିରରେ ଦାନକୁ ନେଇ ଚର୍ଚ୍ଚାରେ ଥିଲେ

ମହାରାଷ୍ଟ୍ରର ଶନି ସିଗ୍ନାପୁର ମନ୍ଦିରରେ ୧.୭ କେଜିର ସୁନା କଳସ ଦାନ କରିବା ନେଇ ମନ୍ତ୍ରୀ ଦାସ ନିକଟରେ ଚର୍ଚ୍ଚାକୁ ଆସିଥିଲେ। ଉକ୍ତ କଳସର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ମନ୍ତ୍ରୀ ଉକ୍ତ କଳସର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri